ସୋର/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ନିଶା କବଳରେ ମଣିଷ । ବଲାଙ୍ଗିର ପରେ ବାଲେଶ୍ୱରରେ ବେଆଇନ୍ କଫ୍ ସିରପ୍ କାରବାର ହେଉଥିବା ଅଭିଯୋଗ ହେଉଛି। ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳରୁ ୨୦୦ରୁ ଅଧିକ କଫ୍ ସିରପ୍ ବୋତଲ ଜବତ ହୋଇଛି ।
ବାଲେଶ୍ୱର-ସୋର ଓ ନିଳଗିରି ଅଞ୍ଚଳର ଅବକାରୀ ବିଭାଗ ଅଧିକାରୀ ଆଜି ଗୋପାଳପୁର ନାୟକ ସାହିର ଶତ୍ରୁଘ୍ନ ନାୟକଙ୍କ ଘରେ ମିଳିତ ଭାବେ ଚଢ଼ଉ କରି ଏତେ ପରିମାଣର କଫ୍ ସିରପ ଜବତ କରିଛନ୍ତି । ଘଟଣାରେ ଶତ୍ରୁଘ୍ନଙ୍କ ପୁଅ ଲକେଶ ନାୟକଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ଅବକାରୀ ବିଭାଗ । ଗତକାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ପ୍ରାୟ ୧୬ ହଜାର ବୋତଲ କଫ୍ ସିରପ ଜବତ ହୋଇଥିଲା ।
[caption id="attachment_467439" align="aligncenter" width="750"] ବେଆଇନ କଫ୍ ସିରପ୍ କାରବାର ରୋକିବାକୁ ବଲାଙ୍ଗିରରେ ପୁଲିସ୍ର ସଚେତନତା ସଭା।[/caption]
ଅପରପକ୍ଷେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ କଫ୍ ସିରପ ଜବତ ହେବାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ବାରମ୍ବାର ଚଢ଼ଉ ପରେ ମଧ୍ୟ କାରବାର କମୁନଥିବାରୁ ଏହାକୁ ରୋକିବା ଲାଗି ଜିଲ୍ଲା ପୁଲିସ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆଜି ଟାଉନ ଥାନାରେ ଏନେଇ ପୋଲିସର ବୈଠକ ହୋଇଥିଲା। ଏହାପରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିରାଟ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ହାତରେ ବ୍ୟାନର ଧରି କଫ୍ ସିରପ୍ କାରବାର ରୋକିବା ସମ୍ପର୍କରେ ନାରା ଦେଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।