୫ରୁ କେତେ ଦେବେ ? ଅଭିଯୋଗକାରୀଙ୍କୁ ଫୋନ୍‌ କରି ମାର୍କ ମାଗିଲେ ପୁଲିସ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଥାନାର ରିପୋର୍ଟ କାର୍ଡ କଲେ ପୁଲିସ କମିଶନର। ସିପିଙ୍କ କାର୍ଯ୍ୟାଳୟର କଲ୍‌ ସେଣ୍ଟରରୁ ବସି ଅଭିଯୋଗକାରୀଙ୍କ ଠାରୁ ଫିଡବ୍ୟାକ୍‌ ନେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।  ୮ଟି  ପ୍ରସଙ୍ଗକୁ ନେଇ ଅଭିଯୋଗକାରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପୁଲିସ ଅଧିକାରୀ।   ଅଭିଯୋଗକାରୀଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଜାଣିବା ସହ ଏ ବାବଦରେ ଥାନାକୁ କେତେ ମାର୍କ ଦେବାକୁ ଚାହିଁନ୍ତି ତାହା ମଧ୍ୟ ଅଭିଯୋଗକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ ପୁଲିସ କମିଶନର। ପ୍ରତି ପ୍ରଶ୍ନ ପାଇଁ  […]

cp-3-908

Tapas Behera
  • Published: Wednesday, 11 September 2019
  • , Updated: 11 September 2019, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଥାନାର ରିପୋର୍ଟ କାର୍ଡ କଲେ ପୁଲିସ କମିଶନର। ସିପିଙ୍କ କାର୍ଯ୍ୟାଳୟର କଲ୍‌ ସେଣ୍ଟରରୁ ବସି ଅଭିଯୋଗକାରୀଙ୍କ ଠାରୁ ଫିଡବ୍ୟାକ୍‌ ନେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।  ୮ଟି  ପ୍ରସଙ୍ଗକୁ ନେଇ ଅଭିଯୋଗକାରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପୁଲିସ ଅଧିକାରୀ।   ଅଭିଯୋଗକାରୀଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଜାଣିବା ସହ ଏ ବାବଦରେ ଥାନାକୁ କେତେ ମାର୍କ ଦେବାକୁ ଚାହିଁନ୍ତି ତାହା ମଧ୍ୟ ଅଭିଯୋଗକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ ପୁଲିସ କମିଶନର।

ପ୍ରତି ପ୍ରଶ୍ନ ପାଇଁ  ୫ମାର୍କ ଥିବାବେଳେ ଅଭିଯୋଗକାରୀ ଥାନା ଠାରୁ ପାଇଥିବା ସେବା ଅନୁଯାୟୀ ଇଛା ମୁତାବକ ନିର୍ଦ୍ଦିଷ୍ଟ ମାର୍କ ଦେଇଥିଲେ। ଥାନାରେ ତାଙ୍କ ଅଭିଯୋଗକୁ ଗ୍ରହଣ କରା ଗଲାନା ବାରମ୍ବାର ହଇରାଣ କରାଗଲା ,ଥାନାର ବ୍ୟବହାର ଭଲ ରହିଥିଲା ନା ଠିକ୍‌ ନଥିଲା। ଅଭିଯୋଗ ଗ୍ରହଣର କପି  ମାସେଜ ଯୋଗେ ଦିଆଯାଇଛି ନା ନାହିଁ।

ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନା ନାହିଁ। ଏପରି ପ୍ରଶ୍ନ ପଚାରି ଫିଡ୍ ବ୍ୟାକ୍ ନେବା ପରେ ଥାନାର ରିପୋର୍ଟ କାର୍ଡ ତିଆରି କରିଥିଲେ ସିପି। ମୋ ସରକାର ଯୋଜନା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଯୋଜନା ମୁତାବକ ହସ୍ପିଟାଲ ଓ ଥାନା ଗୁଡ଼ିକୁ ଆସୁଥିବା ଲୋକଙ୍କ ସହ ସିଧାସଳଖ କଥା ହୋଇ ଫିଡ ବ୍ୟାକ୍ ନିଆଯିବ। ତା ପୂର୍ବରୁ ପୁଲିସ କମିଶନର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

Related story