ଲକଡାଉନ୍‌ରୁ ଲାଭ, ବାଉଁସ ବାନ୍ଧି ବିଲ୍ ଉଠାଇନେଲେ !

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହାମାରୀବେଳେ ହୋଇଛି ମହାଲୁଟ୍ । ଲକଡାଉନ୍ ସମୟରେ ସରକାରୀ ଅର୍ଥ ଆତ୍ମସାତରେ ମାତିଥିଲେ ଅସାଧୁ ଅଫିସର କେମିତି-ବଲାଙ୍ଗୀରରୁ ଆସିଛି ସାଂଘାତିକ ଅଭିଯୋଗ ସାଙ୍ଗକୁ ତଥ୍ୟଗତ ପ୍ରମାଣ । ସହରର ବିଭିନ୍ନ ପଡ଼ାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ କେମିତି ବ୍ୟାରିକେଡ୍ ଲଗା ବାବଦରେ ହରିଲୁଟ୍ ହୋଇଛି ତାର ଦସ୍ତାବିଜ୍ ସାମ୍ନାକୁ ଆସିଛି । ୫ରୁ ୧୦ ଖଣ୍ଡ ଲେଖାଏଁ ବାଉଁଶ ବାନ୍ଧି ବିଲ୍ କରାଇ ଉଠାଇଛନ୍ତି ଲକ୍ଷାଧିକ ଟଙ୍କା । ପୂର୍ତ୍ତ ବିଭାଗର ତଥ୍ୟ […]

6nm

Tapas Behera
  • Published: Saturday, 30 January 2021
  • , Updated: 30 January 2021, 08:22 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହାମାରୀବେଳେ ହୋଇଛି ମହାଲୁଟ୍ । ଲକଡାଉନ୍ ସମୟରେ ସରକାରୀ ଅର୍ଥ ଆତ୍ମସାତରେ ମାତିଥିଲେ ଅସାଧୁ ଅଫିସର କେମିତି-ବଲାଙ୍ଗୀରରୁ ଆସିଛି ସାଂଘାତିକ ଅଭିଯୋଗ ସାଙ୍ଗକୁ ତଥ୍ୟଗତ ପ୍ରମାଣ । ସହରର ବିଭିନ୍ନ ପଡ଼ାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ କେମିତି ବ୍ୟାରିକେଡ୍ ଲଗା ବାବଦରେ ହରିଲୁଟ୍ ହୋଇଛି ତାର ଦସ୍ତାବିଜ୍ ସାମ୍ନାକୁ ଆସିଛି । ୫ରୁ ୧୦ ଖଣ୍ଡ ଲେଖାଏଁ ବାଉଁଶ ବାନ୍ଧି ବିଲ୍ କରାଇ ଉଠାଇଛନ୍ତି ଲକ୍ଷାଧିକ ଟଙ୍କା ।

ପୂର୍ତ୍ତ ବିଭାଗର ତଥ୍ୟ କହୁଛି-୭ଟି ପଡ଼ାରେ ଏ ବାବଦରେ ଖର୍ଚ୍ଚ ହୋଇଛି ୪ଲକ୍ଷ ୩୩ ହଜାର ଟଙ୍କା । ଏଠି ପ୍ରଶ୍ନ ସତରେ କଣ ଏତେ ଟଙ୍କା ଖର୍ଚ୍ଚ ହୋଇଛି? ଜାଣିବା ପାଇଁ ଟିକେ ଲକ୍‌ଡାଉନ୍ ବେଳକୁ ଯିବା । ହାତୀଶାଳ ପଡ଼ାର ବସ୍ତି ଅଞ୍ଚଳରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛି।  ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା । ୫ରୁ ଦଶ ଖଣ୍ଡ ବାଉଁଶ ପକାଇ ଏଠାରେ ପ୍ରଶାସନ ଲଗାଇଥିଲା ବ୍ୟାରିକେଡ୍।  କିନ୍ତୁ ସେ ବାବଦରେ କୁଆଡ଼େ ଖର୍ଚ୍ଚ ହୋଇଛି ୨ଲକ୍ଷ ୪୨ ହଜାର ୪୧୬ ଟଙ୍କା । ଠିକ୍ ସେମିତି ଠିକାଦାର ପଡ଼ାରେ ୫ରୁ ୭ଖଣ୍ଡ ବାଉଁଶରେ ବ୍ୟାରିକେଡ୍ ଲଗାଯାଇ ବିଲ୍ ହୋଇଛି ୩୯ ହଜାର ୪୫୬ଟଙ୍କା।

ରୁଗୁଡ଼ିପଡ଼ାର ବ୍ୟାରିକେଡ୍‌କୁ ବି ଟିକେ ଦେଖନ୍ତୁ। ଏଠି କୁଆଡ଼େ ୨୦ ହଜାର ୨୬ ଟଙ୍କାର ବାଉଁଶ ଲାଗିଛି । ସେମିତି ବେହେରାପାଲ୍ଲୀରେ ୨୩ ହଜାର ୬୦୩ଟଙ୍କା, ସୁଦପଡ଼ାରେ ୨୩ ହଜାର ୯୮୪, ରାଧାରାଣୀପଡ଼ାରେ ୧୧ ହଜାର ୭ଶହ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି ଏମିତିକି CGST ଓ SGST ବାବଦରେ ୪୬ ହଜାରରୁ ଅଧିକ ଟଙ୍କାକୁ ମିଶାଇ ମୋଟ୍ ଖର୍ଚ୍ଚ ଦର୍ଶାଯାଇଛି ୪ଲକ୍ଷ ୩୩ ହଜାର ୨ଶହ ଟଙ୍କା । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ହୋଇଥିବା ଏ ଦୁର୍ନୀତିକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସ୍ଥାନୀୟ ଲୋକେ।

ଏଠି ପ୍ରଶ୍ନ ବଲାଙ୍ଗିର ସହରରେ ବ୍ୟାରିକେଡ୍ ନାଁରେ ଏ ମହାଲୁଟ୍ ପଛରେ କେବଳ ପୂର୍ତ୍ତ ବିଭାଗ ନା ପୁରା ପ୍ରଶାସନ ସାମିଲ୍ ? କାରଣ ଶହେ କି ଦୁଇ ଶହ ଟଙ୍କାର ଛଅରୁ ୧୦ ଖଣ୍ଡ ବାଉଁଶ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଲାବେଳେ ଇଂଜିନିୟରଙ୍କଠୁ ଉପ-ଜିଲ୍ଲାପାଳ ଏମିତିକି ଜିଲ୍ଲାପାଳଙ୍କ ଯାଏଁ କେହି ଜଣେ ହେଲେ କେମିତି ଜାଣି ପାରିଲେନି । ଆଉ ବିଲ୍ ଉପରେ ସମସ୍ତେ ବି ସହଜରେ ଦସ୍ତଖତ ଦେଇଛନ୍ତି । ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରେ ସେ କୁଆଡ଼େ ସେତେବେଳେ ଏଠି ନଥିଲେ କହି ମୁଣ୍ଡରୁ ଦୋଷ ଖସାଇ ଦେଇଥିବାବେଳେ ଜିଲ୍ଲାପାଳ କହିଛନ୍ତି ଭୁଲ୍ ଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ।

Related story