ଟିଟୋର ୪ ସହଯୋଗୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର୍‌ ଟିଟୋର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ୍‌। ଅଭିଯୁକ୍ତମାନେ ହେଲେ ଗୋଲ୍ଡେନ୍ ପପୁ, ଅବଦୁଲା, ଇମ୍‌ତିଆଜ୍‌ ଖାଁ ଏବଂ ଜାହାଙ୍ଗିର ଖାଁ। କ୍ରାଇମ୍‌ବ୍ରାଞ୍ଚ୍‌ର ୧୦ଟି ଟିମ୍ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଟିଟୋର ସହଯୋଗୀ ସନ୍ଦେହରେ ୮ ଜଣଙ୍କୁ ଧରିଥିଲା। ଗିରଫ ଅଭିଯୁକ୍ତମାନେ ଏମାନଙ୍କ ମଧ୍ୟରେ ଥିଲେ।

ଅନ୍ୟ ଅଟକମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା କରୁଛି। ଅଟକ ରହିଥିବା ସମସ୍ତ ଲୋକଙ୍କର ଅପରାଧ ରେକର୍ଡ ଥିବା ସୂଚନା ମିଳିଛି। ଟିଟୋ ସହ ଏମାନଙ୍କ ଲିଙ୍କ୍‌କୁ ନେଇ ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌।