୧୧ ଦିନର ଶିଶୁକୁ ୧୨ ହଜାର ଟଙ୍କାରେ ବିକି ଦେଲେ ବାପାମା’

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ୧୧ଦିନର ଶିଶୁକୁ ବିକି ଦେଲେ ବାପାମା’। ୧୨ ହଜାର ଟଙ୍କା ବଦଳରେ ଅନ୍ୟ ହାତକୁ ଟେକି ଦେଲେ ନିଜ ରକ୍ତର ସନ୍ତାନକୁ। ଝାରସୁଗୁଡ଼ା ଜିଲ୍ଲା ବଞ୍ଜାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ବଞ୍ଜାରୀ ଗାଁରେ ଏକ ଦମ୍ପତି ନିଜର ୧୧ ଦିନର ଶିଶୁପୁତ୍ରକୁ ୧୨ହଜାର ଟଙ୍କାରେ ବିକି ଦେଇଥିଲେ। ତେବେ ଏ ନେଇ ଝାରସୁଗୁଡ଼ାର ଚାଇଲ୍ଡ ଲାଇନ ସଂସ୍ଥା ପୋଲିସ ନିକଟରେ ଅଭିଯୋଗ କରିବା ପରେ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ। ଝାରସୁଗୁଡ଼ା ପୋଲିସ ସମ୍ବଲପୁରର ବଲବଶପୁରରୁ ପୋଲିସ ଶିଶୁ ପୁତ୍ରକୁ ଉଦ୍ଧାର କରିଛି। ଶିଶୁ ପୁତ୍ରକୁ କିଣିଥିବା ଏବଂ ଏହି କାରବାରରେ ମଧ୍ୟସ୍ଥତା କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।  ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା କହିଛନ୍ତି- ଶିଶୁପୁତ୍ରକୁ ବିକ୍ରି କରାଯାଇଛି ବୋଲି ଚାଇଲ୍ଡଲାଇନକୁ ଖବର ଆସିଥିଲା। ଘଟଣାସ୍ଥଳକୁ ଯାଇ ଏ ବିଷୟରେ ଆମେ ତଦନ୍ତ କରିଥିଲୁ। ପରେ ଆମେ ପୋଲିସ ସାହାଯ୍ୟରେ ଶିଶୁପୁତ୍ରକୁ ଉଦ୍ଧାର କରିଥିଲୁ।

Ordigital Desk
• Published: Thursday, 25 January 2018
• Updated: 25 January 2018, 11:26 AM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ୧୧ଦିନର ଶିଶୁକୁ ବିକି ଦେଲେ ବାପାମା’। ୧୨ ହଜାର ଟଙ୍କା ବଦଳରେ ଅନ୍ୟ ହାତକୁ ଟେକି ଦେଲେ ନିଜ ରକ୍ତର ସନ୍ତାନକୁ। ଝାରସୁଗୁଡ଼ା ଜିଲ୍ଲା ବଞ୍ଜାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ବଞ୍ଜାରୀ ଗାଁରେ ଏକ ଦମ୍ପତି ନିଜର ୧୧ ଦିନର ଶିଶୁପୁତ୍ରକୁ ୧୨ହଜାର ଟଙ୍କାରେ ବିକି ଦେଇଥିଲେ। ତେବେ ଏ ନେଇ ଝାରସୁଗୁଡ଼ାର ଚାଇଲ୍ଡ ଲାଇନ ସଂସ୍ଥା ପୋଲିସ ନିକଟରେ ଅଭିଯୋଗ କରିବା ପରେ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ। ଝାରସୁଗୁଡ଼ା ପୋଲିସ ସମ୍ବଲପୁରର ବଲବଶପୁରରୁ ପୋଲିସ ଶିଶୁ ପୁତ୍ରକୁ ଉଦ୍ଧାର କରିଛି। ଶିଶୁ ପୁତ୍ରକୁ କିଣିଥିବା ଏବଂ ଏହି କାରବାରରେ ମଧ୍ୟସ୍ଥତା କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।  ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା କହିଛନ୍ତି- ଶିଶୁପୁତ୍ରକୁ ବିକ୍ରି କରାଯାଇଛି ବୋଲି ଚାଇଲ୍ଡଲାଇନକୁ ଖବର ଆସିଥିଲା। ଘଟଣାସ୍ଥଳକୁ ଯାଇ ଏ ବିଷୟରେ ଆମେ ତଦନ୍ତ କରିଥିଲୁ। ପରେ ଆମେ ପୋଲିସ ସାହାଯ୍ୟରେ ଶିଶୁପୁତ୍ରକୁ ଉଦ୍ଧାର କରିଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos