‘ପଜିଟିଭ୍ ସଂଖ୍ୟା ବଢ଼ିଛି, ତେବେ ସ୍ଥିତି ଠିକ୍‌ ଅଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍‌ ଏବେ ଉପରମୁହାଁ ରହିଛି। ଆଜି ରାଜ୍ୟରେ ପଜିଟିଭ ସଂଖ୍ୟା ୨୦୦ ପାର କରିଛି। ହେଲେ ଏଥିଯୋଗୁ ଭୟଭୀତ ହେବା ଦରକାର ନାହିଁ। ରାଜ୍ୟର ସ୍ଥିତି ଠିକ୍ ଥିବା କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ନମୁନାରୁ ସ୍ଥିତି ଭୟାନକ ନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡିର ନମୁନା ପରୀକ୍ଷା କରାଯାଉଛି। ସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ହୋଲି […]

ILS Director

ILS Director

Niharika Rout
  • Published: Thursday, 25 March 2021
  • Updated: 25 March 2021, 03:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍‌ ଏବେ ଉପରମୁହାଁ ରହିଛି। ଆଜି ରାଜ୍ୟରେ ପଜିଟିଭ ସଂଖ୍ୟା ୨୦୦ ପାର କରିଛି। ହେଲେ ଏଥିଯୋଗୁ ଭୟଭୀତ ହେବା ଦରକାର ନାହିଁ। ରାଜ୍ୟର ସ୍ଥିତି ଠିକ୍ ଥିବା କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ନମୁନାରୁ ସ୍ଥିତି ଭୟାନକ ନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡିର ନମୁନା ପରୀକ୍ଷା କରାଯାଉଛି। ସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ଏଥିସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀ ପରିଡ଼ା ମତ ରଖିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ଓ ପଞ୍ଜାବରେ ସଂକ୍ରମଣ ହାର ଅଧିକ ରହିଛି। ମହାରାଷ୍ଟ୍ରରେ ପ୍ରତି ସପ୍ତାହରେ ପଜିଟିଭ ସଂଖ୍ୟା ୨ ଗୁଣରୁ ଅଧିକ ବଢ଼ିଯାଇଛି। ପୁନଃ ସଂକ୍ରମଣ ହାର ୧:୧ରୁ ୧:୫କୁ ବଢ଼ିଛି।  ତେବେ ଏହା ମାରାତ୍ମକ ନୁହେଁ। ସେହିପରି ପଞ୍ଜାବରେ ୭୦ ପ୍ରତିଶତ ୟୁକେ ଭେରିଏଣ୍ଟ ରହିଥିବା ସେ ସୂଚନା ଦେଇଛନ୍ତି।

ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା। ସେ କହିଛନ୍ତ, ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ୨୨୦ ସାମ୍ପଲ ଟେଷ୍ଟ କରିଥିଲୁ। ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟେସନ ମିଳିଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି, କାହାକୁ ସଂକ୍ରମିତ କରିନାହାନ୍ତି।

ଆଇଏଲ୍ଏସ୍ ନିର୍ଦ୍ଦେଶକ କହିଛନ୍ତି, ଏବେ ରାଜ୍ୟରେ ଆଉ କିଛି ମ୍ୟୁଟାଣ୍ଟ ମିଳିଛି, ଯାହାକୁ N440K କୁହାଯାଉଛି। ଓଡ଼ିଶାରୁ ୩ଟି N440K ମ୍ୟୁଟାଣ୍ଟ ମିଳିଛି। ଛତିଶଗଡ଼ରୁ ବି ୩ଟି ମିଳିଛି। ସେମାନେ ବେଶି ମାରାତ୍ମକ ନୁହଁନ୍ତି କି ସଂକ୍ରାମକ ନୁହଁନ୍ତି। ତେବେ ସମସ୍ତେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଓ ଭ୍ୟାକସିନ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ,  ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ୨୧୪ ପଜିଟିଭ୍ ମଧ୍ୟରୁ ୧୨୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos