ଲକ୍ଷେ ଆବାସରେ ହଜାରେ କୋଟିର ଦୁର୍ନୀତି! ପଦାକୁ ଆସିଲା ସାଙ୍ଘାତିକ ସତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜୋର୍ ଧରିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ରାଜନୀତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ କୋଟି କୋଟି ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ଏବେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। କେଉଁଠି ବିଧବାଙ୍କ ଆବାସ ଟଙ୍କା ତ କେଉଁଠି ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ରହୁଥିବା ହିତାଧିକାରୀଙ୍କ ସହାୟତା ରାଶିକୁ ଅନ୍ୟ କେହି ହଡପ୍ କରି ନେବାର ଅଭିଯୋଗ ଆସିଛି। ଗରିବଙ୍କ ପାଇଁ […]

pm

pm

Ranjit Kumar Jena
  • Published: Thursday, 15 July 2021
  • Updated: 15 July 2021, 09:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜୋର୍ ଧରିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ରାଜନୀତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ କୋଟି କୋଟି ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ଏବେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। କେଉଁଠି ବିଧବାଙ୍କ ଆବାସ ଟଙ୍କା ତ କେଉଁଠି ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ରହୁଥିବା ହିତାଧିକାରୀଙ୍କ ସହାୟତା ରାଶିକୁ ଅନ୍ୟ କେହି ହଡପ୍ କରି ନେବାର ଅଭିଯୋଗ ଆସିଛି।

ଗରିବଙ୍କ ପାଇଁ ଆବାସ ଯୋଜନା ଖୋର୍ଦ୍ଧା କମାଗୁରୁ ଗାଁର ଦୁର୍ଗା ଚରଣ ରଣସିଂଙ୍କ କ୍ଷେତ୍ରରେ ଏକ ପ୍ରହେଳିକା ହୋଇଛି। କାରଣ ୨୦୧୮ ମସିହାରୁ ନିଜ ନାଁରେ ପ୍ରଧାନମନ୍ତ୍ରୀ ଆବାସଟିଏ ଆସିଥିବା କଥା ସେ ଶୁଣିଛନ୍ତି। ଏପରିକି ବ୍ଲକ୍ ଅଫିସ୍ ତାଲିକାର ୧୬ ନମ୍ବରରେ ତାଙ୍କ ନାଁ ବି ରହିଛି। ହେଲେ ଘର କାଇଁ ବୋଲି ପତ୍ନୀ ପ୍ରଶ୍ନ କଲାରୁ କିଛି ଉତ୍ତର ଦେଇପାରନ୍ତି ନାହିଁ ଦୁର୍ଗା। ବ୍ଲକ୍ ଓ ପଞ୍ଚାୟତ ଅଫିସକୁ ବାରମ୍ବାର ଯାଇ ନିରାଶ ହୋଇ ଫେରିଛନ୍ତି।

ଗାଁର ଜଣେ ସୂଚନା ଅଧିକାର କର୍ମୀ ତାଙ୍କୁ କହିଲେ ଯେ ତାଙ୍କ ନାଁରେ ଘର ବାବଦ ଟଙ୍କା ଆସିଛି, ହେଲେ ଏହାକୁ ଆଉ କିଏ ହଡପ୍ କରି ନେଇଛି। ଏହା ଶୁଣି ଦୁର୍ଗା ତାଜୁବ ହୋଇଗଲେ। ସେହିପରି ଛିଣ୍ଡା ପଲିଥିନ୍ ଘେରା ଘରେ ଦୁର୍ବିସହ ଜୀବନ ବିତାଉଥିବା ଅରିସଲ ଗାଁର ସୁରେନ୍ଦ୍ର ସାହୁ ତ ସରକାରୀ ଘର ଏ ଜୀବଦଶାରେ ପାଇବେ କି ନାହିଁ ବୋଲି ସନ୍ଦେହ କଲେଣି। କାରଣ ବାସ ଖଣ୍ଡେ ପାଇଁ ଦରଖାସ୍ତ କରି କରି ନୟାନ୍ତ ହୋଇ ଆଶା ଛାଡ଼ି ଦେଲେଣି। ଏଣେ ପିଡି ଡିଆରଡିଏ କହିଛନ୍ତି ଅନିୟମିତତା ହୋଇଥିଲେ ଦୋଷୀକୁ ଖୋଜି କାର୍ଯ୍ୟାନୁଷ୍ଠାନ ନିଆଯିବ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ବାଟିପଡ଼ାର ସେବତୀ ସାହୁଙ୍କ ଘର ବାତ୍ୟାରେ ଭାଙ୍ଗି ଯାଇଥିଲା। ଯାହା ପରେ ସେ ପୁଅର ଶ୍ୱଶୁର ଘରେ ଆଶ୍ରୟ ନେଉଛନ୍ତି। ୨୦୧୮-୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କର ଘର ଆସିଥିବା କଥା ଶୁଣିଥିଲେ। ଏମିତିକି ଲକ୍ଷେ ୨୦ ହଜାର ମିଳିବ ବୋଲି ସରକାରୀ ବାବୁ ବି କହିଥିଲେ। ହେଲେ ସେହି ଟଙ୍କା ତାଙ୍କୁ ମିଳିନଥିବା ବେଳେ ଏବେ ତାହା ବାଟମାରଣା ହୋଇଥିବା ଜାଣିବାକୁ ପାଇଛନ୍ତି।

ଗାଁର ସଫ୍ଟୱେର୍ ଇଂଜିନିୟର ସୁବ୍ରତ ପରିଡ଼ାଙ୍କ ଅଭିଯୋଗରୁ ତାଙ୍କର ସେହି ସନ୍ଦେହ ଅଧିକ ଦୃଢ଼ିଭୂତ ହୋଇଛି। ସୁବ୍ରତଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos