ଚକଡ଼ା ସମସ୍ୟାର ଅନୁଧ୍ୟାନ ପାଇଁ ୧୨ରେ ଆସିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ
Ordigital Desk
• Published: Thursday, 09 November 2017
• , Updated: 09 November 2017, 09:19 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ସମସ୍ୟାର ଅନୁଧ୍ୟାନ ଲାଗି ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ଏକ ଉଚ୍ଚସ୍ତରୀୟ କମିଟି ସହ କୃଷି ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଆସି ପ୍ରଥମେ ସର୍ବାଧିକ କ୍ଷତିଗ୍ରସ୍ତ ବରଗଡ଼ ଜିଲ୍ଲା ଯାଇ ସ୍ଥିତିର ଅନୁଧ୍ୟାନ କରିବେ। ବରଗଡ଼ ବ୍ୟତୀତ ତାଙ୍କର ଅନ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ବି ଯିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କୁ ଭେଟିବା ପରେ ନୂଆଦିଲ୍ଲୀରେ ଆଜି ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରୋଗ ପୋକ ନେଇ ରାଜ୍ୟକୁ ଆଗରୁ ସତର୍କ କରାଯାଇଥିଲା ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, “କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ) ଅକ୍ଟୋବର ୪, ୫ରେ ଏନେଇ ଆଡଭାଇଜରି ଦେଇଥିଲା। ମାତ୍ର ରାଜ୍ୟ ସରକାର ଏହାକୁ ଅଣଦେଖା କରିବାରୁ ଆଜି ଏ ଅବସ୍ଥା ହେଲା।”
ସେ ଆହୁରି କହିଛନ୍ତି, “ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ ରାଜ୍ୟକୁ ୫୩ କୋଟି ଦିଆଯିବା ସହ ରିହାତିରେ ବିହନ, କୀଟନାଶକ ଯୋଗାଇବାକୁ ଅର୍ଥ ଦିଆଯାଇଛି। ରାଜ୍ୟ ସରକାର ୫୩ କୋଟିରୁ ମାତ୍ର ୧ କୋଟି ୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।”
ଅନ୍ୟପକ୍ଷରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ମନ୍ତବ୍ୟର ଅନୁଧ୍ୟାନ କଲା ପରେ ପ୍ରତିକ୍ରିୟା ଦେବେ ବୋଲି କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି।
Related story