କରୋନା ମୁକାବିଲା: ୧୫ ଦିନ ପରେ ବିଜେଡିର ମନେପଡ଼ିଲା ସାମାଜିକ ଦାୟିତ୍ୱ

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ରାଜ୍ୟରେ ଲକଡାଉନ୍ ସ୍ଥିତି ଘୋଷଣା ହେବାପରଠୁ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜସ୍ତରରେ ସାମାଜିକ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଲକଡାଉନ୍ ଅବଧିକୁ ୧୫ ଦିନ ବିତିବାପରେ ରାଜ୍ୟରେ କ୍ଷମତାସୀନ ବିଜେଡିର ସାମାଜିକ ଦାୟିତ୍ୱ ମନେପଡ଼ିଛି। କରୋନାରେ ସାମାଜିକ ଦୂରତ୍ୱ ବଜାୟ ରଖି କଂଗ୍ରେସ ନିଜର ସୀମିତ ସମ୍ବଳ ମଧ୍ୟରେ ରାଜ୍ୟରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ […]

naveen-patnik-1

naveen-patnik-1

Manoranjan Sial
  • Published: Wednesday, 08 April 2020
  • Updated: 08 April 2020, 07:23 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ରାଜ୍ୟରେ ଲକଡାଉନ୍ ସ୍ଥିତି ଘୋଷଣା ହେବାପରଠୁ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜସ୍ତରରେ ସାମାଜିକ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଲକଡାଉନ୍ ଅବଧିକୁ ୧୫ ଦିନ ବିତିବାପରେ ରାଜ୍ୟରେ କ୍ଷମତାସୀନ ବିଜେଡିର ସାମାଜିକ ଦାୟିତ୍ୱ ମନେପଡ଼ିଛି। କରୋନାରେ ସାମାଜିକ ଦୂରତ୍ୱ ବଜାୟ ରଖି କଂଗ୍ରେସ ନିଜର ସୀମିତ ସମ୍ବଳ ମଧ୍ୟରେ ରାଜ୍ୟରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ଖୋଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ନିଜର ନେତାମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ପ୍ରଦାନ କରିଥିବାବେଳେ ବିଜେପି ନିଜର କର୍ମକର୍ତ୍ତାମାନଙ୍କ ମାଧ୍ୟମରେ ଇତିମଧ୍ୟରେ ୪ ଲକ୍ଷରୁ ଅଧିକ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇଥିବା ଦଳ ଦାବି କରିଛି। କରୋନା ଭଳି ବିପତ୍ତି ସମୟରେ ସାମାଜିକ ଦାୟିତ୍ୱ ନିର୍ବାହ କରି ଗରିବ ଓ ଅସହାୟଙ୍କୁ ଖାଦ୍ୟଠୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା, ଲକଡାଉନ୍ ଯୋଗୁ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଥିବା ଦିନମଜୁରିଆଙ୍କୁ ସହଯୋଗ କରିବାର ଆବଶ୍ୟକତା ଥିଲେ ମଧ୍ୟ ବିଜେଡିର ଏଭଳି ବିଳମ୍ବିତ ନିଷ୍ପତ୍ତିକୁ ନେଇ ଦଳୀୟ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେଡି ପକ୍ଷରୁ ଗଣମାଧ୍ୟମକୁ ଜାରି ପ୍ରେସ୍ ରିଲିଜ୍ ମାଧ୍ୟମରେ ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି ଯେ, କରୋନା ବିପତ୍ତି ଭଳି ଏକ ସଙ୍କଟପୂର୍ଣ୍ଣ ସମୟରେ ବିଜେଡିର କର୍ମୀ ଓ ଶୁଭେଚ୍ଛୁମାନେ ନିଜ ନିଜ ଅଞ୍ଚଳର ଜଣେବି ବ୍ୟକ୍ତିଙ୍କୁ ଭୋକିଲା ରହିବାକୁ ଦିଅନ୍ତୁ ନାହିିଁ। ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାର ସଦସ୍ୟ ଭାବେ ବିବେଚନା କରି ଏଭଳି ସମୟରେ ବିଭୁକ୍ଷ ଲୋକଙ୍କ ପାଖରେ ଛିଡ଼ା ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଏଭଳି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶକୁ ଅନୁପାଳନ କରିବା ସହ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍ ପାଳନ କରି ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ଦାସବର୍ମା ନିବେଦନ କରିଛନ୍ତି। ଦଳର ନିଜର ସମସ୍ତ ନିର୍ବାଚିତ ଦଳୀୟ ପ୍ରତିନିଧିମାନଙ୍କୁ ମଧ୍ୟ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଅଭାବକୁ ଦୂର ନିମନ୍ତେ ପଦକ୍ଷେପ ନେବାକୁ ମଧ୍ୟ ଆହ୍ୱାନ କରାଯାଇଛି।

ତେବେ ପ୍ରଶ୍ନ ଉଠୁଛି, ମାର୍ଚ୍ଚ ୧୩ତାରିଖରେ ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ କରି କରୋନା ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ୨୩ତାରିଖରୁ ଲକଡାଉନ୍ ମଧ୍ୟ ଘୋଷଣା କରିଥିଲା। ଅବଶ୍ୟ କେନ୍ଦ୍ର ସରକାର ମାର୍ଚ୍ଚ ୨୪ତାରିଖରୁ ଦେଶବ୍ୟାପୀ ୨୧ଦିନ ଲକଡାଉନ୍ କାର୍ଯ୍ୟକ୍ଷମ କଲେ। ତେବେ ଏହା ପୂର୍ବରୁ ରାଜ୍ୟ ସରକାର କିମ୍ବା ବିଜେଡି କେହି ବି ରାଜ୍ୟ ବାହାରେ ରହୁଥିବା ଲକ୍ଷଲକ୍ଷ ଓଡ଼ିଆ ଶ୍ରମିକଙ୍କ ଦୂରାବସ୍ଥା ବୁଝିବାକୁ ଆଗ୍ରହ ଦେଖାଇନଥିଲେ। ଏପରିକି ବିଜେଡି ନିଜର ସାମାଜିକ ୱିଙ୍ଗ୍ ‘ମୋ ପରିବାର’ଓ ‘ଜୀବନ ବିନ୍ଦୁ’ ସମେତ ‘ବିଜୁ ଯୁବ ବାହିନୀ’କୁ ଦଳୀୟ ପ୍ରଚାରପ୍ରସାର ପାଇଁ ଉପଯୋଗ କରୁଥିଲେ ମଧ୍ୟ ଏବେ ଲକ୍ଷ ଲକ୍ଷ ଗରିବ ଓ ଅସହାୟଙ୍କ ପାଖରେ ସହାୟତା ପହଂଚାଇବାର ସାମାଜିକ ଦାୟିତ୍ୱବୋଧକୁ ଗତ ୧୫ଦିନ ହେଲା ସମ୍ପୂର୍ଣ୍ଣ ଭୁଲି ଯାଇଛି। ରାଜ୍ୟ ବାହାରେ ଲକ୍ଷଲକ୍ଷ ଓଡ଼ିଆ ଶ୍ରମିକ ରହିଥିଲେ ମଧ୍ୟ ସେମାନଙ୍କ ନିକଟରେ ସହଯୋଗର ହାତ ବଢ଼ାଇବାକୁ ବିଜେଡିର ‘ମୋ ପରିବାର’ ସକ୍ଷମ ହୋଇପାରିନି।

ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଶ୍ରମିକମାନେ ସୋଶାଲ ମିଡ଼ିଆ ମାଧ୍ୟମରେ ନିୟମିତ ଭାବେ ନିଜର ସମସ୍ୟା ଓ ଅସୁବିଧା ଜଣାଉଥିଲେ ମଧ୍ୟ ସରକାରୀ କଳ ସେମାନଙ୍କ ନିକଟରେ ସହାୟତା ପହଂଚାଇ ପାରିନି। ଏପରିକି ସରକାରୀସ୍ତରରେ ବିଭିନ୍ନ ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ଓଡି଼ଆ ଶ୍ରମିକମାନଙ୍କ ନିକଟରେ ସହାୟତା ପହଂଚାଇବା ନିମନ୍ତେ ଯେଉଁ ନୋଡାଲ ଅଫିସରମାନଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ତାହା କେବଳ ‘ଧର୍ମକୁ ଆଖିଠାର ମାରିବା’ ଭଳି ହୋଇଛି। ଗୃହ ବିଭାଗ ଅଧୀନରେ ଥିବା ‘କଣ୍ଟ୍ରୋଲ ରୁମ୍‌’ ଏ ଦିଗରେ କିଭଳି ପଦକ୍ଷେପ ନେଇଛି ତାହା ଲକଡାଉନ୍ ଅବଧି ସରିବାପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନେ ନିଜ ଘରକୁ ଫେରିବାପରେ ହିଁ ଜଣାପଡ଼ିବ। ଅବଶ୍ୟ ରାଜ୍ୟ ବାହାରେ ଥିବା ଶ୍ରମିକମାନେ ସହାୟତା ପାଇଁ ନିଜ ଅଞ୍ଚଳର ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ସରକାରୀସ୍ତରରେ ସେମାନଙ୍କୁ କେବଳ ପ୍ରତିଶ୍ରୁତି ମିଳିଲା ସିନା, ସେହି ଓଡ଼ିଆ ଶ୍ରମିକମାନଙ୍କର ସମାଧାନ ହୋଇପାରିଲା ନଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ, ଗାଁ ଓ ସହରାଞ୍ଚଳରେ ଏବେବି ଅନେକ ଗରିବ ଓ ଦିନମଜୁରିଆଙ୍କ ପାଖରେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହୋଇପାରୁନଥିଲେ ବି ବିଜେଡି ନେତାମାନେ ନିରବଦ୍ରଷ୍ଟା ସାଜିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story