ବଢ଼ିଲା ଏଟି ଓ ସି-ସୋର ସମସ୍ୟା: କମ୍ପାନୀ ଆଇନ ଉଲ୍ଲଂଘନ ଅଭିଯୋଗରେ ସମନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମ୍ପାନୀ ଆଇନର ଉଲ୍ଲଂଘନ ଅଭିଯୋଗରେ କୋର୍ଟରେ ହାଜର ହେବାକୁ ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ (ଏଟି) ଓ ସି ସୋର୍ ଗ୍ରୁପକୁ ସମନ୍ ଜାରି କରାଯାଇଛି। କଟକ ସ୍ପେଶାଲ୍ ସିଜେଏମ୍‌ କୋର୍ଟ ଉଭୟ ଗ୍ରୁପ୍‌ର ସମସ୍ତ ଗ୍ରୁପ୍ ଅଫ କମ୍ପାନୀଜ ଏବଂ ଏହାର ନିର୍ଦ୍ଦେଶକଙ୍କୁ ଏହି ସମନ୍ ଜାରି କରିଛନ୍ତି। ଆସନ୍ତା ଜାନୁୟାରୀ ୩୦ ତାରିଖରେ ହାଜର ହେବାକୁ ସମନ୍‌ରେ ଦର୍ଶାଇଛନ୍ତି କୋର୍ଟ। କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟ ଅଧୀନରେ ଥିବା ସିରିୟସ୍ […]

at

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 10:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମ୍ପାନୀ ଆଇନର ଉଲ୍ଲଂଘନ ଅଭିଯୋଗରେ କୋର୍ଟରେ ହାଜର ହେବାକୁ ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ (ଏଟି) ଓ ସି ସୋର୍ ଗ୍ରୁପକୁ ସମନ୍ ଜାରି କରାଯାଇଛି। କଟକ ସ୍ପେଶାଲ୍ ସିଜେଏମ୍‌ କୋର୍ଟ ଉଭୟ ଗ୍ରୁପ୍‌ର ସମସ୍ତ ଗ୍ରୁପ୍ ଅଫ କମ୍ପାନୀଜ ଏବଂ ଏହାର ନିର୍ଦ୍ଦେଶକଙ୍କୁ ଏହି ସମନ୍ ଜାରି କରିଛନ୍ତି। ଆସନ୍ତା ଜାନୁୟାରୀ ୩୦ ତାରିଖରେ ହାଜର ହେବାକୁ ସମନ୍‌ରେ ଦର୍ଶାଇଛନ୍ତି କୋର୍ଟ।

କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟ ଅଧୀନରେ ଥିବା ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ (ଏସ୍‌ଏଫ୍‌ଆଇଓ)ର ଆବେଦନକୁ ଗ୍ରହଣ କରି କୋର୍ଟ ଏହି ସମନ ଜାରି କରିଛନ୍ତି। କମ୍ପାନୀ ଆକ୍ଟ ୧୯୫୬ ଧାରା ୫୮ (A), ୫୮ (AAA), ୧୫୯, ୧୬୨, ୨୦୯, ୨୧୧, ୨୧୭, ୨୨୭, ୨୨୬, ୨୩୩ ଏବଂ ୬୨ର ଉଲ୍ଲଂଘନ ଅଭିଯୋଗରେ ଉଭୟ କମ୍ପାନୀ ବିରୋଧରେ ମାମଲା ଦାୟାର ହୋଇଥିଲା। ଉଭୟ କମ୍ପାନୀ ଲାଇସେନ୍ସ ସର୍ତ୍ତ ଉଲ୍ଲଂଘନ କରି ସାଧାରଣ ଲୋକଙ୍କ ଠାରୁ ଅର୍ଥ ଆଦାୟ କରିଥିବା ନେଇ ଏସ୍ଏଫ୍ଆଇଓ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଯଦି ଏହା ପ୍ରମାଣିତ ହୁଏ ତେବେ ଅତିକମ୍‌ରେ ୫ ବର୍ଷ ଜେଲ୍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।

Related story