Advertisment

କରୋନା ଟେଷ୍ଟ କିଟ୍ ମହାଘୋଟାଲା: ୩ ଥର ଅର୍ଡ଼ର, ୩ ପ୍ରକାର ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ୍କ ଓ ପିପିଇ ଭଳି ଟେଷ୍ଟିଂ କିଟ୍‌ କିଣାରେ ବାହାରୁଛି ଘୋଟାଲାର ଗନ୍ଧ। ପୁଣି ସନ୍ଦେହ ବଳୟରେ ରାଜ୍ୟ ଔଷଧ ନିଗମର ଭୂମିକା। ‘କରୋନା’ ମହାବିପତ୍ତି ସମୟରେ କୋଟି କୋଟିର ଖେଳ ହୋଇଥିବା ଅଭିଯୋଗ ହୋଇଛି। ଏକା ସାମଗ୍ରୀ ପାଇଁ ତିନିଟି ଅର୍ଡର, ତିନି ପ୍ରକାର ଦରରେ କିଣାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମ ଅର୍ଡରରେ (ନମ୍ୱର ER19611) ଟେଷ୍ଟିଂ କିଟ୍‌ କିଣିବାକୁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଗତ ଏପ୍ରିଲ ୨୧ ତାରିଖରେ କୋଲକାତା […]

ଅଦ୍ୟତନ ହୋଇଛି
କରୋନା ଟେଷ୍ଟ କିଟ୍ ମହାଘୋଟାଲା: ୩ ଥର ଅର୍ଡ଼ର, ୩ ପ୍ରକାର ଦର

corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ୍କ ଓ ପିପିଇ ଭଳି ଟେଷ୍ଟିଂ କିଟ୍‌ କିଣାରେ ବାହାରୁଛି ଘୋଟାଲାର ଗନ୍ଧ। ପୁଣି ସନ୍ଦେହ ବଳୟରେ ରାଜ୍ୟ ଔଷଧ ନିଗମର ଭୂମିକା। ‘କରୋନା’ ମହାବିପତ୍ତି ସମୟରେ କୋଟି କୋଟିର ଖେଳ ହୋଇଥିବା ଅଭିଯୋଗ ହୋଇଛି। ଏକା ସାମଗ୍ରୀ ପାଇଁ ତିନିଟି ଅର୍ଡର, ତିନି ପ୍ରକାର ଦରରେ କିଣାଯାଇଥିବା ଅଭିଯୋଗ ହୋଇଛି।

Advertisment

ପ୍ରଥମ ଅର୍ଡରରେ (ନମ୍ୱର ER19611) ଟେଷ୍ଟିଂ କିଟ୍‌ କିଣିବାକୁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଗତ ଏପ୍ରିଲ ୨୧ ତାରିଖରେ କୋଲକାତା ଫାର୍ମକୁ ଦିଆଯାଇଥିଲା ଏକ ପରଚେଜ୍‌ ଅର୍ଡର। କିଟ୍‌ ପିଛା ଦର ଥିଲା ୧୩୨୧ ଟଙ୍କା। ମୋଟ୍ ୨ ଲକ୍ଷ କିଟ୍ କିଣିବାକୁ ପାଇଁ ୨୬ କୋଟି ୪୩ ଲକ୍ଷ ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା।

ତେବେ ଦ୍ୱିତୀୟ ଅର୍ଡରରେ (ନମ୍ୱାର ER19656) ଆର୍‌ଏମ୍‌ଆରସିକୁ ‘କରୋନା’ ଟେଷ୍ଟ କିଟ୍‌ ଯୋଗାଣ ପାଇଁ ମେ’ ୭ ତାରିଖରେ ଦିଆଯାଇଥିଲା ଅର୍ଡର। କିଟ୍ ପିଛା ୧୧୨୫ ଟଙ୍କା ହିସାବରେ ସମୁଦାୟ ୪୫ ହଜାର ଟେଷ୍ଟ କିଟ୍‌ ପାଇଁ ଭୁବନେଶ୍ୱରର ଏକ କମ୍ପାନୀକୁ ଦିଆଯାଇଥିଲା ମୋଟ୍ ୫ କୋଟି ୬୭ ଲକ୍ଷ ଟଙ୍କାର ଅର୍ଡର।

Advertisment

ହେଲେ ଏହାର ଠିକ୍‌ ୪ ଦିନ ପରେ ଅର୍ଥାତ୍ ମେ’ ୧୧ ତାରିଖରେ ତୃତୀୟ ପରଚେଜ୍‌ ଅର୍ଡର ଦିଆଯାଇଥିଲା। ଅର୍ଡର (ER19675) ନମ୍ବରରେ କିଟ୍‌ ପିଛା ଦର ମାତ୍ର ୯୮୦ ଟଙ୍କା ହିସାବରେ ୪୯୨୦ କିଟ୍ ଯୋଗାଇବାକୁ ଭୁବନେଶ୍ୱରର ଏକ ସଂସ୍ଥାକୁ ଦିଆଯାଇଥିଲା ମୋଟ ୪୮ ଲକ୍ଷ ୨୧ ହଜାର ୬୦୦ ଟଙ୍କାର ଅର୍ଡର। ହେଲେ ଏକ ପ୍ରକାର ସାମଗ୍ରୀ ପାଇଁ ସରକାରୀ କଳର ଏଭଳି ତିନି ତିନିଟି ମୂଲ୍ୟ ନିର୍ଦ୍ଧାରଣରେ ବଡ଼ ଧରଣର ଦୁର୍ନୀତିର ଅଭିଯୋଗ ଆଣି ଘେରିଛନ୍ତି ବିରୋଧୀ।

ସାଧାରଣ ସଂପାଦିକା ବିଜେପି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ମାସ୍କ ଓ କିଟ୍‌ର ହିସାବ ତିନି ପ୍ରକାର ଆସୁଛି। ପ୍ରକୃତିକ ବିପର୍ଯ୍ୟୟ ସମୟରେ ଏଥିରୁ ଲାଭ ଉଠାଇବାକୁ ଚେଷ୍ଟା କରାଯାଉଛି, ତାହାଠାରୁ ହୀନ ମାନବିକତା କାହାଠାରେ ନାହିଁ।”

ରିଅଲ ଟାଇମ୍ ପିସିଆର୍ ମେସିନ୍ କିଣାରେ ମଧ୍ୟ ଗଡ଼ବଡ଼ିର ଅଭିଯୋଗ ଆଣିଛି କଂଗ୍ରେସ ନେତା ସୁଦର୍ଶନ ଦାସ। ସେ କହିଛନ୍ତି, ବଜାରରେ ୩ ଲକ୍ଷରୁ ୪ ଲକ୍ଷ ଭିତରେ ଉପଲବ୍ଧ ଥିବା ବେଳେ ଏହି ମେସିନକୁ ୩ରୁ ୪ ଗୁଣା ଅଧିକ ଦରରେ ଅର୍ଥାତ୍ ୧୨ ଲକ୍ଷ ୯୪ ହଜାର ଟଙ୍କାରେ ଶହେଟି ମେସିନକୁ ୧୨ କୋଟି ୯୪ ଲକ୍ଷ ଟଙ୍କାରେ କିଣିଛନ୍ତି।

ହେଲେ ଟେଷ୍ଟ କିଟ୍‌ରେ ତିନି ପ୍ରକାର ଦର ସଂପର୍କରେ ସଫେଇରେ ନିଗମ କହିଛି, ସେହି ସମୟର ଆବଶ୍ୟକତାକୁ ଦୃଷ୍ଟି ରଖି ଏହା କିଣାଯାଇଛି। ସେହିପରି ରିୟଲ ଟାଇମ୍‌ ପିସିଆର୍‌ ମେସିନ କିଣିବା ନିଷ୍ପତ୍ତି କମିଟିର ଥିଲା। ଯେହେତୁ ଏହା ପ୍ରୋପ୍ରାଇଟର ପ୍ରଡକ୍ଟ, ତେଣୁ ଅଧିକ ରେଟ୍‌ ପଡିଲା। ଏବେ ସୁଦ୍ଧା ରାଜ୍ୟରେ ୪ କୋଟି ୬୦ ଲକ୍ଷ ମାସ୍କ ଓ ୨୨ ଲକ୍ଷ ୮୦ ହଜାର ପିପିଇ କିଟ୍ କିଣାଯାଇଛି ବୋଲି ନିଗମ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe