କ୍ରାଇମବ୍ରାଞ୍ଚରେ ଆଜି ହାଜର ହେବେ ୪ଟି ସାରଥି ସମିତିର କର୍ମକର୍ତ୍ତା

କଟକ: ରାଜ୍ୟର ୪ଟି ସାରଥି ସମିତିର କର୍ମକର୍ତ୍ତାମାନେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ। ଆୟବ୍ୟୟର  ହିସାବ ନେଇ ଏମାନଙ୍କୁ ପଚରାଉଚରା ହୋଇପାରେ। ଗତକାଲି କଟକ ଓ ଭଦ୍ରକ ସାରଥୀ ସମିତିର କର୍ମକର୍ତ୍ତାଙ୍କୁ ଡାକି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ରାଜ୍ୟରେ ପାଖାପାଖି ୩୦ ରୁ ୩୫ଟି ସମିତି ରହିଥିବା ସୂଚନା ମିଳିଛି। ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ସମିତିର କର୍ମକର୍ତ୍ତାଙ୍କୁ ପଚରାଉଚରା କରାଯିବ। ଅନ୍ୟପଟରେ ସାରଥି ମାମଲାରେ ହାଇଦ୍ରାବାଦ୍ ଯାଇଥିବା ତିନି ଜଣିଆ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗତକାଲି ଗୋଲକୁଣ୍ଡା […]

sarathi3

sarathi3

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 03:15 AM IST

Sports

Latest News

କଟକ: ରାଜ୍ୟର ୪ଟି ସାରଥି ସମିତିର କର୍ମକର୍ତ୍ତାମାନେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ। ଆୟବ୍ୟୟର  ହିସାବ ନେଇ ଏମାନଙ୍କୁ ପଚରାଉଚରା ହୋଇପାରେ। ଗତକାଲି କଟକ ଓ ଭଦ୍ରକ ସାରଥୀ ସମିତିର କର୍ମକର୍ତ୍ତାଙ୍କୁ ଡାକି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ରାଜ୍ୟରେ ପାଖାପାଖି ୩୦ ରୁ ୩୫ଟି ସମିତି ରହିଥିବା ସୂଚନା ମିଳିଛି। ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ସମିତିର କର୍ମକର୍ତ୍ତାଙ୍କୁ ପଚରାଉଚରା କରାଯିବ।

ଅନ୍ୟପଟରେ ସାରଥି ମାମଲାରେ ହାଇଦ୍ରାବାଦ୍ ଯାଇଥିବା ତିନି ଜଣିଆ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗତକାଲି ଗୋଲକୁଣ୍ଡା ହୋଟେଲରୁ ସିସିଟିଭି ଚିତ୍ର ଜବତ ପରେ ତାକୁ ତନ୍ନତନ୍ନ ଯାଞ୍ଚ କରିଛି। ଏହାଛଡା ହୋଟେଲରେ ସାରଥି କିଭଳି ସମୟ ବିତାଉଥିଲେ ସେନେଇ ମଧ୍ୟ ବିସ୍ତୃତ ତଥ୍ୟ ସଂଗ୍ରହ କରୁଛନ୍ତି ତଦନ୍ତକାରୀ ଅଧିକାରୀ।  ତେବେ ସିସିଟିଭିରେ ସାରଥିଙ୍କ ଭିଜୁଆଲ ଅଛି ନା ନାହିଁ, ସାରଥିଙ୍କ ସହ ହୋଟେଲରେ କିଏ ଥିଲେ, ତାଙ୍କୁ ଆଉ କେହି ଭେଟିବାକୁ ଆସିଥିଲେ କି, କେମିତି ଥିଲା ସାରଥିଙ୍କ ହାବଭାବ- ଏସବୁକୁ ନେଇ ସସପେନ୍ସ ବଢୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos