ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ। ଦିନକୁ ଦିନ ଅଧିକ ବିଗୁଡ଼ୁଛି ସ୍ଥିତି। ଗତ ୨୪ ଘଣ୍ଟାରେ କରୋନା ରାଜ୍ୟରେ ଆଉ ୨ ମୁଣ୍ଡ ନେବା ସହ ୪୬୯ ଲୋକଙ୍କୁ ଆକ୍ରାନ୍ତ କରିଛି। ଏଣେ ସ୍ଥିତି ଧିରେ ଧିରେ ଅଣାୟତ୍ତ ହେଉଥିବାରୁ କିଛି ଅଞ୍ଚଳରେ ପୁଣି ସଟଡାଉନ୍ ସହ କଟକଣା ଜାରି କରିଛନ୍ତି ବିଭିନ୍ନ ଜିଲ୍ଲା ପ୍ରଶାସନ।
ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଶୁକ୍ରବାର ୫୬୧, ଶନିବାର ୪୯୫ ପରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୪୬୯ ଜଣ ଆକ୍ରାନ୍ତ। ୩ ଦିନରେ ୧୫ ଶହରୁ ଅଧିକ ନୂଆ କେସ୍ ସହ ରାଜ୍ୟରେ ୯ ହଜାର ପାର ହୋଇଛି ଆକ୍ରନ୍ତଙ୍କ ସଂଖ୍ୟା। ଏପଟେ ଦୃତ ସଂକ୍ରମଣ ସହ ସମତାଳରେ ମୁଣ୍ଡ ବି ନେଉଛି ମହାମାରୀ। ଗତ ୨୪ ଘଣ୍ଟାରେ ଆଉ ୨ ଜଣଙ୍କ ଜୀବନ ନେଇଛି କୋରନା।
ଗଜପତି ଜିଲ୍ଲାର ଜଣେ ୪୦ ବର୍ଷୀୟ ଯୁବକ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି। ଫଳରେ ୩୬କୁ ବୃଦ୍ଧି ପାଇଛି କୋଭିଡ୍ ମୃତ୍ୟୁ ସଂଖ୍ୟା। ଏଣେ ଉଭୟ ଆକ୍ରାନ୍ତ (୨,୧୮୨) ଓ ମୃତକ (୨୦)ଙ୍କ ସଂଖ୍ୟାରେ ଦୈନିକ ନୂଆ ରେକର୍ଡ କରୁଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଅଧିକ ଦୟନୀୟ ହେଉଥିବାରୁ ଆଗକୁ କିଭଳି ପରିସ୍ଥିତିର ମୁକାବିଲା କରାଯିବ, ସେ ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।