ନାବାଳିକା ଦୁଷ୍କର୍ମ, ଗର୍ଭପାତ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର  ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଜଣେ ପୁଲିସ୍‌ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେବା ପରେ ଏହାର ତଦନ୍ତ ନିମନ୍ତେ  କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର  ଟିମ୍ ଗଠନ କରିଛି। ଏହି ଟିମ୍‌ ଘଟଣାର ଖୋଲତାଡ଼ କରିବ ବୋଲି ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ନିମନ୍ତେ ଆଜି ଜଣେ ମହିଳା ଡିଏସ୍‌ପିଙ୍କ […]

police-1-1

police-1-1

Niharika Rout
  • Published: Tuesday, 30 June 2020
  • Updated: 30 June 2020, 02:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର  ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଜଣେ ପୁଲିସ୍‌ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେବା ପରେ ଏହାର ତଦନ୍ତ ନିମନ୍ତେ  କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର  ଟିମ୍ ଗଠନ କରିଛି। ଏହି ଟିମ୍‌ ଘଟଣାର ଖୋଲତାଡ଼ କରିବ ବୋଲି ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାର ତଦନ୍ତ ନିମନ୍ତେ ଆଜି ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ସୁନ୍ଦରଗଡ଼ ଯାଇଛି। ଆଜି କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ଗସ୍ତ କରି ଘଟଣାର ତଦନ୍ତ କରିବେ। ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ADG ସୌମେନ୍ଦ୍ର ପ୍ରୀୟଦର୍ଶୀ।

ସୂଚନାଥାଉ କି, ଏହା ପୂର୍ବରୁ ଘଟଣା ପାଇଁ ଦାୟୀ କରି ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ବନ କରାଯାଇଛି ।  ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁରେ  ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ନିଲମ୍ବିତ ଆଇଆଇସି ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ୍‌ ଧରିବାରେ ସକ୍ଷମ ହୋଇ ନାହିଁ। ଏଥିସହ ଏହି ଘଟଣାରେ ଜଡ଼ିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ  ପୁଲିସ୍ ଧରିପାରି ନାହିଁ।

ଅପରପକ୍ଷେ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ପୀଡ଼ିତା ପୁଲିସ୍ ଦ୍ୱାରା ଦୁଷ୍କର୍ମର ଶିକାର ହେବା ସତ୍ତ୍ୱେ  ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇ ନାହାନ୍ତି। ଏହି ଘଟଣାରେ ରାଜ୍ୟ ସରକାର SC/ST ଆଇନ୍‌ରେ ମାମଲା ରୁଜୁ କରିନାହାନ୍ତି। ଏହି ଘଟଣାରେ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ଲାଗି ବିଜେପି ଆନ୍ଦୋଳନ ଚଳାଇବ।

ବିଜେପି ପ୍ରତିନିଧି ଦଳ ବୀରମିତ୍ରପୁର ଯିବେ। ଶେଷ ଅପରାଧି ଗିରଫ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ପୃଥ୍ୱୀରାଜ। ଅପରପକ୍ଷେ ରାଜ୍ୟ ସରକାର SIT ଗଠନ କରି ସତ୍ୟତାର ଖୁଲାସା କରନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos