‘ପରୀ’ ହତ୍ୟା ମାମଲାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ‘ପରୀ’ ହତ୍ୟା ମାମଲାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ। ଆଡିସନାଲ ଏସ୍‌ପିଙ୍କ ନେତୃତ୍ୱରେ ଟିମ୍‌ ଆଜି ନୟାଗଡ ସଦର ଥାନାକୁ ଯାଇଥିଲେ। ଥାନା ଅଧିକାରୀ ତଥା ମାମଲାର ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ଏହାପରେ ଅଭିଯୋଗକାରୀଙ୍କ ନିଜ ଗାଁ ଯଦୁପୁର ଯାଇଥିଲେ। ସେଠାରେ କିଛି ପଚରାଉଚରା କରିବା ପରେ ଟିମ୍, ପରୀଙ୍କ ମାମୁ ଘର ଯୋଗିଆପଲ୍ଲୀକୁ ବି ଯାଇଥିଲା କ୍ରାଇମବ୍ରାଞ୍ଚ। ସେଠାରେ ପରୀର ବାପା-ମାଆଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚ […]

nayagarh

Manoranjan Sial
  • Published: Thursday, 26 November 2020
  • , Updated: 26 November 2020, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ‘ପରୀ’ ହତ୍ୟା ମାମଲାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ। ଆଡିସନାଲ ଏସ୍‌ପିଙ୍କ ନେତୃତ୍ୱରେ ଟିମ୍‌ ଆଜି ନୟାଗଡ ସଦର ଥାନାକୁ ଯାଇଥିଲେ। ଥାନା ଅଧିକାରୀ ତଥା ମାମଲାର ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ଏହାପରେ ଅଭିଯୋଗକାରୀଙ୍କ ନିଜ ଗାଁ ଯଦୁପୁର ଯାଇଥିଲେ। ସେଠାରେ କିଛି ପଚରାଉଚରା କରିବା ପରେ ଟିମ୍, ପରୀଙ୍କ ମାମୁ ଘର ଯୋଗିଆପଲ୍ଲୀକୁ ବି ଯାଇଥିଲା କ୍ରାଇମବ୍ରାଞ୍ଚ। ସେଠାରେ ପରୀର ବାପା-ମାଆଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚ ଟିମ।

୪ ମାସ ତଳେ ୫ ବର୍ଷର ଶିଶୁ କନ୍ୟା ‘ପରୀ’କୁ ହତ୍ୟା କରାଯାଇଥିଲା। ଏନେଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଘଟଣାର ତଦନ୍ତ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁ ଗତ ଦୁଇ ଦିନ ତଳେ ‘ପରୀ’ର ବାପା-ମାଆ ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ସମ୍ମୁଖକୁ ଆସି ଦେହରେ ଡିଜେଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେଠାରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ସାହୁଙ୍କ ସମ୍ପୃକ୍ତି ରହିଥିବା ପରୀର ବାପା-ମଆ ଅଭିଯୋଗ କରିଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ବିଧାନସଭାରେ ଉଠିଥିଲା ପରୀ ହତ୍ୟା ପ୍ରସଙ୍ଗ। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଗତକାଲି ଗୃହରେ ବିବୃତି ରଖି ‘ପରୀ’କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ। ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ।

ଆଜି ବିଧାନସଭା ଆରମ୍ଭରୁ ‘ପରୀ’ ହତ୍ୟା ପ୍ରସଙ୍ଗ ଉଠିଥିଲା। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ କଂଗ୍ରେସ ଓ ବିଜେପି। ଦିନ ତମାମ ହୋହଲ୍ଲା ହେବା ପରେ ଅପରାହ୍ନରେ ମନ୍ତ୍ରୀ ଅରୁଣ ସାହୁ ଗୃହରେ ବିବୃତି ରଖିଥିଲେ।

ଗୃହ ଭିତରେ ରଖିଥିବା ବିବୃତିକୁ ବାହାରେ ଦୋହରାଇଲେ ଅରୁଣ। ସେ କହିଛନ୍ତି-“ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ, ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ମୋ ରାଜନୈତିକ ଜୀବନରେ ହିଂସାର ମୁଁ ଘୋର ବିରୋଧୀ। ଯେକୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ। କ୍ରାଇମବ୍ରାଞ୍ଚ ତଦନ୍ତରେ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ବିଶ୍ୱାସ ରହିଛି। ଏଥିରେ ଯିଏ ବି ଜଡ଼ିତ ଥାଆନ୍ତୁ, ଦଣ୍ଡିତ ହେବା ଦରକାର। ଘଟଣାକୁ ରାଜନୀତିକରଣ ନକରାଯାଉ। ପରୀ ନ୍ୟାୟ ପାଉ। ସତ୍ୟ ଉନ୍ମୋଚନ ହେଉ।”

Related story