ଶ୍ରୀମନ୍ଦିର ନାଟ ମଣ୍ଡପରେ ଫାଟ

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନାଟ ମଣ୍ଡପ ବିମ୍‌ରେ ଫାଟ ରହିଛି। ଆଗକୁ ଏହି ଫାଟ ବଢ଼ିପାରେ। ନାଟ ମଣ୍ଡପରୁ ପ୍ଲାଷ୍ଟର ଛଡ଼ାଯିବା ପରେ ଏହା ଜଣାପଡ଼ିଛି। ଏନେଇ ଆଜି ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ତେବେ ନାଟ ମଣ୍ଡପର ମରାମତି ପାଇଁ ସ୍ଥାନ କେବେ ଖାଲି ହୋଇପାରିବ, ସେନେଇ ହାଇକୋର୍ଟ ମନ୍ଦିର ପ୍ରଶାସନଠାରୁ ଜବାବ ମାଗିଛି। ଆସନ୍ତା ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପକ୍ଷରେ ବେହରଣା ଦ୍ୱାରର ମରାମତି କାମ […]

crack-in-nata-mandap

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 05:54 PM IST

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନାଟ ମଣ୍ଡପ ବିମ୍‌ରେ ଫାଟ ରହିଛି। ଆଗକୁ ଏହି ଫାଟ ବଢ଼ିପାରେ। ନାଟ ମଣ୍ଡପରୁ ପ୍ଲାଷ୍ଟର ଛଡ଼ାଯିବା ପରେ ଏହା ଜଣାପଡ଼ିଛି। ଏନେଇ ଆଜି ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ତେବେ ନାଟ ମଣ୍ଡପର ମରାମତି ପାଇଁ ସ୍ଥାନ କେବେ ଖାଲି ହୋଇପାରିବ, ସେନେଇ ହାଇକୋର୍ଟ ମନ୍ଦିର ପ୍ରଶାସନଠାରୁ ଜବାବ ମାଗିଛି। ଆସନ୍ତା ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅନ୍ୟପକ୍ଷରେ ବେହରଣା ଦ୍ୱାରର ମରାମତି କାମ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଶଷ ହେବ। ଏନେଇ ଏଏସ୍‌ଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି।

Related story