ଆଜି ସନ୍ଧ୍ୟାରୁ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଟେଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାର ସେକେଣ୍ଡ ଷ୍ଟ୍ରେନ୍ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର । ରେଲେୱେ ଷ୍ଟେସନ୍ ପାଇଁ କିଛି ନିଷ୍ପତ୍ତି ହୋଇନଥିବା ବେଳେ ଏୟାରପୋର୍ଟରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ।  ଏନେଇ ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଏଠାରେ ସ୍କ୍ରିନିଂ କରାଯିବ।  ଯଦି ଲୋକଙ୍କ  ଭିତରେ କିଛି ଲକ୍ଷଣ ଦେଖାଯାଏ, ତାହେଲେ ଟେଷ୍ଟିଂ କରାଯିବ । ଏହାଛଡ଼ା ଗତ ମାସେ ଭିତରେ […]

biju-1

Tapas Behera
  • Published: Wednesday, 24 February 2021
  • , Updated: 24 February 2021, 03:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାର ସେକେଣ୍ଡ ଷ୍ଟ୍ରେନ୍ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର । ରେଲେୱେ ଷ୍ଟେସନ୍ ପାଇଁ କିଛି ନିଷ୍ପତ୍ତି ହୋଇନଥିବା ବେଳେ ଏୟାରପୋର୍ଟରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ।  ଏନେଇ ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଏଠାରେ ସ୍କ୍ରିନିଂ କରାଯିବ।  ଯଦି ଲୋକଙ୍କ  ଭିତରେ କିଛି ଲକ୍ଷଣ ଦେଖାଯାଏ, ତାହେଲେ ଟେଷ୍ଟିଂ କରାଯିବ । ଏହାଛଡ଼ା ଗତ ମାସେ ଭିତରେ ପଜିଟିଭଙ୍କ ସଂଖ୍ୟା ବିଶେଷ ବଢିନି । ତଥାପି ବିଏମସି ଏହା ଉପରେ ନଜର  ରଖିଥିବା କହିଛନ୍ତି କମିଶନର ।

ପୂର୍ବ ପରି ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି ଏବଂ ହସ୍ପିଟାଲ ସୁବିଧା ଉପଲବ୍ଧ ରହିଥିବା କହିଛନ୍ତି ବିଏମ୍ସି କମିଶନର।  ଅନ୍ୟପଟେ ଦୁଇ ଦିନ ପୂର୍ବେ କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଯେଉଁଥିରେ ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସରେ ନିୟମ ପାଳନ ଦାୟିତ୍ୱ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ଦିଆଯାଇଛି ।

Related story