କରୋନାରେ ଆସିଲା ଆଳୁ ଖୋଳୁ ଖୋଳୁ ମହାଦେବ

ଜଳେଶ୍ୱର/ ବଲାଙ୍ଗିର/କୋଣାର୍କ/(ଓଡ଼ିଶା ରିପୋର୍ଟର): କରୋନା ସହାୟତା ରାଶି ପଦାକୁ  ଆଣିଲା ରିଟେଲରଙ୍କ ତଞ୍ଚକତା । ସରକାରୀ ତାଲିକା ଅନୁସାରେ ଯେଉଁମାନଙ୍କ ପାଖରେ ପିଡିଏସ୍ କାର୍ଡ ଅଛି ସେମାନଙ୍କ ପାଖକୁ ଆସିଛି ହଜାରେ ଟଙ୍କା କରୋନା ସହାୟତା। ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସହାୟତା ପାଇଥିବା ଅନେକ ହିତାଧିକାରୀ କିନ୍ତୁ ବର୍ଷ ବର୍ଷ ଧରି ପିଡିଏସ୍ ସାମଗ୍ରୀ ପାଉନାହାନ୍ତି । ସେହିଭଳି ପିଡିଏସ୍ କିରାସିନି ଯୋଗାଣରେ ବି ମହାଘୋଟାଲା ଚାଲିଥିବା ତଥ୍ୟ ପଦାକୁ ଆସିଛି। […]

vmk

vmk

Tapas Behera
  • Published: Tuesday, 12 May 2020
  • Updated: 12 May 2020, 08:13 PM IST

Sports

Latest News

ଜଳେଶ୍ୱର/ ବଲାଙ୍ଗିର/କୋଣାର୍କ/(ଓଡ଼ିଶା ରିପୋର୍ଟର): କରୋନା ସହାୟତା ରାଶି ପଦାକୁ  ଆଣିଲା ରିଟେଲରଙ୍କ ତଞ୍ଚକତା । ସରକାରୀ ତାଲିକା ଅନୁସାରେ ଯେଉଁମାନଙ୍କ ପାଖରେ ପିଡିଏସ୍ କାର୍ଡ ଅଛି ସେମାନଙ୍କ ପାଖକୁ ଆସିଛି ହଜାରେ ଟଙ୍କା କରୋନା ସହାୟତା। ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସହାୟତା ପାଇଥିବା ଅନେକ ହିତାଧିକାରୀ କିନ୍ତୁ ବର୍ଷ ବର୍ଷ ଧରି ପିଡିଏସ୍ ସାମଗ୍ରୀ ପାଉନାହାନ୍ତି । ସେହିଭଳି ପିଡିଏସ୍ କିରାସିନି ଯୋଗାଣରେ ବି ମହାଘୋଟାଲା ଚାଲିଥିବା ତଥ୍ୟ ପଦାକୁ ଆସିଛି।

ହିତାଧିକାରୀଙ୍କୁ ମାସ ମାସ ଧରି ପିଡିଏସ୍ ସାମଗ୍ରୀ ମିଳୁନି କିନ୍ତୁ ତାଙ୍କ ନାଁରେ କରୋନା ସହାୟତା ଟଙ୍କା ଆସିଛି । ଅର୍ଥାତ୍ ନିଶ୍ଚିତ ଭାବେ ସେମାନଙ୍କ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ ଚାଲୁ ରହିଛି। ଏମିତି ଅଭିଯୋଗ ଆସିଛି ଭୋଗରାଇ ବ୍ଲକ ମହାଗବ ପଞ୍ଚାୟତରୁ । ସେହି ମହା ଠକେଇର ଶିକାର ହୋଇଥିବା ଜଣେ ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ, କାହାକୁ ଦେଢ଼ ବର୍ଷ ତ କାହାକୁ ଅଢ଼େଇ ବର୍ଷ ହେଲା ପିଡିଏସ୍ ସାମଗ୍ରୀ ମିଳୁନି । ଏମିତିକି ସେମାନଙ୍କ ନାଁ ଲିଷ୍ଟରୁ କଟିଯାଇଥିବା କୁହାଯାଉଥିବାବେଳେ ଟଙ୍କା କେମିତି ଆସିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ।

ସେହିପରି ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ପଞ୍ଚାୟତରେ ତ ଭୂତ ଲୋକଙ୍କ ନାଁରେ ବି ରାସନ ଉଠୁଛି।  ଖାଲି ସେତିକି ନୁହେଁ କେତେକ ହିତାଧିକାରୀଙ୍କୁ ୩୫ କିଲୋ ସ୍ଥାନରେ ମାତ୍ର ୫ କିଲୋ ଚାଉଳ ମିଳୁଛି ତ ଆଉ କାହା ପରିବାରର ମଲା ଲୋକଙ୍କ ନାଁରେ ବି ଚାଉଳ ଆସୁଥିବା ଅଭିଯୋଗ ହୋଇଛି । ପିଡିଏସ୍ ରିଟେଲରଙ୍କ କାରନାମା ଦେଖି ସ୍ଥାନୀୟ ସରପଞ୍ଚ ବି ତାଜୁବ୍।

ଖାଲି ଚାଉଳ ନୁହେଁ ପିଡିଏସ୍ କିରୋସିନି ଯୋଗାଣରେ ବି ରାଜ୍ୟରେ ଚାଲିଛି ମହା ଲୁଟ୍। ପୁରୀ ଅସ୍ତରଙ୍ଗ ବ୍ଲକ୍‌ରୁ ଆସିଥିବା ଅଭିଯୋଗ ବଡ଼ ସାଂଘାତିକ। ଏପ୍ରିଲ ମାସରେ ଏଠି ହିତାଧିକାରୀଙ୍କ ପାଇଁ କିରୋସିନି ଲିଟର ପିଛା ୨୫ ଟଙ୍କା ୪୭ ପଇସା ଧାର୍ଯ୍ୟ ହୋଇଥିବାବେଳେ ରିଟେଲର କିନ୍ତୁ ନେଇଛି ସିଧା ୪୦ ଟଙ୍କା । ମାନେ ଲିଟର ପିଛା ପ୍ରାୟ ୧୪ ଟଙ୍କାର ଘୋଟାଲା । ଖାଲି ସେତିକି ନୁହେଁ କରୋନା ବିପତ୍ତି ଥିବାରୁ ମେ ଓ ଜୁନ୍ ପାଇଁ କିରୋସିନି ଲିଟର ପିଛା ୧୪ ଟଙ୍କା ୭୬ ପଇସାକୁ ସରକାର ଧାର୍ଯ୍ୟ କରିଛନ୍ତି ।

ହେଲେ ରିଟେଲର କିନ୍ତୁ ସେହି ୪୦ ଟଙ୍କା ଦରରେ ବିକି ଚାଲିଛନ୍ତି । ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ ଏକଥା ପଚାରିବାରେ ସେ କୁଆଡ଼େ ହିତାଧିକାରୀଙ୍କୁ ଡିଲରମାନେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମାନ ଅଭିଯୋଗ କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ଆସିଛି। ଏଠି କାର୍ଡଧାରୀଙ୍କ ଅଭିଯୋଗ, ୧୮ ଶହ ମିଲିଲିଟର ଯାଗାରେ ଦେଢ଼ ଲିଟର କିରୋସିନି ଦେଇ ଡିଲର ନେଉଛି ୪୫ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos