ସେପ୍ଟେମ୍ବରରେ ବି କୋହଳ ହେବନି କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ମାସରେ କୋଭିଡ୍ ଗାଇଡଲାଇନକୁ ସମ୍ପୂର୍ଣ୍ଣ କୋହଳ କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେପ୍ଟେମ୍ବର ଗାଇଡ଼ଲାଇନ ପାଇଁ ଏବେ ଡାଟା ସଂଗ୍ରହ ଚାଲିଛି। ବିଶେଷଜ୍ଞମାନଙ୍କ ମତ ଓ ସର୍ଭେଲାନ୍ସ ଆଦି ସହ ବିଭିନ୍ନ ଦିଗକୁ ନେଇ ଡାଟା ସଂଗ୍ରହ କରାଯାଉଛି। କାନପୁର ଆଇଆଇଟି ସର୍ଭେକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। […]

Covid

Covid

Ordigital Desk
  • Published: Wednesday, 25 August 2021
  • Updated: 25 August 2021, 11:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ମାସରେ କୋଭିଡ୍ ଗାଇଡଲାଇନକୁ ସମ୍ପୂର୍ଣ୍ଣ କୋହଳ କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେପ୍ଟେମ୍ବର ଗାଇଡ଼ଲାଇନ ପାଇଁ ଏବେ ଡାଟା ସଂଗ୍ରହ ଚାଲିଛି। ବିଶେଷଜ୍ଞମାନଙ୍କ ମତ ଓ ସର୍ଭେଲାନ୍ସ ଆଦି ସହ ବିଭିନ୍ନ ଦିଗକୁ ନେଇ ଡାଟା ସଂଗ୍ରହ କରାଯାଉଛି। କାନପୁର ଆଇଆଇଟି ସର୍ଭେକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରିପୋର୍ଟ ଅନୁସାରେ ଜୁଲାଇ ସୁଦ୍ଧା ୬ଶହ ତଳେ ସଂକ୍ରମଣ ରହିନି। ଏବେବି ରାଜ୍ୟରେ ସଂକ୍ରମଣ ହାର ୬ଶହ ଉପରେ ରହିଛି। ଏସବୁକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ କାରି କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କାନପୁର ଆଇଆଇଟି ସର୍ଭେ କହୁଛି ଯେ, ଓଡ଼ିଶାରେ ତୃତୀୟ ଲହର ବେଶୀ ପ୍ରଭାବ ପକାଇବ ନାହିଁ । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କିଛି ମଡେଲ କହୁଛନ୍ତି ଦିନକୁ ୪ରୁ ୫ଲକ୍ଷ ସଂକ୍ରମଣ ହେବ । ଆଉ କେତେକ ମଡେଲ କହୁଛନ୍ତି ତୃତୀୟ ଲହର ଏତେ ପ୍ରଭାବ ପକାଇବ ନାହିଁ । କିନ୍ତୁ ମଡେଲ ଯାହା କହୁ ସରକାର ସବୁଦିଗରୁ ପଦକ୍ଷେପ ନେଉଛନ୍ତି। ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳିଆ ହୋଇନପାରେ। ଯଦି ଭାଇରସ ରୂପ ବଦଳାଏ ତା’ହେଲେ ପ୍ରଭାବ ଅଧିକ ରହିବ। ଯଦି ବର୍ତ୍ତମାନ ସ୍ୱରୂପରେ ରହେ, ତା’ହେଲେ ଏହା ବେଶୀ ପ୍ରଭାବ ପକାଇବ ନାହିଁ। କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ୨୭ତାରିଖରୁ ଇକମୋ ଚିକିତ୍ସା ଆରମ୍ଭ ହେବ। ଏସିବିରେ ମୋଟ ୯ଟି ଇକମୋ ମେସିନ୍ ରହିଛି, ଯାହାକି ପୂର୍ବ ଭାରତରେ ସବୁଠୁ ବଡ଼ ୟୁନିଟ୍ ହେବ ବୋଲି ସେ କହିଛନ୍ତି।

ଆଉ ଏସବୁ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଏକ ଚିଠି ଜାରି କରି ଦ୍ୱିତୀୟ ପର୍ଯ୍ୟାୟ ଜରୁରୀକାଳୀନ କୋଭିଡ୍ ରେସପନ୍ସ ପ୍ଲାନକୁ ସରକାର ଅନୁମୋଦନ ଦେଇଥିବା ସମ୍ପର୍କରେ ଅବଗତ କରିଛନ୍ତି। ଏହି ପ୍ଲାନକୁ ଅତିବେଶୀରେ ୨୦୨୧ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ କରିବାକୁ ମଧ୍ୟ ସେ କହିଛନ୍ତି । କରୋନାର ଚିକିତ୍ସା ପାଇଁ ଆରଟିପିସିଆର ପରୀକ୍ଷା ନିମନ୍ତେ ଟେଷ୍ଟିଂ କିଟ୍ ଓ ମେସିନ୍ , କରୋନାର ୮ଟି ଜରୁରୀ ଔଷଧ, ୨୦ରୁ ୩୦ ବେଡ୍ ବିଶିଷ୍ଟ ଶିଶୁ ୟୁନିଟରେ ଅକ୍ସିଜେନ୍ ୱାର୍ଡ ଓ ୧୨ଟି ହାଇବ୍ରିଡ୍ ଆଇସିୟୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ୨୦ବେଡ୍ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ଟି ଲେଖାଏଁ ବେଡ୍ ସ୍ଥାପନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧିଷ୍ଟ ଭାବେ ଜିଲ୍ଲା,ଗୋଷ୍ଠୀ ଅବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦ ବେଡ୍‌ର ବ୍ୟବସ୍ଥା, ୨୯୯ଟି ଅଧିକ ଆମ୍ବୁଲାନ୍ସ, ଶେଷବର୍ଷ ଡାକ୍ତରୀ ଓ ନର୍ସିଂ ଛାତ୍ରୀମାନଙ୍କ ଦ୍ୱାରା ଚିକିତ୍ସା ସେବା ପ୍ରଦାନ ଏବଂ ଏହି ଜରୁରୀକାଳୀନ କୋଭିଡ୍ ରେସପନ୍ସ ପ୍ଲାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ୨ଜଣ ଲେଖାଏ ଡାକ୍ତରଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story