ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆତଙ୍କ ଦେଖା ଦେଇଛି। ଗତକାଲି ରାତିରେ ମୟୂରଭଞ୍ଜ-ପଶ୍ଚିମବଙ୍ଗ ସୀମାନ୍ତ ରାସଗୋବିନ୍ଦ ରେଞ୍ଜ ଦେଇ ୨ଟି ଦଳରେ ୬୦ରୁ ଅଧିକ ହାତୀ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ହାତୀପଲରେ ଦନ୍ତା, ମାଈ ଓ ଛୁଆ ହାତୀ ଥିବା ଜଣାପଡ଼ିଛି।
ହାତୀପଲ ଚିତ୍ରଡ଼ା ଜଙ୍ଗଲ ଏବଂ ବ୍ରାହ୍ମଣମରା ଜଙ୍ଗଲରେ ଥିବା ଦେଖିବାକୁ ମିଳିଛି। ଏଥିସହ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲକୁ ନେଇ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ହାତୀ ଘଉଡାଇବା ପାଇଁ ବନ ବଭାଗ ଓ ପୁଲିସ୍ ପକ୍ଷରୁ ଉଦ୍ୟମ କରାଯାଉଛି।
ଅନ୍ୟପକ୍ଷରେ ରାସଗୋବିନ୍ଦପୁର ରେଞ୍ଜର ସରଡୋଳା ଗାଁରେ ଜଣେ ବୃଦ୍ଧଙ୍କୁ ହାତୀ ଆକ୍ରମଣ କରିଛି। ତାଙ୍କ ନାଁ ନାରାୟଣ ଟୁଡୁ। ସେ ଜମି ଜଗିବାବୁ ଯାଇ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗି ଯାଇଛି। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଣି ବାଣ ନେଲା ଜୀବନ, ବିସ୍ଫୋରଣରେ ଗୋଟିଏ ପରିବାରର ୨ ମୃତ
ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ ଏହି ଅଘଟଣ ଘଟିଛି।
Sports
ଭାରତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବ ଓଡ଼ିଶା
ଆଗାମୀ ୩ ବର୍ଷ ପାଇଁ ଜାତୀୟ ‘ଖୋ ଖୋ’ ଟିମକୁ ସ୍ପନସର କରିବେ ଓଡିଶା ସରକାର। ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।
Miscellaneous
୪ ମାସ ଆଗରୁ ବିଦା ହେଲେ ପାଣ୍ଡିଆନଙ୍କ ବାନ୍ଧବୀ ସାଗରିକା
୧୯୯୯ ବ୍ୟାଚ୍ ଆଇଆରପିଏସ୍ ଅଫିସର ସାଗରିକାଙ୍କୁ ଗତ ଡିସେମ୍ବର ୩୧ତାରିଖରେ ଓଡ଼ିଶା ଛାଡ଼ି କେନ୍ଦ୍ର ସରକାରରେ ନିଜର ସେବା ଦେବା ପାଇଁ ଫେରିଯାଇଛନ୍ତି।
Politics
କାହା ସୁରକ୍ଷାରେ ଅଛନ୍ତି ପାଣ୍ଡିଆନଙ୍କ ଅଫିସର ଟିମ୍, କାହିଁକି ବଦଳୁନି ବିଭାଗ: ସିଏମଓରେ ୬ମାସ ତିଷ୍ଠି ପାରିଲେନି ଡାକୁଆ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅରିନ୍ଦମ ଡାକୁଆ ୬ମାସ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ତିଷ୍ଠି ପାରିଲେ ନାହିଁ। ଶ୍ରୀ ଡାକୁଆଙ୍କୁ କାହିଁକି ବଦଳି କରାଗଲା ଓ ତାଙ୍କ ବଦଳି ପଛରେ କେଉଁ ଅଦୃଶ୍ୟ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।
Politics
ନବୀନଙ୍କ ବିଲ ବୁଲା ବେଳେ ଚାଷୀଙ୍କ କାନ୍ଦକୁ ନେଇ ଉଠିଲା ପ୍ରଶ୍ନ, ସୋଶାଲ ମିଡିଆରେ କରାଯାଉଛି ଟ୍ରୋଲ
ଯେଉଁ ନବୀନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଚାଷୀଙ୍କ ଦୁଃଖ ଶୁଣିବାକୁ ଯାଉ ନଥିଲେ, ଏବେ ହଠାତ୍ ତାଙ୍କର ଚାଷୀ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।