କୋଭିଡ୍‌ ପରେ ଛୁଆଙ୍କ ଭିତରେ ବଢ଼ୁଛି ଏମଆଇ ସିଣ୍ଡ୍ରୋମ, ଜାଣି ରଖନ୍ତୁ ଲକ୍ଷଣ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମିତ ଛୁଆଙ୍କ ଭିତରେ ଏମଆଇ ସିଣ୍ଡ୍ରୋମ ବଢ଼ୁଛି, ଯାହାର ଉପଯୁକ୍ତ ଚିକିତ୍ସା ନ ହେଲେ ମାରାତ୍ମକ ହେବ।  ତେଣୁ ଲକ୍ଷଣ ଦେଖା ଦେଉ ଦେଉ ଏହାର ଉପଯୁକ୍ତ ଚିକିତ୍ସା କରି ପିଲାଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି,  କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଠାରେ ଏମଆଇ ସିଣ୍ଡ୍ରୋମ ବଢୁଛି। ଦ୍ୱିତୀୟ ଲହରୀରେ ବହୁତ ପିଲା ଏମ୍‌ଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି। କୋଭିଡରୁ ସୁସ୍ଥ […]

corona

Niharika Rout
  • Published: Thursday, 09 September 2021
  • , Updated: 09 September 2021, 12:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମିତ ଛୁଆଙ୍କ ଭିତରେ ଏମଆଇ ସିଣ୍ଡ୍ରୋମ ବଢ଼ୁଛି, ଯାହାର ଉପଯୁକ୍ତ ଚିକିତ୍ସା ନ ହେଲେ ମାରାତ୍ମକ ହେବ।  ତେଣୁ ଲକ୍ଷଣ ଦେଖା ଦେଉ ଦେଉ ଏହାର ଉପଯୁକ୍ତ ଚିକିତ୍ସା କରି ପିଲାଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସେ କହିଛନ୍ତି,  କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଠାରେ ଏମଆଇ ସିଣ୍ଡ୍ରୋମ ବଢୁଛି। ଦ୍ୱିତୀୟ ଲହରୀରେ ବହୁତ ପିଲା ଏମ୍‌ଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି। କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କର ମୁଣ୍ଡବିନ୍ଧା ଓ ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି। ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ। ଏବେ ଏହାର ଚିକିତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି।  ଖୁବ୍‌ଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।

ସୂଚନାଯୋଗ୍ୟ, ରାଜ୍ୟରେ ଛୁଆଙ୍କ ସଂକ୍ରମଣରେ  ବ୍ରେକ ଲାଗୁ ନାହିଁ, ଯାହାକି ଚିନ୍ତାର କାରଣ ପାଲଟିଛି । ଦୈନିକ ୧୦୦ରୁ ଅଧିକ ଛୁଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୭ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ।

Related story