ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ରେ ରାନ୍‌ସମ୍‌ୱେର୍‌ ଭାଇରସ୍ ଆଟାକ୍‌ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ରେ ରାନ୍‌ସମ୍‌ୱେର୍‌ ଭାଇରସ୍ ଆଟାକ୍‌ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ୍ କରିବ। ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେବ ବୋଲି ନିଜେ କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜି କେ.ବି ସିଂହ ଟ୍ୱିଟ୍ କରି କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ଏହି ମାମଲାର ତଦନ୍ତ ପାଇଁ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ସାଇବର କ୍ରାଇମ୍‌ ଥାନାର ସଦସ୍ୟଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବ୍ରହ୍ମପୁର ଟାଉନ୍ ପୋଲିସ୍ ଠାରୁ […]

illustarae

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 05:30 PM IST

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ରେ ରାନ୍‌ସମ୍‌ୱେର୍‌ ଭାଇରସ୍ ଆଟାକ୍‌ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ୍ କରିବ। ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେବ ବୋଲି ନିଜେ କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜି କେ.ବି ସିଂହ ଟ୍ୱିଟ୍ କରି କହିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି,“ଏହି ମାମଲାର ତଦନ୍ତ ପାଇଁ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ସାଇବର କ୍ରାଇମ୍‌ ଥାନାର ସଦସ୍ୟଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବ୍ରହ୍ମପୁର ଟାଉନ୍ ପୋଲିସ୍ ଠାରୁ ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବ।”

ବ୍ରହ୍ମପୁର ସିଟି ହସପିଟାଲ୍‌ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇଛି। ସିଟି ହସ୍ପିଟାଲ୍ ଇନ୍‌ଫରମେସନ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇ ହ୍ୟାକର ୩୦୦ ଡଲାର ଦାବି କରିଥିବା କୁହାଯାଉଛି। ଡାକ୍ତରଖାନାର ମେଲ୍ ଆଇଡିରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ହ୍ୟାକ୍ କରାଯାଇଥିବା ଆଶଙ୍କା କରାଯାଉଛି।

Related story