ଆଇଟି ଫାର୍ମ ପାଇଁ କରୋନା ସତର୍କତା, ବିଦେଶରୁ ଫେରିଥିଲେ ଅଫିସ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ତତତ୍ପର ହୋଇ ପଡ଼ିଛନ୍ତି। ଟ୍ୱିନ୍ ସିଟିରେ ଥିବା ଆଇଟି ଫାର୍ମ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ଆଜି କଟକଣା ଜାରି ହୋଇଛି। ବିଗତ ୧୪ ଦିନରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଅଫିସ୍ ଆସିବାକୁ ମନା କରାଯାଇଛି। ପୁଲିସ୍‌ କମିଶନର ସୁଧାଂଶ ଷଡଙ୍ଗୀ କହିଛନ୍ତି ଯେ, ୧୪ ଦିନ ଭିତରେ ଯେଉଁ କର୍ମଚାରୀ […]

cp000

Tapaswini Nayak
  • Published: Tuesday, 17 March 2020
  • , Updated: 17 March 2020, 02:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ତତତ୍ପର ହୋଇ ପଡ଼ିଛନ୍ତି। ଟ୍ୱିନ୍ ସିଟିରେ ଥିବା ଆଇଟି ଫାର୍ମ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ଆଜି କଟକଣା ଜାରି ହୋଇଛି। ବିଗତ ୧୪ ଦିନରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଅଫିସ୍ ଆସିବାକୁ ମନା କରାଯାଇଛି।

ପୁଲିସ୍‌ କମିଶନର ସୁଧାଂଶ ଷଡଙ୍ଗୀ କହିଛନ୍ତି ଯେ, ୧୪ ଦିନ ଭିତରେ ଯେଉଁ କର୍ମଚାରୀ ବିଦେଶରୁ ଫେରିଛନ୍ତି, ସେମାନେ ଅଫିସ ଆସନ୍ତୁ ନାହିଁ, ଘରେ ରହି କାମ କରନ୍ତୁ। ଯଦି ଘରେ କାମ କରିବାକୁ ଅସମର୍ଥ ତା’ ହେଲେ କମ୍ପାନୀ ଆକ୍ଟରେ ତାଙ୍କୁ ଛୁଟି ଦିଆଯାଉ। ଯଦି କର୍ମଚାରୀଙ୍କ ଘରକୁ ଅନ୍ୟ କେହି ବିଦେଶରୁ ଆସିଛନ୍ତି, ତାହାହେଲେ ସେହି କର୍ମଚାରୀମାନେ ବି ଅଫିସ ଆସନ୍ତୁ ନାହିଁ।

ସିପି ଆହୁରି କହିଛନ୍ତି ଯେ କୌଣସି କର୍ମଚାରୀଙ୍କୁ ଜ୍ୱର, ଥଣ୍ଡା ଓ କଫ ହେଉଥିଲେ, ତାଙ୍କୁ ବି ଅଫିସ୍ ଆସିବାକୁ ମନା ହୋଇଛି। ଏହା ସହ ବଡ଼ କମ୍ପାନୀମାନେ କର୍ମଚାରୀମାନଙ୍କୁ ଯାଞ୍ଚ କରି ଭିତରକୁ ଛାଡନ୍ତୁ। ଏନେଇ ଆଜିଠୁ ନିୟମ ଲାଗୁ ହୋଇଛି। ନିୟମ ନମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି।

କରୋନା ପାଇଁ ଟ୍ୱିନ୍‌ ସିଟିରେ ସମସ୍ତ ସପିଂ ମଲ୍ ବନ୍ଦ ରହିବ। କିନ୍ତୁ ତେଜରାତି ଦୋକାନ, ଫଳ, କ୍ଷୀର, ଔଷଧ ଦୋକାନ ଖୋଲା ରହିବ। କଟକ ଓ ଭୁବନେଶ୍ୱରରେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଲାଗୁ କରିବାକୁ ସିପି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ନେଇ କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ। ଲୋକେ ଆତଙ୍କିତ ନହୋଇ ସ୍ୱାଭାବିକ ଭାବେ ସାମଗ୍ରୀ କିଣନ୍ତୁ। ଅଯଥା ମହଜୁଦ୍ ରଖନ୍ତୁ ନାହିଁ।

Related story