ଦିନକରେ ୩୩୪ କରୋନା ସଂକ୍ରମିତ ଚିହ୍ନଟ, ୨୦.୩୧ ଲକ୍ଷ ନେଇନାହାନ୍ତି ଦ୍ୱିତୀୟ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଆଜି ଦିନକରେ ୩୩୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬୯୫ରେ ପହଂଚିଛି । ରବିବାର ୩୪୬ ଓ ସୋମବାର ୨୪୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏପଟେ ରାଜ୍ୟରେ ଏବେବି ପ୍ରାୟ ୨୦.୩୧ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇନାହାନ୍ତି। ପ୍ରିକସନ ଡୋଜ୍ ମାତ୍ର ୧୭ଲକ୍ଷ ଲୋକ ନେଇଛନ୍ତି । ଲୋକଙ୍କୁ କୋଭିଡ୍ ଟିକା […]

Covid-19

  • Published: Tuesday, 05 July 2022
  • , Updated: 05 July 2022, 08:54 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଆଜି ଦିନକରେ ୩୩୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬୯୫ରେ ପହଂଚିଛି । ରବିବାର ୩୪୬ ଓ ସୋମବାର ୨୪୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏପଟେ ରାଜ୍ୟରେ ଏବେବି ପ୍ରାୟ ୨୦.୩୧ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇନାହାନ୍ତି। ପ୍ରିକସନ ଡୋଜ୍ ମାତ୍ର ୧୭ଲକ୍ଷ ଲୋକ ନେଇଛନ୍ତି । ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ ପାଇଁ ସରକାରୀସ୍ତରରେ ତତ୍ପରତା ଓ ସଚେତନତା ଅଭାବ ଯୋଗୁ ଲୋକେ ଏବେ ଏହି ଟିକା ନେବାକୁ ବିଶେଷ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ମଙ୍ଗଳବାର ରାଜ୍ୟରେ ମୋଟ ୩୩୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୯୫ଜଣ କ୍ୱାରେଣ୍ଟାଇନ୍ ଓ ୧୩୯ଜଣ ସ୍ଥାନୀୟ ସଂକ୍ରମିତ । କେବଳ ଖୋର୍ଦ୍ଧା ଜିଲ୍ଲାରେ ୧୮୭ଜଣ ସଂକ୍ରମିତ, କଟକରେ ୭୦ଜଣ ଓ ରାଜ୍ୟ ପୁଲରେ ୩୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୧୪୫୧ଟି ନମୂନା ପରୀକ୍ଷା ହୋଇଛି ।
ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଜୁଲାଇ ୫ତାରିଖ ସୁଦ୍ଧା ଓଡ଼ିଶାରେ ମୋଟ ୩କୋଟି ୧୨ଲକ୍ଷ ୭୬ହଜାର ୯୪୩ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦.୩୧ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ସେହିପରି ୧୮ରୁ ୫୯ବର୍ଷ ବୟସର ୧.୩୨ଲକ୍ଷ ଲୋକ ଓ ୬୦ବର୍ଷରୁ ଅଧିକ ପ୍ରାୟ ୧୫.୭୪ଲକ୍ଷ ଲୋକ ପ୍ରିକସନ ଡୋଜ୍ ନେଇଛନ୍ତି ।
ଟିକା ନେଇନଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏତେ ସଂଖ୍ୟକ ଲୋକ ଦ୍ୱିତୀୟ ଡୋଜ୍ କିମ୍ବା ପ୍ରିକସନ ଡୋଜ୍ ନେଇନାହାନ୍ତି। ଡୋଜ୍ ନେବାକୁ ଲୋକମାନଙ୍କ ମଧ୍ୟରେ ଅନାଗ୍ରହ ପରୋକ୍ଷରେ ଭବିଷ୍ୟତରେ ରାଜ୍ୟରେ କରୋନା ସ୍ଥିତିକୁ ଚିନ୍ତାରେ ପକାଇବାର ଆଶଙ୍କା ରହିଛି ।

Related story