ମୋ ଛୁଆକୁ କେଣେ ଘେନି ଯାଉଛ...

ମାଲକାନଗିରି:(ଓଡ଼ିଶା ରିପୋର୍ଟର) ମା’ ସର୍ବସଂହା। ମା’ ଧୈର୍ଯ୍ୟମୟୀ। ସନ୍ତାନର ଟିକିଏ କଷ୍ଟ ସହି ପାରୁ ନଥିବା ଏବଂ ପ୍ରତି ମୁହୂର୍ତ୍ତରେ ପିଲାର ମଙ୍ଗଳ ମନାସୁଥିବା ମଣିଷ ହେଉଛି ମା’। ଯିଏ ଜୀବନର ସକଳ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସବୁବେଳେ ତା’ ସନ୍ତାନ ଓଠରେ ହସ ଟିଏକି ଫୁଟାଇବା ପାଇଁ ଦିନ-ଦିନ, ମାସ-ମାସ ଏବଂ ବର୍ଷ ବର୍ଷ ଅବିଶ୍ରାନ୍ତ ଭାବେ କେବଳ କାମ କରି ଚାଲିଥାଏ। ଆଉ ସେ ପଶୁ ହେଲେ ବି ତାର ବି ହୃଦୟ ଅଛି। […]

790

Tapas Behera
  • Published: Saturday, 19 December 2020
  • , Updated: 19 December 2020, 08:00 PM IST

ମାଲକାନଗିରି:(ଓଡ଼ିଶା ରିପୋର୍ଟର) ମା’ ସର୍ବସଂହା। ମା’ ଧୈର୍ଯ୍ୟମୟୀ। ସନ୍ତାନର ଟିକିଏ କଷ୍ଟ ସହି ପାରୁ ନଥିବା ଏବଂ ପ୍ରତି ମୁହୂର୍ତ୍ତରେ ପିଲାର ମଙ୍ଗଳ ମନାସୁଥିବା ମଣିଷ ହେଉଛି ମା’। ଯିଏ ଜୀବନର ସକଳ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସବୁବେଳେ ତା’ ସନ୍ତାନ ଓଠରେ ହସ ଟିଏକି ଫୁଟାଇବା ପାଇଁ ଦିନ-ଦିନ, ମାସ-ମାସ ଏବଂ ବର୍ଷ ବର୍ଷ ଅବିଶ୍ରାନ୍ତ ଭାବେ କେବଳ କାମ କରି ଚାଲିଥାଏ। ଆଉ ସେ ପଶୁ ହେଲେ ବି ତାର ବି ହୃଦୟ ଅଛି। ମାତୃତ୍ୱ ଭାବର ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଗାଡି ଧକ୍କାରେ ଆହତ ହୋଇ ପଡିଥିଲା ଏକ ବାଛୁରୀ। ତେବେ ନିଜ ଛୁଆକୁ ଛାଡି କେଉଁଆଡେ ବି ଯାଇନଥିଲା ଗାଈ। ସ୍ଥାନୀୟ ଲୋକେ ବାଛୁରୀଟିକୁ ଏକ ଟ୍ରଲିରେ  ପଶୁ ଡାକ୍ତରଖାନାକୁ ନେଉଥିବାବଳେ ସମ୍ପୃକ୍ତ ଗାଈଟି ଟ୍ରଲି ପଛେ ପଛେ ଚାଲିଥିଲା। ଟ୍ରଲିଟି ଯେତିକି ବେଗରେ ଚାଲିଥିଲା। ତା ପଛରେ ଦ୍ରୁତ ଗତିରେ ଦୌଡି ଥିଲା ଏହି ଗାଈ। ନିଜ ଛୁଆଠାରୁ କ୍ଷଣକ ପାଇଁ ମଧ୍ୟ ଦୂର ହୋଇନଥିଲା। ବାଛୁରିଟିକୁ ମେଡିକାଲ ଭିତରକୁ ନେବା ପରେ ମଧ୍ୟ ନିଜ ଛୁଆକୁ ଚାଟି ଚାଟି ନିଜ ଉପସ୍ଥିତିର ଭାବ ପ୍ରକାଶ କରିଥିଲା ଏହି ଗାଈ।

Related story