ଅଶାନ୍ତ ସ୍ମାର୍ଟ ସିଟି, କଥା କଥାରେ ଫୁଟୁଛି ଗୁଳି: କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶାନ୍ତ ସ୍ମାର୍ଟ ସିଟି। ପୂର୍ବଶତୃତାକୁ କେନ୍ଦ୍ରକରି ରାଜଧାନୀରେ ତିନୋଟି ଗୁଳିକାଣ୍ଡ ଘଟଣାକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ। ବିଶେଷକରି ଚୋରାବନ୍ଧୁକ କାରବାର ବଢିବା ଓ ତାହା ଅପରାଧୀଙ୍କ ପାଖରେ ସହଜରେ ପହଞ୍ଚିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱର ସିଆର୍‌ପି ଓଭରବ୍ରିଜ ଉପରେ ଅପରାଧୀ ଗ୍ୟାଙ୍ଗ୍ ମଧ୍ୟରେ ଗୁଳିକାଣ୍ଡ। ଜୁଲାଇ ୨୦- ପୂର୍ବ ଶତ୍ରୁତାରୁ ବମିଖାଲରେ ସପ୍ ମ୍ୟାନେଜରଙ୍କୁ ଗୁଳିମାଡ଼ ଓ ନିକଟରେ ୨୦ ଅଗଷ୍ଟ ସିଜୁଆରେ ଘର ଦୁଆର ମୁହଁରୁ ଗୁଳିକରି ଲୁଟ୍ […]

cp

Rakesh Mallick
  • Published: Tuesday, 22 August 2017
  • , Updated: 22 August 2017, 09:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶାନ୍ତ ସ୍ମାର୍ଟ ସିଟି। ପୂର୍ବଶତୃତାକୁ କେନ୍ଦ୍ରକରି ରାଜଧାନୀରେ ତିନୋଟି ଗୁଳିକାଣ୍ଡ ଘଟଣାକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ। ବିଶେଷକରି ଚୋରାବନ୍ଧୁକ କାରବାର ବଢିବା ଓ ତାହା ଅପରାଧୀଙ୍କ ପାଖରେ ସହଜରେ ପହଞ୍ଚିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।
ଭୁବନେଶ୍ୱର ସିଆର୍‌ପି ଓଭରବ୍ରିଜ ଉପରେ ଅପରାଧୀ ଗ୍ୟାଙ୍ଗ୍ ମଧ୍ୟରେ ଗୁଳିକାଣ୍ଡ। ଜୁଲାଇ ୨୦- ପୂର୍ବ ଶତ୍ରୁତାରୁ ବମିଖାଲରେ ସପ୍ ମ୍ୟାନେଜରଙ୍କୁ ଗୁଳିମାଡ଼ ଓ ନିକଟରେ ୨୦ ଅଗଷ୍ଟ ସିଜୁଆରେ ଘର ଦୁଆର ମୁହଁରୁ ଗୁଳିକରି ଲୁଟ୍ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ମାର୍ଟ ସିଟିରେ କଥା କଥାକେ ଗୁଳି ଫୁଟୁଛି। ଲୁଟ୍ ହେଉ କି ରାହାଜାନୀ, ସବୁଠି ଚୋରା ବନ୍ଧୁକର ବ୍ୟବହାର ପୋଲିସର ଚିନ୍ତା ବଢ଼ାଇଛି । ସିଜୁଆ ଲୁଟ ଘଟଣାରେ ଗିରଫ ଦୁଇ ଦୁର୍ବୃତଙ୍କ ଠାରୁ ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି ତେବେ ଏହି ଚୋରା ବନ୍ଧୁକର ଚେର ଖୋଜିବା ପୋଲିସ ପାଇଁ ଜରୁରୀ ହୋଇପଡ଼ିଛି।

ମିଳିଥିବା ତଥ୍ୟ ଅନୁସାରେ ୨୦୧୪ରେ ୮୬ଟି ମାମଲାରେ ୯୩ଟି ଚୋରା ବନ୍ଧୁକ ଜବତ ହୋଇଥିଲା ସେହିପରି ୨୦୧୫ରେ ୧୧୩ଟି ମାମଲାରେ ୬୩ଟି ଓ ୨୦୧୬ରେ ୧୫୭ଟି ମାମଲାରେ ୮୯ଟି ଚୋରା ବନ୍ଧୁକ ଜବତ ହୋଇଥିଲା। ଚୋରା ବନ୍ଧୁକର ଚେର ଖୋଜିବା ପାଇଁ କମିଶନରେଟ ପୋଲିସ୍ ଅପରେସନ ବ୍ଲାକ୍ ସ୍ମୋକ୍ ଯେମିତି ଫେଲ୍ ହୋଇଯାଇଛି। ଜଣାପଡ଼ିଛି, ଗୟା, ବିହାର, ମୁଙ୍ଗେର ଆଦି ସ୍ଥାନରୁ କୋଲକାତା ଦେଇ ରାଜ୍ୟ ଭିତରକୁ ବନ୍ଧୁକ ଆସୁଛି।

Related story