ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିଲେ ଦମ୍ପତି, ପିଟିଦେଲା ଗାଡ଼ି

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଓ କଳାବତୀ ବେମାଲ।ସେମାନଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।  ଉତ୍ତ୍ୟକ୍ତ ଲୋକେ NH-26 ଅବରୋଧ କରିଛନ୍ତି। ଏହା ଫଳରେ ଭବାନୀପାଟଣା-ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଉଭୟ […]

accident

Niharika Rout
  • Published: Thursday, 05 December 2019
  • , Updated: 05 December 2019, 08:23 AM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଓ କଳାବତୀ ବେମାଲ।ସେମାନଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।  ଉତ୍ତ୍ୟକ୍ତ ଲୋକେ NH-26 ଅବରୋଧ କରିଛନ୍ତି। ଏହା ଫଳରେ ଭବାନୀପାଟଣା-ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଉଭୟ ପଟରେ ଶହ ଶହ ଗାଡ଼ି ଅଟକି ରହିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Related story