ବର୍ଷକର ଦାନାପାଣି ଉପରେ ଦାଉ ସାଧିଲା ଅଦିନିଆ ବର୍ଷା

ବାଲେଶ୍ୱର/କଳାହାଣ୍ଡି/ ରାୟଗଡ଼ା (ଓଡ଼ିଶା ରିପୋର୍ଟର):ଶୀତଦିନିଆ  ବର୍ଷା ମାଡ଼ରେ ଘାଇଲା ଅମଳ ଫସଲ। ତିନ୍ତି ଯାଇଛି ଧାନ, କପା ଆଉ କାନ୍ଦୁଲ। ଅମଳ ଫସଲର ସୁରକ୍ଷା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି ପରେ ବି କେଉଁଠି ଧାନ ମଣ୍ଡି ମୁକୁଳା ପଡ଼ିଛି ତ ଆଉ କେଉଁଠି ଖଳାରେ ବତୁରି ଯାଇଛି ଚାଷୀର ବର୍ଷକର ଦାନା ପାଣି। ଫଳରେ ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରି ଫସଲ ଫଳାଇଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛିା ରାଜସ୍ୱ […]

b-908761

b-908761

Tapas Behera
  • Published: Saturday, 04 January 2020
  • Updated: 04 January 2020, 08:58 PM IST

ବାଲେଶ୍ୱର/କଳାହାଣ୍ଡି/ ରାୟଗଡ଼ା (ଓଡ଼ିଶା ରିପୋର୍ଟର):ଶୀତଦିନିଆ  ବର୍ଷା ମାଡ଼ରେ ଘାଇଲା ଅମଳ ଫସଲ। ତିନ୍ତି ଯାଇଛି ଧାନ, କପା ଆଉ କାନ୍ଦୁଲ। ଅମଳ ଫସଲର ସୁରକ୍ଷା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି ପରେ ବି କେଉଁଠି ଧାନ ମଣ୍ଡି ମୁକୁଳା ପଡ଼ିଛି ତ ଆଉ କେଉଁଠି ଖଳାରେ ବତୁରି ଯାଇଛି ଚାଷୀର ବର୍ଷକର ଦାନା ପାଣି।

ଫଳରେ ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରି ଫସଲ ଫଳାଇଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛିା ରାଜସ୍ୱ ମନ୍ତ୍ରୀ କହିଛନ୍ତି, କ୍ଷୟକ୍ଷତିର ଅନୁଧ୍ୟାନ ପରେ ବିଚାର କରାଯିବା। ବାଲେଶ୍ୱର ଜିଲ୍ଲା ପାଟଣା ଗାଁ। ବିଲରୁ ଅମଳ କରି ଖଳାରେ ରଖିଥିବା ଧାନସବୁ ତିନ୍ତି ଯାଇଛି ବର୍ଷାରେ। ଟଣାଯାଇଥିବା ଜରି ପାଲ ବି ଯଥେଷ୍ଟ ନୁହେଁ, ଧାନକୁ ସୁରକ୍ଷା ଦେବାରେ ଜିଲ୍ଲାର ୧୨ଟି ବ୍ଲକରେ ଏଭଳି ଅଦିନିଆ ବର୍ଷା ଫସଲ ସବୁକୁ ନଷ୍ଟ କରିଛି ।

କଳାହାଣ୍ଡି ଜିଲ୍ଲାରେ ବି ସମାନ ଅବସ୍ଥା। ଧାନ ବିକିବା ପାଇଁ ମଣ୍ଡିକୁ ଆସି ଟୋକନ୍ ଅପେକ୍ଷାରେ ଥିବା ଚାଷୀଙ୍କ ବସ୍ତା ବସ୍ତା ଧାନ ଭିଜୁଛି ବର୍ଷାରେ। ଧାନର ସୁରକ୍ଷା ପାଇଁ ଆରଏମସି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାବେଳେ ମିଲର୍ସ କାଣ୍ଟଛାଣ୍ଟ କରିବାର ଆଶଙ୍କା କରିଛନ୍ତି ଚାଷୀ। ଏପଟେ ରାୟଗଡ଼ା ଜିଲ୍ଲାରେ ଫୁଟି ଆସୁଥିବା କପା ବର୍ଷାରେ ବତୁରି ନଷ୍ଟ ହେବାକୁ ବସିଲାଣି । କାନ୍ଦୁଲ ଫୁଲ ଗୁଡ଼ିକ ବି ତଳେ ଝଡ଼ି ପଡ଼ିଲାଣି । ତେଣୁ ଧାରକରଜ କରି ଏଭଳି ଅର୍ଥକାରୀ ଚାଷ କରିଥିବା ଚାଷୀ ଏଥର ଘାଟା ସହିବାର ଆଶଙ୍କା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos