କୋଭିଡ୍ ହସ୍ପିଟାଲକୁ ମନଇଚ୍ଛା କରୋନା ସଂକ୍ରମିତଙ୍କୁ ପଠାଇପାରିବେନି ଘରୋଇ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରେନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକ କୋଭିଡ-୧୯ ଗାଇଡଲାଇନକୁ ଉଲ୍ଲଘଂନ କରୁଥିବାରୁ ରାଜ୍ୟ ସରକାର ଆଜି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ହସ୍ପିଟାଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରାଯାଇଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକ ନିମନ୍ତେ କେତେକ କଠୋର ନିର୍ଦ୍ଦେଶନାମା ଜାରି ହୋଇଛି। ଡିଏମଇଟି ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମ୍ପୃକ୍ତ ସ୍ୱାସ୍ଥ୍ୟସେବା […]

covid-19-india

covid-19-india

Tapas Behera
  • Published: Wednesday, 24 June 2020
  • Updated: 24 June 2020, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରେନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକ କୋଭିଡ-୧୯ ଗାଇଡଲାଇନକୁ ଉଲ୍ଲଘଂନ କରୁଥିବାରୁ ରାଜ୍ୟ ସରକାର ଆଜି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ହସ୍ପିଟାଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରାଯାଇଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକ ନିମନ୍ତେ କେତେକ କଠୋର ନିର୍ଦ୍ଦେଶନାମା ଜାରି ହୋଇଛି। ଡିଏମଇଟି ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମ୍ପୃକ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ଦ୍ୱାରା ସେହି ସ୍ୱାସ୍ଥ୍ୟ କର୍ମୀଙ୍କୁ ଚିହ୍ନଟ କରାଯିବା ଜରୁରୀ। ଯାହାଫଳରେ ଅନ୍ୟମାନେ ସଂକ୍ରମିତ ହେବାର ସୁରକ୍ଷା ପାଇବେ ।

ତେବେ ଏଥିପାଇଁ ବ୍ୟକ୍ତିଗତ ଉତ୍ତରଦାୟିତ୍ୱ ଜରୁରୀ। ଏଥିପାଇଁ ସମସ୍ତ କୋଭିଡ୍‌-୧୯ ଓ ଅଣକୋଭିଡ୍ ହସ୍ପିଟାଲଗୁଡ଼ିକ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ପରିଚାଳନା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନକୁ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।
ଯଦି କୌଣସି ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହୁଅନ୍ତି, ତାଙ୍କୁ ହସ୍ପିଟାଲଗୁଡ଼ିକ ମନଇଚ୍ଛା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିପାରିବେ ନାହିଁ । ଏଥିପାଇଁ ଯେଉଁ କୋଭିଡ୍ ହସ୍ପିଟାଲକୁ ପଠାଯିବ ସେଠାର ସ୍ୱୀକୃତି ଜରୁରୀ। କରୋନା ସଂକ୍ରମିତ ରୋଗୀଙ୍କ ପରିବହନ ନିମନ୍ତେ ସାର୍ବଜନୀନ ଗାଡ଼ିକୁ ଉପଯୋଗ କରାଯାଇପାରିବ ନାହିଁ। ସରକାରଙ୍କ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁସାରେ ରୋଗୀଙ୍କୁ ଆମ୍ବୁଲାନ୍ସରେ ହିଁ ସ୍ଥାନାନ୍ତର କରାଯିବ। ରୋଗୀଙ୍କ ପରିବହନ ପରେ ଉକ୍ତ ଗାଡିକୁ ସାନିଟାଇଜ୍ କରାଯିବ।

ସମସ୍ତ ହସ୍ପିଟାଲରେ ଜ୍ୱର ପାଇଁ ସ୍ୱତନ୍ତ୍ର କ୍ଲନିକ୍ ଓ ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ନିମନ୍ତେ ଆଇସୋଲେଟ୍ ଏରିଆ ରହିବ। ଏହି କ୍ଲିନିକ୍ ଓ ଆଇସୋଲେସନ୍ ୱାର୍ଡରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ହସ୍ପିଟାଲର ଅନ୍ୟତ୍ର ନିୟୋଜିତ କରାଯାଇ ପାରିବ ନାହିଁ।
ସମସ୍ତ ଘରୋଇ ହସ୍ପିଟାଲ ନିଶ୍ଚିତ ଭାବେ ୭ଦିନ ମଧ୍ୟରେ ସେମାନଙ୍କ କର୍ମଚାରୀମାନଙ୍କୁ ସଂକ୍ରମଣ ପ୍ରତିରୋଧ ଓ ପଦକ୍ଷେପ ନିୟନ୍ତ୍ରଣ(ଆଇପିସି)ର ପ୍ରଶିକ୍ଷଣ ଦେବେ। ଯାହାକି କୋଭିଡ୍‌-୧୯ ମହାମାରୀ ପରିଚାଳନା ନିମନ୍ତେ ଜରୁରୀ। ନିଜର ସମସ୍ତ କର୍ମଚାରୀ ପ୍ରଶିକ୍ଷଣ ପାଇଥିବାର ଏକ ସାଟିଁଫିକେଟକୁ ଡିଏମଇଟିଙ୍କ ପାଖରେ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଦାଖଲ କରିବେ।

ସମସ୍ତ ଘରୋଇ ହସ୍ପିଟାଲ ନିଶ୍‌ଚିତ ଭାବେ ଜଣେ ନୋଡାଲ ଅଫିସର ନିଯୁକ୍ତି ଦେବେ। ତାଙ୍କର ଫୋନ୍ ନମ୍ବର ଓ ଇ-ମେଲ ଠିକଣା ଆଦିକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପାଖରେ ଦାଖଲ କରିବେ। ଏସବୁ ବ୍ୟତୀତ ଯଦି କୌଣସି କର୍ମଚାରୀ କାର୍ଯ୍ୟରତ ଥିବାବେଳେ ସଂକ୍ରମିତ ହୁଅନ୍ତି ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକ ବହନ କରିବେ ବୋଲି ଏହି ଗାଇଡଲାଇନରେ ଉଲ୍ଲେଖ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story