ବିବାହ ବନ୍ଧନରେ ଆବଦ୍ଧ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ରବିନ୍ଦ୍ର ଆଉ ପଦ୍ମା  ଜନ୍ମରୁ HIV ଆକ୍ରାନ୍ତ । ହେଲେ ଆଜି ସେହି ଭୟଙ୍କର ଭୂତାଣୁକୁ ପଛରେ ପକାଇ ପରସ୍ପରର ହାତ ଧରିଛନ୍ତି ଉଭୟେ।  ବିବାଦ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଚ୍ଆଇଭି ଆକ୍ରାନ୍ତ।  ଗଞ୍ଜାମ ଜିଲ୍ଲା ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନି ଗୃହରେ ଅନୁଷ୍ଠିତ ହୋଇଛି ଏହି ନିଆରା ବିବାହ । ଆଉ  ଏହି ବିବାହର ସାକ୍ଷୀ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ […]

589

Tapas Behera
  • Published: Saturday, 27 February 2021
  • , Updated: 27 February 2021, 08:30 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ରବିନ୍ଦ୍ର ଆଉ ପଦ୍ମା  ଜନ୍ମରୁ HIV ଆକ୍ରାନ୍ତ । ହେଲେ ଆଜି ସେହି ଭୟଙ୍କର ଭୂତାଣୁକୁ ପଛରେ ପକାଇ ପରସ୍ପରର ହାତ ଧରିଛନ୍ତି ଉଭୟେ।  ବିବାଦ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଚ୍ଆଇଭି ଆକ୍ରାନ୍ତ।  ଗଞ୍ଜାମ ଜିଲ୍ଲା ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନି ଗୃହରେ ଅନୁଷ୍ଠିତ ହୋଇଛି ଏହି ନିଆରା ବିବାହ । ଆଉ  ଏହି ବିବାହର ସାକ୍ଷୀ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ଭୁବନେଶ୍ୱର ଆସି ସାକ୍ଷାତ କରିବାକୁ ନିମନ୍ତ୍ରଣ କରିଛନ୍ତି।  HIV ଆକ୍ରାନ୍ତ ବାପା-ମାଆଙ୍କ ମୃତ୍ୟୁ ପରେ ରବିନ୍ଦ୍ର ଓ ପଦ୍ମା, ଶ୍ରଦ୍ଧା ସଞ୍ଜୀବନି ଗୃହରେ ରହି ବଢିଥିଲେ । ପାଠ ପଢି ହାଇଦ୍ରାବାଦରେ ଚାକିରି ମଧ୍ୟ କରିଥିଲେ । ପରେ ଉଭୟେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିଲେ।  HIVକୁ ନଡରି ସମୟରେ ଔଷଧ ଖାଇ ସୁସ୍ଥ ରହିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ରବିନ୍ଦ୍ର ଓ ପଦ୍ମା।

Related story