ବସ୍‌ରୁ ମିଳିଲା ବିପୁଳ କଫ୍‌ ସିରପ୍‌

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜ ଛକ ନିକଟରୁ ଏକ ଘରୋଇ ବସ୍‌ରୁ ୬୪୦ ବୋତଲ କଫ୍‌ ସିରପ୍ ‌ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଜବତ କଫ୍‌ ସିରପ୍‌ର ମୂଲ୍ୟ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିବା ଏକ ଘରୋଇ ବସ୍‌ରେ କଫ୍‌ ସିରପ୍‌ ଯାଉଥିବା ସୋନପୁର ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ୍ ଯୋଜନା ମୁତାବକ କୁଞ୍ଜ […]

cup-siriaf999

Tapaswini Nayak
  • Published: Friday, 24 July 2020
  • , Updated: 24 July 2020, 01:25 PM IST

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜ ଛକ ନିକଟରୁ ଏକ ଘରୋଇ ବସ୍‌ରୁ ୬୪୦ ବୋତଲ କଫ୍‌ ସିରପ୍ ‌ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଜବତ କଫ୍‌ ସିରପ୍‌ର ମୂଲ୍ୟ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିବା ଏକ ଘରୋଇ ବସ୍‌ରେ କଫ୍‌ ସିରପ୍‌ ଯାଉଥିବା ସୋନପୁର ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ୍ ଯୋଜନା ମୁତାବକ କୁଞ୍ଜ ଛକରେ ଜଗି ରହିଥିଲା। ବସ୍‌ଟି କୁଞ୍ଜ ଛକରେ ପହଞ୍ଚିବା ପରେ ପୁଲିସ୍‌ ଚଢ଼ଉ କରି ୬୪୦ ବୋତଲ କଫ୍‌ ସିରପ୍‌ ଜବତ କରିବା ସହ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ତେବେ ଏତେ ପରିମାଣରେ କଫ୍‌ ସିରପ୍‌ କେଉଁଠି ଆସିଲା ପୁଲିସ୍‌ ସେଇ ନେଇ ତଦନ୍ତ ଜାରି ରଖିଛି।

Related story