କୋଭିଡ୍‌ ହସପିଟାଲରୁ ଖସିଆସିଥିବା ବୃଦ୍ଧ ଉଦ୍ଧାର, ବାନ୍ଧିଥିବା ଲୋକେ ଫସିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ହସପିଟାଲରୁ ଖସିଯାଇଥିବା ବୃଦ୍ଧ ଉଦ୍ଧାର। କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍ପୃକ୍ତ ବୃଦ୍ଧକୁ  ଉଦ୍ଧାର କରାଯାଇଛି। ହାତଗୋଡ଼ ବନ୍ଧା ଅବସ୍ଥାରେ ସଂପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କୁ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ପୁଣି ଥରେ ହସପିଟାଲ ନେଇଯାଇଛନ୍ତି। କୋଭିଡ୍ ହସ୍ପିଟାଲ ଗଲା ବେଳେ ବୃଦ୍ଧ ଜଣକ ଖସି ଆସିଥିବା ସୂଚନା ମିଳୁଛି।

ତେବେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। କୋଭିଡ୍ ହସ୍ପିଟାଲରୁ ପଳାଇ ଆସିଥିବା ସନ୍ଦେହରେ ଲୋକେ ତାଙ୍କୁ ବାନ୍ଧି ଦେଇଥିଲେ। ତେବେ ବୃଦ୍ଧଙ୍କୁ ବାନ୍ଧିଥିବା ୨ରୁ ୩ ଜଣଙ୍କୁ ସେଇ ଆମ୍ବୂଲାନ୍ସରେ ଉଠାଇନିଆଯାଇଥିବା ଜଣାପଡ଼ିଛି।