ବନ୍ଧୁକ ଗୁଳି ଫୁଟି ଯବାନ ମୃତ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଯୁଯୁମରା CRPF କ୍ୟାମ୍ପରେ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେଉଛି ବୁଟା ସିଂହ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସମ୍ୱଲପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି। ମାତ୍ର ଗୁଳି ଫୁଟିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସୂଚନାରୁ ପ୍ରକାଶ, ଯୁଯୁମରା ଏକ ନକ୍ସଲ ପ୍ରବଣ ଅଞ୍ଚଳ। ସେଥିପାଇଁ ସେଠାରେ ଏକ ସିଆର୍‌ପିଏଫ୍‌ କ୍ୟାମ୍ପ ରହିଛି। ଏଠାରେ […]

CRPF-jawan-found-in-critically-condition-inside-Jujumara-CRPF-camp

Manoranjan Sial
  • Published: Tuesday, 04 June 2019
  • , Updated: 04 June 2019, 05:42 PM IST

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଯୁଯୁମରା CRPF କ୍ୟାମ୍ପରେ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ ଘଟିଛି।

ତାଙ୍କ ନାଁ ହେଉଛି ବୁଟା ସିଂହ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସମ୍ୱଲପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି। ମାତ୍ର ଗୁଳି ଫୁଟିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସୂଚନାରୁ ପ୍ରକାଶ, ଯୁଯୁମରା ଏକ ନକ୍ସଲ ପ୍ରବଣ ଅଞ୍ଚଳ। ସେଥିପାଇଁ ସେଠାରେ ଏକ ସିଆର୍‌ପିଏଫ୍‌ କ୍ୟାମ୍ପ ରହିଛି। ଏଠାରେ ନିୟମିତ ଫାୟାରିଂ କ୍ୟାମ୍ପ ହୋଇଥାଏ। ଆଜି ମଧ୍ୟ ଏଠାରେ ଫାୟାରିଂ କ୍ୟାମ୍ପ ହେବାର ଥିଲା। ସେଥିପାଇଁ ଯବାନମାନେ କ୍ୟାମ୍ପ ଭିତରେ ପ୍ରବେଶ କରିଥିଲେ। ତେବେ ହଠାତ୍‌ ଗୁଳି ଶବ୍ଦ ଶୁଭିଥିଲା। ଅନ୍ୟ ଯବାନମାନେ ସେଠାକୁ ଯାଇ ଦେଖନ୍ତି, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଛନ୍ତି ବୁଟା ସିଂହ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ପାଖରେ ତାଙ୍କ ମୋବାଇଲ୍‌, ବନ୍ଧୁକ ଓ ଖୋକା ପଡ଼ିଛି। ପାରିପାର୍ଶ୍ୱିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି।

Related story