ରାଜଧାନୀରେ ମାତିଲେ ଲୁଟେରା, ଗନ୍‌ ପଏଣ୍ଟରେ ପତି-ପତ୍ନୀଙ୍କୁ ଲୁଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏବେ ଲୁଟେରା ମାତିଛନ୍ତି। ଆଜି ସକାଳେ କେତେଜଣ ଲୁଟେରା ବନ୍ଧୁକ ମୁନରେ ପତି-ପତ୍ନୀଙ୍କଠାରୁ ଲୁଟିଛନ୍ତି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ପୂରା ଘଟଣା ଏମିତି। ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ରହୁଥିବା ରେଲୱେ କର୍ମଚାରୀ ଉମାକାନ୍ତ ମିଶ୍ର, ତାଙ୍କ ସ୍ତ୍ରୀ ଭାଗ୍ୟଶ୍ରୀ ରଥ ଓ […]

loot-in-bbsr

loot-in-bbsr

Manoranjan Sial
  • Published: Tuesday, 30 July 2019
  • Updated: 30 July 2019, 05:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏବେ ଲୁଟେରା ମାତିଛନ୍ତି। ଆଜି ସକାଳେ କେତେଜଣ ଲୁଟେରା ବନ୍ଧୁକ ମୁନରେ ପତି-ପତ୍ନୀଙ୍କଠାରୁ ଲୁଟିଛନ୍ତି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ପୂରା ଘଟଣା ଏମିତି। ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ରହୁଥିବା ରେଲୱେ କର୍ମଚାରୀ ଉମାକାନ୍ତ ମିଶ୍ର, ତାଙ୍କ ସ୍ତ୍ରୀ ଭାଗ୍ୟଶ୍ରୀ ରଥ ଓ ତାଙ୍କ ଝିଅ ବ୍ରହ୍ମପୁର ଯିବା ପାଇଁ ଆଜି ସକାଳେ ଏକ ଅଟୋରେ ଷ୍ଟେସନ୍‌ ଯାଉଥିଲେ। ତେବେ ଆଦିମାତା ଗାଁ ଛକର ଟର୍ଣ୍ଣି ପାଖରେ ୩ ଜଣ ଯୁବକ ଏକ ପଲ୍‌ସର ବାଇକ୍‌ରେ ଆସି ଅଟୋ ଆଗରେ ଛିଡ଼ା ହୋଇଯାଇଥଲେ। ସେମାନେ ସଙ୍ଗେ ସଙ୍ଗେ ବନ୍ଧୁକ କାଢ଼ି ଭାଗ୍ୟଶ୍ରୀ ଓ ତାଙ୍କ ଝିଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେମାନେ ପିନ୍ଧିଥିବା ସୁନା ଗହଣା ଝାମ୍ପି ନେଇଥିଲେ। ଏଥିରେ ଭାଗ୍ୟଶ୍ରୀଙ୍କ ବେକରେ କ୍ଷତ ସୃଷ୍ଟି ହୋଇଛି। ବାଇକ୍‌ ଚଲାଉଥିବା ଲୁଟେରା ହେଲ୍‌ମେଟ୍‌ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ମୁଖା ପିନ୍ଧିଥିଲେ।

ଏନେଇ ଉମାକାନ୍ତ ମିଶ୍ର ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଲୁଟ୍‌ ପୂର୍ବରୁ ସେହି ଆଦିମାତା କଲୋନୀରେ ଆଉ ଗୋଟିଏ ଲୁଟ୍‌ ହୋଇଥିଲା। ଟାର୍ଗେଟରେ ଥିଲେ ଜଣେ ଅବସରପ୍ରପ୍ତ ବ୍ୟାଙ୍କ କର୍ମଚାରୀ। ଦୁର୍ବୃତ୍ତମାନେ ତାଙ୍କୁ ଅକ୍ରମଣ କରି ସେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହି ଦୁଇଟି ଲୁଟ୍‌ରେ ଗୋଟିଏ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ।

ରାଜଧାନୀରେ ଦିନକୁ ଦିନ ଲୁଟ୍‌ ବଢ଼ିବାରେ ଲାଗିଛି। ଅଭିଯୋଗ ହେବା ପରେ କେତେକ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଉଛି। ହେଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଜାମିନ ବଳରେ ମୁକୁଳି ଆସି ସେମାନଙ୍କ ଅପରାଧିକ କାର୍ଯ୍ୟ ପୂର୍ବବତ ଚଳାଉଛନ୍ତି। ବେଲ୍‌ରେ ଆସୁଥିବା ଲୁଟେରାଙ୍କ ଗତିବିଧି ଉପରେ ପୁଲିସ ନଜର ରଖୁ ନଥିବାରୁ ଦିନକୁ ଦିନ ରାଜଧାନୀରେ ଅପରାଧ ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story