ଯୁଦ୍ଧ ଲଢୁ ଲଢୁ ହାରିଗଲେ ସେ, ଆଉ ସରକାର...

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତୃଣମୂଳ ସ୍ତରରେ କରୋନା ଲଢ଼େଇକୁ ସମ୍ମୁଖରୁ ଲଢୁଥିବା ଶିକ୍ଷକ ବି କରୋନା ପଞ୍ଝାରେ। ୩ ଦିନରେ ଦୁଇ ଜଣ ଶିକ୍ଷକ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏ ଦୁଇ ଜଣ ଯାକ ଶିକ୍ଷକ ଗଞ୍ଜାମ ଜିଲ୍ଲାର ଯାହାକୁ ନେଇ ଚିନ୍ତା ତ ବଢ଼ିଛି, ଅପରପେକ୍ଷେ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ତାଲିକାରେ ସାମିଲ କରାଯାଇ ନଥିବାରୁ ଶିକ୍ଷକ ସଂଘର ଅସନ୍ତୋଷ ବି ବଢୁଛି । ତେଣୁ ତୁରନ୍ତ ଏନେଇ […]

7v0

7v0

Tapas Behera
  • Published: Monday, 06 July 2020
  • Updated: 06 July 2020, 08:18 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତୃଣମୂଳ ସ୍ତରରେ କରୋନା ଲଢ଼େଇକୁ ସମ୍ମୁଖରୁ ଲଢୁଥିବା ଶିକ୍ଷକ ବି କରୋନା ପଞ୍ଝାରେ। ୩ ଦିନରେ ଦୁଇ ଜଣ ଶିକ୍ଷକ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏ ଦୁଇ ଜଣ ଯାକ ଶିକ୍ଷକ ଗଞ୍ଜାମ ଜିଲ୍ଲାର ଯାହାକୁ ନେଇ ଚିନ୍ତା ତ ବଢ଼ିଛି, ଅପରପେକ୍ଷେ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ତାଲିକାରେ ସାମିଲ କରାଯାଇ ନଥିବାରୁ ଶିକ୍ଷକ ସଂଘର ଅସନ୍ତୋଷ ବି ବଢୁଛି ।

ତେଣୁ ତୁରନ୍ତ ଏନେଇ ବ୍ୟବସ୍ଥା କରି ଅନ୍ୟ କରୋନା ଯୋଦ୍ଧାଙ୍କ ଭଳି ଶିକ୍ଷକମାନଙ୍କ ପାଇଁ ମଧ୍ୟ ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିବାକୁ ଦାବି ହୋଇଛି।

ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଭାବେ ଚାକିରି, ଆଉ କରୋନା ଲଢ଼େଇରେ ସେ ବି ଥିଲେ ଆଗ ଧାଡିର ଯୋଦ୍ଧା । ହେଲେ ଯୁଦ୍ଧ ଲଢୁ ଲଢୁ କରୋନାରେ ଆକ୍ରାନ୍ତ ହେଲେ, ଜୀବନ ବି ଚାଲିଗଲା ତା ସାଙ୍ଗକୁ ଉଜୁଡ଼ିଗଲା ସୀମାଞ୍ଚଳଙ୍କ ହସଖୁସିର ସଂସାର। ଏକମାତ୍ର ପୁଅକୁ ହରାଇବା ଖବର ଶୁଣୁ ଶୁଣୁ ମା ଘର ଭିତରେ ଆଉ ବାପା ଜଙ୍ଗଲରେ ବେକରେ ରଶି ଲଗେଇ ଝୁଲିପଡିବାର ଚିତ୍ର ଖାଲି କବିସୂର୍ଯ୍ୟନଗର ନାରାୟଣପୁର ଶାସନ ନୁହେଁ ସାରା ରାଜ୍ୟରେ ଉଦ୍‌ବେଗ ଖେଳାଇ ଦେଇଛି। ସେମିତି ଆସ୍କା ବ୍ଲକ୍ କେ. ରାଇସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଧାର୍ଥ ଶଙ୍କର ପାଢ଼ୀ ବି ଟିଏମ୍ସି ଡ୍ୟୁଟି ବେଳେ କରୋନା କବଳରେ ପଡ଼ିଲେ। ଜୀବନ ବି ଦେଲେ । ଗଞ୍ଜାମ ଜିଲ୍ଲାପ୍ରଶାସନ ଆଜି ଏ ଦୁଇ ଶିକ୍ଷକଙ୍କୁ କୋଭିଡ୍ ଯୋଦ୍ଧା ବୋଲି ଦର୍ଶାଇ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛି। ହେଲେ ଏଇ ଘଟଣା ପରଠୁ ନିଜର ଏବଂ ନିଜ ପରିବାରର ସୁରକ୍ଷାକୁ ନେଇ ଚିନ୍ତାରେ ସାରା ଶିକ୍ଷକ ସମାଜ।

ଟ୍ରେନରୁ ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧ କେନ୍ଦ୍ର ଯାଏ ନେବା ହେଉ କି ଟିଏମ୍ସି ଅବା କୋଭିଡ୍ କେୟାର ପରିଚାଳନା । ସ୍କୁଲ୍ ବନ୍ଦ ଥିବା ବେଳେ  ତୃଣମୂଳ ସ୍ତରରେ କରୋନା ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛନ୍ତି ଶିକ୍ଷକ । ହେଲେ ଅଭିଯୋଗ କେବଳ କୋଭିଡ୍ ଡ୍ୟୁଟିରେ ଥିବା ଶିକ୍ଷକଙ୍କୁ ଛାଡ଼ି ଅନ୍ୟ ଶିକ୍ଷକମାନଙ୍କୁ ସରକାର ନା କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ନା ସେମାନଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଇଛି । ତେଣୁ ଶିକ୍ଷକ ମାନଙ୍କୁ ମଧ୍ୟ କରୋନା ଯୋଦ୍ଧାର ମାନ୍ୟତା ସାଙ୍ଗକୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିବାକୁ ଦାବି କରିଛି ଶିକ୍ଷକ ସଂଘ । ଗତକାଲି ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ବି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos