କରୋନା : ୪ଦିନରେ ୧୧୭ ସଂକ୍ରମିତ, ନମୁନା ପରୀକ୍ଷା ଅପେକ୍ଷାକୃତ କମ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ସୁରଟ ଫେରନ୍ତାଙ୍କ ଯୋଗୁ ଗତ ୪ଦିନ ମଧ୍ୟରେ ରାଜ୍ୟରେ ୧୧୭ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି। ଆଗାମୀ ଦିନରେ ରାଜ୍ୟ ବାହାରୁ ଅଧିକ ସଂଖ୍ୟକ ଓଡ଼ିଆଙ୍କ ଘରବାହୁଡ଼ା ହେବାର ଥିବାବେଳେ ଏହି ସଂକ୍ରମିତଙ୍କ ସଂଖ୍ୟା ବହୁଗୁଣିତ ହେବାର ଆଶଙ୍କା ରହିଛି। ତେବେ ଓଡ଼ିଶାରେ କରୋନା ନମୁନା ପରୀକ୍ଷା ଅନ୍ୟ ରାଜ୍ୟ ତୁଳନାରେ ଖୁବ୍ କମ୍ ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ […]

nbv

nbv

Tapas Behera
  • Published: Saturday, 09 May 2020
  • Updated: 09 May 2020, 10:03 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ସୁରଟ ଫେରନ୍ତାଙ୍କ ଯୋଗୁ ଗତ ୪ଦିନ ମଧ୍ୟରେ ରାଜ୍ୟରେ ୧୧୭ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି। ଆଗାମୀ ଦିନରେ ରାଜ୍ୟ ବାହାରୁ ଅଧିକ ସଂଖ୍ୟକ ଓଡ଼ିଆଙ୍କ ଘରବାହୁଡ଼ା ହେବାର ଥିବାବେଳେ ଏହି ସଂକ୍ରମିତଙ୍କ ସଂଖ୍ୟା ବହୁଗୁଣିତ ହେବାର ଆଶଙ୍କା ରହିଛି। ତେବେ ଓଡ଼ିଶାରେ କରୋନା ନମୁନା ପରୀକ୍ଷା ଅନ୍ୟ ରାଜ୍ୟ ତୁଳନାରେ ଖୁବ୍ କମ୍ ଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୬ରୁ ୯ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୧୧୭ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ୪ଦିନ ମଧ୍ୟରେ ଓଡ଼ିଶାକୁ ୧୭,୧୮୩ଜଣ ଲୋକ ଆସିଛନ୍ତି। ଏହି ଅବଧି ମଧ୍ୟରେ ମାତ୍ର ୮୮୬୮ଜଣଙ୍କର ନମୁନା ପରୀକ୍ଷା ହୋଇଛି। ଯେଉଁଥିରୁ ୧୧୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ୮୯ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ କରୋନା ସଂକ୍ରମିତ ଜିଲ୍ଲା ସଂଖ୍ୟା ୧୯ରେ ପହଂଚିଛି । ଅବଶ୍ୟ କରୋନା ସକ୍ରିୟ ସଂକ୍ରମିତ ଜିଲ୍ଲା ସଂଖ୍ୟା ୧୬ରେ ରହିଛି। ଦିନକୁ ୧୫ହଜାର ନମୁନା ପରୀକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଏବେସୁଦ୍ଧା ଦୈନିକ ପ୍ରାୟ ୩ହଜାର ମଧ୍ୟରେ ନମୁନା ପରୀକ୍ଷା ସମ୍ଭବପର ହୋଇଛି। ଯାହାକି ଦେଶର ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ତୁଳନାରେ କମ୍ ରହିଛି। କେବଳ ଆସାମ ଓ ଝାଡ଼ଖଣ୍ଡକୁ ଛାଡ଼ିଦେଲେ ବାକି ରାଜ୍ୟଗୁଡ଼ିକରେ ନମୁନା ପରୀକ୍ଷା ପରିମାଣ ଓଡ଼ିଶା ତୁଳନାରେ ବେଶ୍ ଅଧିକ ରହିଛି। ଓଡ଼ିଶାରେ ଜାତୀୟ ହାର ତୁଳନାରେ ଅଧିକ ନମୁନା ପରୀକ୍ଷା ହେଉଛି ବୋଲି ରାଜ୍ୟ ସରକାର ଦାବି କରୁଥିବାବେଳେ ବାସ୍ତବରେ ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ମହାରାଷ୍ଟ୍ର ଆଦି ରାଜ୍ୟ ତୁଳନାରେ କମ୍ ପରିମାଣ ନମୁନା ପରୀକ୍ଷା ହେଉଛି।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ୬ତାରିଖରେ ମୋଟ ୨୮ଜଣ, ୭ତାରିଖରେ ୪୦ଜଣ, ୮ତାରିଖରେ ୩୯ଜଣ ଓ ୯ ତାରିଖରେ ୧୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୪ ଥିବାବେଳେ ଏଥିରେ ସର୍ବାଧିକ ୧୬୫ଜଣଙ୍କର ବୟସ ୧୫ରୁ ୪୦ବର୍ଷ ମଧ୍ୟରେ। ୯୦ଜଣ ୪୧ରୁ ୬୦ବର୍ଷ ମଧ୍ୟରେ ଥିବାବେଳେ ୬୦ବର୍ଷରୁ ଅଧିକ ବୟସର ୨୫ଜଣ ଅଛନ୍ତି।
ତେବେ ଏହି ୬ତାରିଖରେ ଅନ୍ୟ ରାଜ୍ୟରୁ ମୋଟ ୩୫,୫୪୦ଜଣ ଓଡ଼ିଆଙ୍କ ଘରବାହୁଡ଼ା ହୋଇଥିବାବେଳେ ଆଜି ଏହି ସଂଖ୍ୟା ୫୨,୭୨୩ ରହିଛି। ଅର୍ଥାତ୍ ୪ଦିନ ମଧ୍ୟରେ ୧୭,୧୮୩ଜଣ ଲୋକ ଆସିଛନ୍ତି। ଅନ୍ୟପକ୍ଷରେ ୬ତାରିଖ ସୁଦ୍ଧା ରାଜ୍ୟରେ ୪୭୪୫୪ଜଣ ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ଏହି ସଂଖ୍ୟା ୫୬୩୨୨ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story