ବାଉଳା ଚାଉଳା ଅବସ୍ଥା ପଟ ପରିବର୍ତ୍ତନର ଆଭାସ !

କୋଭିଡ୍ କିଟ୍ କିଣା ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟ ପ୍ରଶାସନ ଓ ଶାସକ ଦଳ କେବଳ ବ୍ୟାକ୍ ଫୁଟରେ ନାହିଁ, ବରଂ ବାଉଳା ଚାଉଳା ଅବସ୍ଥାକୁ ଆସି ଯାଇଛି। ଗୁରୁବାର ଏହି ପ୍ରସଙ୍ଗକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ସାଂସଦଙ୍କ ଶାରୀରିକ ଅବସ୍ଥା ଏହାର ଯଥେଷ୍ଟ ସ୍ପଷ୍ଟ କରିଛି। ଏହି ବାଉଳା ଚାଉଳା ଅବସ୍ଥା ଅନେକ କିଛି ଆଭାସ ତ ଦେଉଛି କିନ୍ତୁ ଏଭଳି ସ୍ଥିତି ପଛର ଅସଲ କାରଣ ଯୋଗୁ ଉଭୟ ରାଜ୍ୟ […]

Untitled-2

Untitled-2

Tapas Behera
  • Published: Thursday, 11 June 2020
  • Updated: 12 June 2020, 08:39 AM IST

Sports

Latest News

କୋଭିଡ୍ କିଟ୍ କିଣା ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟ ପ୍ରଶାସନ ଓ ଶାସକ ଦଳ କେବଳ ବ୍ୟାକ୍ ଫୁଟରେ ନାହିଁ, ବରଂ ବାଉଳା ଚାଉଳା ଅବସ୍ଥାକୁ ଆସି ଯାଇଛି। ଗୁରୁବାର ଏହି ପ୍ରସଙ୍ଗକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ସାଂସଦଙ୍କ ଶାରୀରିକ ଅବସ୍ଥା ଏହାର ଯଥେଷ୍ଟ ସ୍ପଷ୍ଟ କରିଛି। ଏହି ବାଉଳା ଚାଉଳା ଅବସ୍ଥା ଅନେକ କିଛି ଆଭାସ ତ ଦେଉଛି କିନ୍ତୁ ଏଭଳି ସ୍ଥିତି ପଛର ଅସଲ କାରଣ ଯୋଗୁ ଉଭୟ ରାଜ୍ୟ ପ୍ରଶାସନ ଓ ଶାସକ ଦଳରେ ଏକ ବଡ଼ଧରଣ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଏହି ଚର୍ଚ୍ଚା ଅନୁସାରେ ରାଜ୍ୟ ଶାସନ ରଥରେ ଢେର ଦିନ ଧରି ପ୍ରଭାବୀ ସାଜିଥିବା ଘୋଡ଼ାଙ୍କୁ ଖୁବଶୀଘ୍ର ଅବ୍ୟାହତି ଦିଆଯିବ। କୁହାଯାଉଛି, ଏହି ପରିବର୍ତ୍ତନର ପ୍ରଭାବ କେବଳ ପ୍ରଶାସନିକ ରୂପରେଖ ନୁହେଁ ବରଂ ଶାସକ ଦଳର ସଂଗଠନ ଉପରେ ପଡ଼ିବ। ଆଉ ଏମିତି ହେଲେ ଉଭୟ ଶାସନ କଳ ଓ ଦଳରେ କ୍ଷମତାକେନ୍ଦ୍ର ସାଜିଥିବା ପ୍ରଭାବଶାଳୀମାନେ ଭିନ୍ନ ରାସ୍ତା ଦେଖିବା ବିଚିତ୍ର ନୁହେଁ। ଅବଶ୍ୟ ସମୟାନ୍ତରରେ ସାଂଗଠନିକ ନବ କଳେବର ଓ କ୍ଷମତା କେନ୍ଦ୍ରର ପରିବର୍ତ୍ତନ କୋଡ଼ିଏ ବର୍ଷ କାଳ ରାଜ୍ୟ ଶାସନରେ ଥିବା ବିଜୁ ଜନତା ଦଳ ପାଇଁ ଏକ ନିୟମିତ ତଥା ସ୍ୱାଭାବିକ ପ୍ରକ୍ରିୟା ପାଲଟିଛି। ଏପରିକି ଏହାକୁ ମୁଖିଆଙ୍କ ମାଷ୍ଟର ଷ୍ଟ୍ରୋକ୍ ବୋଲି ପ୍ରଚାର କରି ଦଳକୁ ପ୍ରତି ନିର୍ବାଚନ ପୂର୍ବରୁ ଜନତାଙ୍କ ଇମେଜରେ ସଶକ୍ତ କରାଯାଇଥିବା କଥା ମଧ୍ୟ ଇତିହାସ କହୁଛି।

ଅସମର୍ଥିତ କିନ୍ତୁ ଗ୍ରହଣୀୟ ସୂତ୍ର ଅନୁସାରେ, ରାଜ୍ୟ ପାୱାର କରିଡରରେ ଏବେ ଅସମ୍ଭବ ନିରବତା ରାଜୁତି କରୁଛି। ଚାଲି ଯିବାକୁ ବସିଥିବା ବର୍ତ୍ତମାନ ପାଇଁ ଯେତିକି ଚିନ୍ତା ନୁହେଁ, ବରଂ ଆସିବାକୁ ଥିବା ଭବିଷ୍ୟତ ହିଁ ଉଭୟ ପ୍ରଶାସନ ଓ ଶାସକ ଦଳରେ ଛାଇ ଯାଇଥିବା ଅସମ୍ଭବ ନିରବତା ପଛର କାରଣ ବୋଲି କୁହାଯାଉଛି। ପ୍ରାୟ ସମସ୍ତେ ପାଟି ଚୁପ୍ କରି ବସିଛନ୍ତି ସତ କିନ୍ତୁ ସ୍ଥିତି ଓ ସମ୍ଭାବ୍ୟ ପରିବର୍ତ୍ତନର ତଥାକଥିତ ପ୍ରକ୍ରିୟା ଉପରେ ସଜାଗ ଦୃଷ୍ଟି ରଖିଛନ୍ତି। ଚର୍ଚ୍ଚିତ ‘ମେ ମିଡ୍ ନାଇଟ୍ ଅପରେସନ୍’ ପରେ ଅବଶ୍ୟ ଶାସକ ଦଳରେ ଏଭଳି ଏକ ନିରବତା ମାତ୍ର କେଇ ଦିନ ପାଇଁ ଦେଖା ଦେଇଥିଲା, କିନ୍ତୁ ରାଜ୍ୟ ପ୍ରଶାସନରେ ଏହାର ପ୍ରଭାବ ସେତେବେଳେ ସେପରି ଦେଖିବାକୁ ମିଳି ନଥଲା।

ସୂତ୍ର କହୁଛି ରାଜ୍ୟ ପ୍ରଶାସନରେ ଗତ କିଛି ଦିନ ହେଲା ସବୁ କିଛି ଠିକଠାକ୍ ଚାଲୁ ନାହିଁ। କେତେକଙ୍କ ପାଇଁ କାହାର ବ୍ୟବହାର ଗତ କିଛି ମାସ ଧରି ସବୁ ସୀମା ଟପି ସାରିଲାଣି ତ ଆଉ କେହି ନିଜ ଆଡ଼ୁ ସାଇଡ୍ ହୋଇ ଗଲେଣି। ସେହି ଏକା କାରଣ ଶାସକ ଦଳର ଆଭ୍ୟନ୍ତରୀଣ ଅବସ୍ଥାକୁ ନୟାନ୍ତ କରି ସାରିଲାଣି। ବିକଳ୍ପ ନଥିବାରୁ ବହୁ ବରିଷ୍ଠ ନିରବ ରହିବାକୁ ବାଧ୍ୟ ହୋଇଛନ୍ତି କିନ୍ତୁ ସୁଯୋଗକୁ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି। ଏବେ କୋଭିଡ କିଟ୍ କିଣା ଦୁର୍ନୀତି ସେହିମାନଙ୍କ ପାଇଁ ମଧୁର ପ୍ରତିଶୋଧର ଏକ ମାହେନ୍ଦ୍ର ବେଳା ଆଣିଥିବା ଅନୁମାନ କରାଯାଉଛି। ଦଳର ଚରିତ୍ର ଓ ଚିତ୍ର ଉପରେ କାର୍ପଟଦାରଙ୍କ ମନମାନିର ଖରାପ ପ୍ରଭାବ ପଡ଼ୁଛି ଏବଂ ଖାସ୍ ଏଥିପାଇଁ ସରକାର ଓ ଦଳ ସାଧାରଣରେ ଅପଦସ୍ତ ଓ ନିନ୍ଦିତ ହେଉଛି ବୋଲି ଉପଯୁକ୍କ ପ୍ରମାଣ ଦେଇ ମୁଖିଆଙ୍କ ଶେଷ ସିଗନାଲ ପାଇଁ ଢେର ଦିନ ଧରି କସରତ ଚଳାଇଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏବେ କୋଭିଡ୍ କିଟ୍ କିଣା ଦୁର୍ନୀତିକୁ କ୍ଲାଇମାକ୍ସ ସିନ୍ ପାଇଁ ଉପଯୁକ୍ତ ପ୍ଲଟ୍ ବୋଲି ଚୂଡ଼ାନ୍ତ କରିସାରିଛନ୍ତି। ସବୁ ଠିକଠାକ୍ ଚାଲିଲେ, ‘ମେ ମିଡ୍ ନାଇଟ୍ ଅପରେସନ୍’ ପରେ ମହାପ୍ରତାପୀ ପ୍ୟାରୀ ବନବାସ ଯିବା ଭଳି ଏଥରର ପ୍ରବଳପ୍ରତାପୀ ସହଜରେ ଫ୍ୟୁଜ୍ ହୋଇଯିବେ ବୋଲି ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବେଶ୍ କନଫିଡେଣ୍ଟ ଅଛନ୍ତି।

ଏମିତି ବି କୁହାଗଲାଣି, ସେ ତ ଯିବା ଥୟ କିନ୍ତୁ ତାଙ୍କ ଯୋଗୁ ‘ସ୍ୱର୍ଣ୍ଣ ତ୍ରିଭୂଜ’ରେ ଯେଉଁ ହଜାର ହଜାର କୋଟି ଲାଗିଛି, ତାହା କେମିତି ରିକଭର୍ ହେବ ଏବେ ସେଇଟା ମୁଖ୍ୟ ଚିନ୍ତା। ସିଏ ଗଲେ କାହାର କିଛି କହିବାର ନାହିଁ, କିନ୍ତୁ ଯିଏ ଆସିବ, ତାକୁ ନେଇ କିଛି ଆଶଙ୍କା ଓ ଅଜଣା ଭୟ ଅବଶ୍ୟ ରହିଛି।

କୁହାଯାଉଛି, ମୁଖିଆଙ୍କ ରିଙ୍ଗ୍ ମାଷ୍ଟର ଢେର ଦିନ ହେଲା ଭୁବନେଶ୍ୱରରେ ଅଛନ୍ତି। ଆଉ ରିଙ୍ଗ୍ ମାଷ୍ଟର ଏବର କ୍ଷମତାକେନ୍ଦ୍ରଙ୍କ ଉପରେ ଖାଲି ଅସନ୍ତୁଷ୍ଟ ନୁହେଁ କୁଆଡ଼େ କେବେଠୁ ଖୁବ୍ ଖପ୍ପା ଅଛନ୍ତି। କିଛି ଶଙ୍ଖ ବାଲା ଜଣେ ଦିଲ୍ଲୀ ସ୍ତରୀୟ ନେତାଙ୍କୁ ଭିନ୍ନ ଭିନ୍ନ ସମୟରେ ଭେଟି ଭାବୀ କ୍ଷମତାବଣ୍ଟନର ଫର୍ମୁଲା ଶୁଣାଇଥି୍ବା କଥା ମଧ୍ୟ ରିଙ୍ଗ୍ ମାଷ୍ଟରଙ୍କ କାନରେ ପଡ଼ିଛି। ଏପଟେ କ୍ଷମତାକେନ୍ଦ୍ରର ନିଜସ୍ୱ ଏଜେଣ୍ଡା, ସେପଟେ ସୁବିଧାବାଦୀଙ୍କ ଦିଲ୍ଲୀ ଦରବାରରେ ରୀତିମତ ହାଜିରା, ଉଭୟ ଘଟଣା ଯୋଗୁ ମୁଖିଆଙ୍କ ଭବିଷ୍ୟତ ଓ ସୁରକ୍ଷା ନେଇ ରିଙ୍ଗ ମାଷ୍ଟର ବେଶ୍ ଚିନ୍ତିତ ଅଛନ୍ତି। ଆଉ କୋଭିଡ୍ କିଟ୍ କିଣା ଦୁର୍ନୀତିର କଳଙ୍କ ପୋଛିବା ବାହାନାରେ ପୂରା ରାଜ୍ୟ ପ୍ରଶାସନ ଓ ଦଳୀୟ ନବ କଳେବରର ଚିନ୍ତା କରାଯାଇଥିବା ଅସମର୍ଥିତ ଅଥଚ ଗ୍ରହଣୀୟ ସୂତ୍ରରୁ ସୂଚନା ମିଳିଛି।

ପ୍ରଶାସନରେ ଓଡ଼ିଆ-ଅଣଓଡ଼ିଆ ଅବା ବରିଷ୍ଠ-କନିଷ୍ଠ ବିବାଦ ଉତ୍କଟ ହୋଇଥିବାବେଳେ ସେହି ଏକା ପ୍ରଭାବରେ ଦଳକୁ ଶାସନକୁ ଆଣିବାରେ ତତ୍କାଳୀନ କାର୍ପଟଦାର ନେତାଏ ଏବେ ବିଜେଡିରେ ଅଣନିଃଶ୍ୱାସୀ ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି। ଦଳରେ ଭାଗବଣ୍ଟା ରାଜନୀତି ଜୋର ଧରିଥିବାବେଳେ ପ୍ରଶାସନରେ ଏକଚାଟିଆ କାରବାର ଅସହ୍ୟ ହୋଇଛି। ଏଭଳି ସ୍ଥିତିରେ କରୋନା ମୁକାବିଲା ଓ ପରିଚାଳନାରେ ପ୍ରଶାସନିକ ବିଫଳତା ଓ ଅପାରଗତା ଶାସକ ଦଳ ପାଇଁ ଭିନ୍ନ କିନ୍ତୁ ଗମ୍ଭୀର ସଙ୍କଟ ସୃଷ୍ଟି କରିଛି।

ଆଉ ସଙ୍କଟରୁ ସଫଳ ପ୍ରତ୍ୟାବର୍ତ୍ତନର ଚିରାଚରିତ ଷ୍ଟାଇଲକୁ କାଏମ ରଖି ସେଥିରୁ ଲୋକପ୍ରିୟତାର ଏଭରେଷ୍ଟ ଚଢ଼ିବା ଶଙ୍ଖ ମୁଖିଆଙ୍କ ସଫଳତାର ସିକ୍ରେଟ୍ ହୋଇଥିବାରୁ କୋଭିଡ କିଟ୍ କିଣା ମହାଦୁର୍ନୀତିକୁ ଲୋକଲୋକଚନରୁ ରଫାଦଫା କରିବା ପାଇଁ ଉଭୟ ଶାସନ ଓ ଦଳରେ ଏକ ବଡ଼ଧରଣର ପରିବର୍ତ୍ତନ ଆକଳନ କରିବା କେବେ ବି ଅମୂଳକ ହୋଇ ନପାରେ। ତେବେ ଅସଲ କାହାଣୀ ପରଦାକୁ ଆସିବା କେବଳ ସମୟ ହାତରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story