ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ

ପୁରୀ: ପୁରୀ ଜିଲ୍ଲା ଗୋପ୍ ଛଇତନା ନିକଟରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ମୁଦୁଲି ଆହତ ହୋଇଛି। କାଳିଆର ଡାହାଣ ଗୋଡ଼ରେ ଗୁଳି ବାଜିଛି।  ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

କାଳିଆ ନାଁରେ ବହୁ ଅପରାଧିକ ମାମଲା ରହିଛି। ପୁରୀରେ ବିଭିନ୍ନ ସ୍ଥାନରେ ବୋମାମାଡ଼ ଘଟଣା ସହ ଅନ୍ୟାନ୍ୟ ମାମଲାରେ କାଳିଆ ଅଭିଯୁକ୍ତ ଥିବା ପୋଲିସ୍ କହିଛି।