ଶ୍ରୀମନ୍ଦିର ପ୍ରଶାସନକୁ ଘାରିଛି ସଂକ୍ରମଣ ଭୟ, ଆଜିଠୁ ପୁଣି ସେବାୟତଙ୍କ କୋଭିଡ୍ ଟେଷ୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି ହେବ କୋଭିଡ୍ ଟେଷ୍ଟ । ପ୍ରତିଦିନ ୫୦ ଜଣ ସେବାୟତଙ୍କର ଆରଟିପିସିଆର ଟେଷ୍ଟ ହେବ । ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦି ବିଦ୍ୟାପୀଠରେ ହେବାକୁ ଥିବା ଏହି କୋଭିଡ୍ ଟେଷ୍ଟ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ସୁଆରମହାସୁଆର ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ।  ପରେ ପୁଷ୍ପାଳକ ନିଯୋଗ, ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି ନିଯୋଗ ଆଦି ବିଭିନ୍ନ ନିଯୋଗର ସେବାୟତଙ୍କର ପର୍ଯ୍ୟାୟକ୍ରମେ କୋଭିଡ ଟେଷ୍ଟ କରାଯିବ । […]

puri-1

Niharika Rout
  • Published: Wednesday, 27 January 2021
  • , Updated: 27 January 2021, 10:40 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି ହେବ କୋଭିଡ୍ ଟେଷ୍ଟ । ପ୍ରତିଦିନ ୫୦ ଜଣ ସେବାୟତଙ୍କର ଆରଟିପିସିଆର ଟେଷ୍ଟ ହେବ । ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦି ବିଦ୍ୟାପୀଠରେ ହେବାକୁ ଥିବା ଏହି କୋଭିଡ୍ ଟେଷ୍ଟ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ପ୍ରଥମେ ସୁଆରମହାସୁଆର ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ।  ପରେ ପୁଷ୍ପାଳକ ନିଯୋଗ, ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି ନିଯୋଗ ଆଦି ବିଭିନ୍ନ ନିଯୋଗର ସେବାୟତଙ୍କର ପର୍ଯ୍ୟାୟକ୍ରମେ କୋଭିଡ ଟେଷ୍ଟ କରାଯିବ ।

ପ୍ରାୟ ତିନି ହଜାର ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି। ସେପଟେ ଭକ୍ତଙ୍କ ଗହଳି ଯୋଗୁଁ ପ୍ରାଥମିକତା ଭିତ୍ତିରେ ସେବାୟତଙ୍କ ମାଗଣା ଟିକାକରଣ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କିଛି ଦିନ ତଳେ ପ୍ରସ୍ତାବ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଏହାର ଉତ୍ତର ମିଳି ନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସୁରକ୍ଷା ପାଇଁ କୋଭିଡ୍ ଟେଷ୍ଟ କରିବାକୁ ପ୍ରୟାସ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଦୀର୍ଘ ୧୦ ମାସ ଧରି ଭଗବାନ ଓ ଭକ୍ତ ମଧ୍ୟରେ ଥିବା ଦୂରତାର ପଡ଼ିଛି ପୂର୍ଣ୍ଣଛେଦ। ଶେଷରେ  ଗତ ୨୧ ତାରିଖରୁ ସବୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସିଂହଦ୍ୱାର। ବିନା କୋଭିଡ୍ ଟେଷ୍ଟରେ ପ୍ରତିଦିନ ପ୍ରାୟ ୩୦ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଆବଶ୍ୟକ ସ୍ଥଳେ ସଂଖ୍ୟାକୁ ବଢ଼ାଇ ଦିଆଯାଇପାରେ। ଥର୍ମାଲ ସ୍କ୍ରିନିଂ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ଥାଏ, ତାହେଲେ ସେହି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ପ୍ରତି ରବିବାର ଦିନ ଶ୍ରୀମନ୍ଦିର ସାନିଟାଇଜେସନ୍ କରାଯିବ। ଏଥିପାଇଁ ଏହିଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଦର୍ଶନ କରୁଥିବା ପ୍ରତିଟି ଶ୍ରଦ୍ଧାଳୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରିଛନ୍ତି।

ତେବେ ବିନା କୋଭିଡ୍ ପରୀକ୍ଷାରେ  ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅନୁମତି ପରେ ଏବେ ପ୍ରଶାସନକୁ ସଂକ୍ରମଣ ଭୟ ଘାରିଛି। ଏହି ସମୟରେ କାଳେ ସେବାୟତ ସଂକ୍ରମିତ ହୋଇଯିବେ ଏବଂ ନୀତିକାନ୍ତି ପ୍ରଭାବିତ ହେବ, ସେହି ଆଶଙ୍କା ନେଇ ସବୁ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ କୋଭିଡ୍ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଛି। ସେହିପରି ମନ୍ଦିର ପ୍ରଶାସନର ପ୍ରାୟ ୫ ଶହ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ବି ନିବେଦନ କରାଯାଇଛି। ହେଲେ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନିଅଯାଇ ନାର୍ହି।

Related story