ପ୍ରଥମ ଥର କରୋନାକୁ ହରାଇଲେ, ହେଲେ ଦ୍ୱିତୀୟ ଥର ନିଜେ ହାରିଗଲେ କରୋନା ଯୋଦ୍ଧା

ବାରିପଦା(ମାଣିକ ଲାଲ ପାଣି): ପ୍ରଥମ ଥର କରୋନା କବଳରୁ ମୁକ୍ତି ପାଇଥିବା କରୋନା ଯୋଦ୍ଧା ଡାକ୍ତର କୁନାଲ ପାତ୍ର କିନ୍ତୁ ଦ୍ୱିତୀୟ ଥର କରୋନା କବଳରେ ପଡ଼ି ଜୀବନ ଯୁଦ୍ଧରେ ହାରିଗଲେ । କୁନାଲ ପାତ୍ର ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।  ଗତକାଲି ଭୁବନେଶ୍ୱରସ୍ଥିତ ଏମ୍ସରେ ମୃତ୍ୟୁ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ସତ୍ୟନଗର  ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୂଚନାଯୋଗ୍ୟ, ଡାକ୍ତର କୁନାଲ ପାତ୍ର ଗତ ଜୁଲାଇରେ […]

baripada

baripada

Niharika Rout
  • Published: Thursday, 08 October 2020
  • Updated: 08 October 2020, 10:46 AM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି): ପ୍ରଥମ ଥର କରୋନା କବଳରୁ ମୁକ୍ତି ପାଇଥିବା କରୋନା ଯୋଦ୍ଧା ଡାକ୍ତର କୁନାଲ ପାତ୍ର କିନ୍ତୁ ଦ୍ୱିତୀୟ ଥର କରୋନା କବଳରେ ପଡ଼ି ଜୀବନ ଯୁଦ୍ଧରେ ହାରିଗଲେ । କୁନାଲ ପାତ୍ର ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।  ଗତକାଲି ଭୁବନେଶ୍ୱରସ୍ଥିତ ଏମ୍ସରେ ମୃତ୍ୟୁ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ସତ୍ୟନଗର  ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସୂଚନାଯୋଗ୍ୟ, ଡାକ୍ତର କୁନାଲ ପାତ୍ର ଗତ ଜୁଲାଇରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।  ଏହାପରେ ସେ ବାରିପଦା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସେଠାରେ ୧୦ ଦିନର ଚିକିତ୍ସା ପରେ ସେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଥିଲେ । ତେବେ ତାଙ୍କ ଅବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ସେପ୍ଟେମ୍ବର ୧୯ ତାରିଖରେ ସେ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସେଠାରେ  ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସିଡିଏମ୍ଓ । ଏହାପରେ ପରିବାର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର  ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଡାକ୍ତର କୁନାଲ ପାତ୍ରଙ୍କ ଘର ମୟୂରଭଞ୍ଜ ରରୁଆଁ ବ୍ଲକ ଅନ୍ତର୍ଗତ ବୁଢ଼ାମରା ଗାଁରେ । ଡାକ୍ତରଙ୍କ ମୃତ୍ୟୁ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos