କାନ୍ଥ ଡେଇଁ ଛୁ ମାରିଲେ କରୋନା ରୋଗୀ, କେଉଁଠି ଲୁଚିଛନ୍ତି

ନବରଙ୍ଗପୁର (ନବଘନ ବିଷୋୟୀ): କାନ୍ଥ ଡେଇଁ ଛୁ ମାରିଲେ କରୋନା ରୋଗୀ। ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତକାଲି ସକାଳୁ ଖସିପଳାଇଛନ୍ତି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଯାହାକୁ ନବରଙ୍ଗପୁର ପୁଲିସ ବର୍ତମାନ ପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି l ଗତ ୩ ତାରିଖରେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅନ୍ତର୍ଗତ ବେନୋରାଜାନୀପାରା ଗ୍ରାମର ଦାମୋଦର ଜାନୀ (50) କରୋନା ପଜିଟିଭ ରିପୋର୍ଟ […]

890

890

Tapas Behera
  • Published: Monday, 06 July 2020
  • Updated: 06 July 2020, 05:29 PM IST

ନବରଙ୍ଗପୁର (ନବଘନ ବିଷୋୟୀ): କାନ୍ଥ ଡେଇଁ ଛୁ ମାରିଲେ କରୋନା ରୋଗୀ। ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତକାଲି ସକାଳୁ ଖସିପଳାଇଛନ୍ତି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଯାହାକୁ ନବରଙ୍ଗପୁର ପୁଲିସ ବର୍ତମାନ ପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି l

ଗତ ୩ ତାରିଖରେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅନ୍ତର୍ଗତ ବେନୋରାଜାନୀପାରା ଗ୍ରାମର ଦାମୋଦର ଜାନୀ (50) କରୋନା ପଜିଟିଭ ରିପୋର୍ଟ ଆସିଥିଲା। ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ଘରୁ ଆଣି ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲ ରେ ରଖି ଚିକିତ୍ସା ଚଳାଇଥିଲା l

ଗତକାଲି  ପ୍ରତିଦିନିଆ ରୁଟିନ ଅନୁଯାୟୀ ସକାଳେ 5.50ରେ ତାର ଚେକଅପ କରାଯାଇଥିଲା l ପରେ ସକାଳ ପ୍ରାୟ ୭ଟାରେ ପ୍ରାତଃ ଭଜନ ସମୟରେ ସେ କୋଭିଡ ହସ୍ପିଟାଲରେ ନଥିବା ଦେଖିବାକୁ ପାଇଥିଲେ l ଦାମୋଦର  ହସ୍ପିଟାଲର କାନ୍ଥ ଡେଇଁ କେଉଁଆଡେ ଚାଲିଯାଇଥିବା ଜାଣିବାକୁ ମିଳିଥିଲା l  ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ଜାଣିବା ପରେ କୋଭିଡ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ଏ ସମ୍ବନ୍ଧରେ ନବରଙ୍ଗପୁର ଥାନାରେ ମାମଲା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos