କୁଆଡ଼େ ଗଲେ ମୃତ ସିଆରପିଏଫ ଯବାନଙ୍କ ରହସ୍ୟମୟୀ ପତ୍ନୀ ?

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କୁଆଡ଼େ ଗଲେ ମୃତ ସିଆରପିଏଫ ଯବାନଙ୍କ ରହସ୍ୟମୟୀ ପତ୍ନୀ ? ତାଙ୍କୁ ଖୋଜୁଛି ସିଆରପିଏଫ ଅଧିକାରୀ। ସ୍ୱାମୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଆର୍ଥିକ ସହୟତା ଲାଗି ତଦନ୍ତ ପାଇଁ ଆସିଥିବା ସିଆରପିଏଫ ଅଧିକାରୀ ସମ୍ପୃକ୍ତ ଯବାନଙ୍କ ପତ୍ନୀଙ୍କୁ ଖୋଜୁଛନ୍ତି। କାରଣ ଯବାନ ଜଣକ ବିବାହିତ ବୋଲି ପ୍ରମାଣପତ୍ର ଦେଇଥିବା ବେଳେ ଘରେ ଲୋକେ କହିଛନ୍ତି ସେ ଆଦୌ ବିବାହ କରିନାହାନ୍ତି। ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସିଆରପିଏଫ ଅଧିକାରୀ ୨୩ […]

8976

Tapas Behera
  • Published: Tuesday, 13 October 2020
  • , Updated: 14 October 2020, 01:18 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କୁଆଡ଼େ ଗଲେ ମୃତ ସିଆରପିଏଫ ଯବାନଙ୍କ ରହସ୍ୟମୟୀ ପତ୍ନୀ ? ତାଙ୍କୁ ଖୋଜୁଛି ସିଆରପିଏଫ ଅଧିକାରୀ। ସ୍ୱାମୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଆର୍ଥିକ ସହୟତା ଲାଗି ତଦନ୍ତ ପାଇଁ ଆସିଥିବା ସିଆରପିଏଫ ଅଧିକାରୀ ସମ୍ପୃକ୍ତ ଯବାନଙ୍କ ପତ୍ନୀଙ୍କୁ ଖୋଜୁଛନ୍ତି। କାରଣ ଯବାନ ଜଣକ ବିବାହିତ ବୋଲି ପ୍ରମାଣପତ୍ର ଦେଇଥିବା ବେଳେ ଘରେ ଲୋକେ କହିଛନ୍ତି ସେ ଆଦୌ ବିବାହ କରିନାହାନ୍ତି। ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସିଆରପିଏଫ ଅଧିକାରୀ ୨୩ ଦିନ ହେଲା ତଦନ୍ତ କରୁଛନ୍ତି।

ଘଟଣାଟି ଏମିତି । ବଲାଙ୍ଗିର ଜିଲ୍ଳା ତୁଷୁରା ଥାନା ନୂଆପଡା ଗାଁର ସୂର୍ଯ୍ୟମଣି ଭୋଇ ଝାଡଖଣ୍ଡ ସିଆରପିଏଫର ୧୧ ନମ୍ବର ବାଟାଲିଅନର ହେଡ କନଷ୍ଟେବଳ ଭାବରେ କାମ କରୁଥିଲେ। ଗତ କିଛି ଦିନ ତଳେ ଗାଁକୁ ଛୁଟିରେ ଆସିଥିଲେ ସୂର୍ଯ୍ୟମଣି। ତାପରେ ତାଙ୍କୁ ଜ୍ୱର ହେବାରୁ ବଲାଙ୍ଗିରରେ କୋଭିଡ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା।  ଧିରେ ଧିରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର କିମ୍ସ କୋଭିଡ ହସପିଟାଲରୁ ତାଙ୍କୁ ଭୂବନେଶ୍ୱର କୋଭିଡ ହସିପିଟାଲକୁ ପଠାଯାଥିଲା । ଗତ ସେପଟେମ୍ବର ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା  । ତାଙ୍କ ମୃତ୍ୟୁ ପରେ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ସିଆରପିଏଫ ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା।  ମୃତ ଯବାନ ନୋମିନୀ ଭାବେ ପିଙ୍କି ଭୋଇ ନାମକ ଜଣେ ଝିଅର ଫଟୋ ଦେଇ ତାଙ୍କୁ ନିଜ ସ୍ତ୍ରୀ ବୋଲି ଦର୍ଶାଇ ସିଆରପିଏଫ ବିଭାଗରେ ଡିପେଣ୍ଡେଣ୍ଟ କାର୍ଡ ଦାଖଲ କରିଥିଲେ  । ଯେଉଁଥିରେ ପିଙ୍କି ଭୋଇଙ୍କ କଣ୍ଟାକ୍ଟ ନମ୍ବର- ୮୦୧୮୬୫୮୮୯୦ ଲେଖାଯାଇଛି।

ତେବେ ଏହି ନମ୍ବରରେ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା।  ଫଳରେ ଶେଷରେ ବିଭାଗ ତରଫରୁ ଜଣେ ସିଆରପିଏଫ କନଷ୍ଟେବଳ ବଲାଙ୍ଗିରକୁ ଆସି ମୃତ ଯବାନ ଗାଁକୁ ଯାଇଥିଲେ।  ଗାଁରେ ପରିବାର ଲୋକେ ମୃତ ଯବାନ ସୂର୍ଯ୍ୟମଣି ଭୋଇ ବାହା ହୋଇନଥିବା କହିଥିଲେ । ବଲାଙ୍ଗିର ବିଏସଏନଏଲ ଅଫିସରେ ଚାକିରି  କରୁଥିବା ମୃତ ଯବାନଙ୍କ ବଡ ଭାଇ ଏହା କହିଛନ୍ତି। ସୂର୍ଯ୍ୟମଣିଙ୍କ ବାପା ହେଉଛନ୍ତି ଧୂବେଇ ଚରଣ ବେହେରା। କିନ୍ତୁ ଜନ୍ମ ପରେ ମାୟାଧର ଭୋଇଙ୍କ ପୌଷ୍ୟପୁତ୍ର ହୋଇଥିଲେ ସୂର୍ଯ୍ୟମଣି। ମୃତ ଯବାନ ଏବେ ପୋଷ୍ୟପୁତ୍ର କରିଥିବା ବାପା ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ନିଜ ବାପା ଧୁବେଇଚରଣ ବେହେରାଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି  । ଏବେ ଘରେ ନିଜ ମା ପ୍ରଫୁଲ୍ଲ ବେହେରା ଏବଂ ଭାଇମାନେ ଅଛନ୍ତି ।

ଯଦି ସୂର୍ଯ୍ୟମଣି ବାହା ହୋଇନାହାନ୍ତି ତେବେ, ଡିପେଣ୍ଡେଣ୍ଟ କାର୍ଡରେ ସ୍ତ୍ରୀର ପରିଚୟ ଦେଇଥିବା ପିଙ୍କି ଭୋଇ କିଏ ?  ଏହା ସହିତ ତାଙ୍କର ରମେଶ ଭୋଇ ଏବଂ ରୀନା ଭୋଇ ନାଁରେ ପୁଅ, ଝିଅ ଥିବା ମଧ୍ୟ ଲେଖାଯାଇଛି।  ଦୀର୍ଘ ୨୦ ଦିନ ହେଲା ସିଆରପିଏଫ ବିଭାଗ ତଥା ପରିବାର ଲୋକେ ପିଙ୍କି ଭୋଇଙ୍କୁ ଖୋଜି ବୁଲୁଥିବା ବେଳେ କୌଣସି ଖୋଜ ଖବର ମିଲୁନାହିଁ  । କୌଣସି କାରଣରୁ ମୃତ ସିଆରପିଏଫ ଯବାନ ଜଣଙ୍କୁ ଫେକ ନାଁରେ ଡିପେଣ୍ଡେଣ୍ଟ କାର୍ଡ ତିଆରି କରିଥିବା ସନ୍ଦେହ କରାଯାଉଛି ।

ସେପଟେ କିନ୍ତୁ ନୋମିନି ଭାବରେ ପିଙ୍କି ଭୋଇ ନାଁ ଥିବାରୁ, ତାଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଦେବା ପାଇଁ ଖୋଜୁଛି  ସିଆରପିଏଫ ବିଭାଗ। ଏ ସଂର୍ପକରେ ତଦନ୍ତ ପାଇଁ ଆସିଥିବା ସିଆରପିଏଫ ବିଭାଗର କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନଥିବାରୁ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଥିଲେ ।

Related story