ଶବ ବାହକରୁ କ୍ରାଇମ ସମ୍ରାଟ୍‌: କେନ୍ଦ୍ରାପଡ଼ାରୁ କଟକ ମେଡିକାଲକୁ ଆଣୁଥିଲା ଶବ

ବାଲେଶ୍ୱର/କେନ୍ଦ୍ରାପଡ଼ା/କଟକ/(ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ପୁଲିସକୁ ପୁଣି ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ ଗୁଳିରେ ନିହତ ହୋଛି  ସେକ୍ ହାଇଦର । ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ତା ସୁରକ୍ଷା ଦାୟିତ୍ୱରେ ଥିଲେ ଜଣେ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ଗୋଟିଏ ସେକ୍ସନ ସଶସ୍ତ୍ର ବଳ।  ସମୟ ଅପରାହ୍ଣ ୩ଟା ୨୦ମିନିଟ୍ । ହାଇଦରକୁ […]

790

790

Tapas Behera
  • Published: Saturday, 24 July 2021
  • Updated: 24 July 2021, 07:57 PM IST

Sports

Latest News

ବାଲେଶ୍ୱର/କେନ୍ଦ୍ରାପଡ଼ା/କଟକ/(ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ପୁଲିସକୁ ପୁଣି ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ ଗୁଳିରେ ନିହତ ହୋଛି  ସେକ୍ ହାଇଦର । ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ତା ସୁରକ୍ଷା ଦାୟିତ୍ୱରେ ଥିଲେ ଜଣେ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ଗୋଟିଏ ସେକ୍ସନ ସଶସ୍ତ୍ର ବଳ।  ସମୟ ଅପରାହ୍ଣ ୩ଟା ୨୦ମିନିଟ୍ । ହାଇଦରକୁ ନେଇ ଯାଉଥିବା ଭ୍ୟାନ୍ ଠିକ୍ ବାଲେଶ୍ୱର ସିମୁଳିଆ ନିକଟରେ ପହଞ୍ଚିବା ପରେ ପରିସ୍ରା ଯିବାର ବାହାନା କରିଥିଲା ହାଇଦର । ପୁଲିସ କମିଶନରଙ୍କ ସୂଚନା ଅନୁସାରେ ଗାଡ଼ିରୁ ଓହ୍ଲାଇବା ବେଳେ ସୁରକ୍ଷାକର୍ମୀଙ୍କଠାରୁ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରିଥିଲା ସେ।  ପୁଲିସକୁ ଚକମା ଦେଇ ଖସିଯିବା ବେଳେ ତାକୁ ଚେତାବନୀ ଦେଇଥିଲେ ସୁରକ୍ଷାକର୍ମୀ । ହେଲେ ମାନିନଥିଲା ହାଇଦର। ତେଣୁ ବାଧ୍ୟ ହୋଇ ପୁଲିସ ଗୁଳି କରିଥିଲା ବୋଲି କହିଛନ୍ତି ପୁଲିସ କମିଶନର।

ପୁଲିସର ଓ୍ୱାର୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା । ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା ବୋଲି କହିଛନ୍ତି ପୁଲିସ କମିଶନର। ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇପଡ଼ିବାରୁ ତାକୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଏହାପୂର୍ବରୁ ଗତ ଏପ୍ରିଲ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ କଟକ ବଡ଼ ମେଡିକାଲରୁ ଫେରାର ମାରିଥିଲା ଗ୍ୟାଙ୍ଗଷ୍ଟର ହାଇଦର। ତା ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀଙ୍କୁ ଟ୍ରାପ୍ କରି ଖସିଯିବାରେ ସଫଳ ହୋଇଥିଲା । ଯାହାକୁ ନେଇ ପୁରା ରାଜ୍ୟରେ ଚହଳ ସୃଷ୍ଟି ହେବା ସହ କମିଶନରେଟ୍ ପୁଲିସ ଆଖିରୁ ନିଦ ହଜାଇ ଦେଇଥିଲା । ତେବେ ୬ ଦିନର ନନଷ୍ଟପ୍ ଛାନଭିନ୍ ପରେ ହାଇଦରକୁ ତେଲେଙ୍ଗାନାରୁ ଧରିବାରେ ସଫଳ ହୋଇଥିଲା କମିଶନରେଟ୍ ପୁଲିସ ଟିମ୍ । ଏହା ପରଠୁ କଟକ ଚୌଦ୍ୱାର ଜେଲରେ ରହୁଥିଲା ହାଇଦର।

ଛୋଟିଆ ସହର କେନ୍ଦ୍ରାପଡାରେ ଜଣେ ରିକ୍ସା ଚାଳକରୁ ପରେ ଟପ୍ ଗ୍ୟାଙ୍ଗଷ୍ଟରର ପାଲଟିଥିବା ହାଇଦରର ଅପରାଧ ଇତିହାସ ଥିଲା ଅତ୍ୟନ୍ତ ରୋଚକ।  ଅପରାଧ ଜଗତରେ ପ୍ରବେଶ ପୂର୍ବରୁ ରିକ୍ସା, ଟ୍ରେକର ଓ ଟ୍ରକ ଚଳାଇ ଜୀବିକା ନିର୍ବାହ କରୁଥିଲା ହାଇଦର। ଯେଉଁ ସମୟରେ ଅର୍ଥାତ ୮୦ ଦଶକରେ ଯେତେବେଳେ କେନ୍ଦ୍ରାପଡ଼ା ମେଡିକାଲରେ ଶବ ପୋଷ୍ଟମର୍ଟମ ପାଇଁ ବ୍ୟବସ୍ଥା ନଥିଲା ହାଇଦର ଶବ ବାହକଭାବେ ମଧ୍ୟ କାମ କରି ପଇସା ରୋଜଗାର କରିଛି। କେନ୍ଦ୍ରାପଡ଼ାରୁ କଟକ ପର୍ଯ୍ୟନ୍ତ ଦୀର୍ଘ ୬୦ କିମି ନିଜ ଟ୍ରଲିରେ ଡେଡ୍‌ ବଡି ବୋହି ବ୍ୟବଚ୍ଛେଦ ପାଇଁ ଆଣୁଥିଲା।  ତେବେ ସେଇ ୧୯୮୦ ବେଳକୁ ସେ ଅପରାଧ ଜଗତକୁ ପ୍ରବେଶ ସହ କୁଖ୍ୟାତ ଅପରାଧୀ ଟିଟୋର ସହଯୋଗୀ ଭାବେ କାମ କଲା। ପରେ ଟିଟୋ, ସୁଲେମାନ ଓ ହାଇଦର ମିଳିମିଶି ଚଳାଇଥିଲେ ଅପରାଧ ସାମ୍ରାଜ୍ୟ ।

ପରେ ଟିଟୋ ଓ ହାଇଦର ମଧ୍ୟରେ ଫାଟ ସହ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗ୍ୟାଙ୍ଗଓ୍ୱାର । ୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର । ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୁଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର । ଏମିତିକି ଭୁବନେଶ୍ୱର ଝାରପଡ଼ା ଜେଲରେ ଥାଇ ବି ୨୦୦୭ରେ କେନ୍ଦୁଝର ଖଣି ଓ କ୍ରସର ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଅପରହଣ କରି ଟଙ୍କା ମାଗିଥିଲେ ହାଇଦର ଗ୍ୟାଙ୍ଗ୍ । ପରେ ରଶ୍ମୀରଞ୍ଜନଙ୍କୁ ହତ୍ୟା କରାଯାଇଥିଲା ଏ ମାମଲାରେ ବି ଆଜୀବନ ଜେଲଦଣ୍ଡ ପାଇଥିଲା ହାଇଦର । ୨୦୧୭ରେ ଧଳସାମନ୍ତ ଗ୍ୟାଙ୍ଗ ସହ ଗ୍ୟାଙ୍ଗଓ୍ୱାର ଆଶଙ୍କା କରି ତାକୁ ଭୁବନେଶ୍ୱରରୁ ସମ୍ବଲପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ହାଇଦର ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ ବିଭିନ୍ନ ଅପରାଧ ରହିଛି । ତା ବିରୋଧରେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ୧୬ରୁ ଅଧିକ ସଙ୍ଗୀନ ଦଫାରେ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story