ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। କଟକଣା କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳ, ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଡିସେମ୍ବର ୨ୟ ସପ୍ତାହ ପରେ ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା କରାଯାଉଛି।
ଏଥିପାଇଁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ କହିଲେ ମୁଖ୍ୟମନ୍ତ୍ରୀ। ୨ୟ ପର୍ଯ୍ୟାୟ ସଂକ୍ରମଣ ଏଡ଼ାଇବାକୁ ନିୟମ କଡ଼ାକଡ଼ି ପାଳନ ଜରୁରୀ। ନିୟମ କଡ଼ାକଡ଼ି ପାଳନକୁ କୋହଳ କରାଯାଇ ପାରିବ ନାହିଁ। ଲକ୍ଡାଉନ ଏଡ଼ାଇବାକୁ ନିୟମ ପାଳନ ହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ଓ ଆରୋଗ୍ୟ ବଢୁଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ