ନିଷ୍ଠୁର କରୋନା: ଆଉ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଇଗଲା !

ରାଉରକେଲା(ପୱନ ତିୱାରୀ): କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ବରିଷ୍ଠ ସାମ୍ବାଦିକ ଅମଜାଦ୍ ବାଦସାଙ୍କ କରୋନାରେ ମୃତ୍ୟୁ ହୋଇଥିବା ନିର୍ଭର ସୂତ୍ରରୁ ଖବର ଆସିଛି।  ତେବେ ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷ୍ୟରୁ ସୂଚନା ଦିଆଯାଇ ନାହିଁ। ରାଉରକେଲା ADM ଅବୋଲୀ ସୁନୀଲ ନର୍ବଣେ କହିଛନ୍ତି ଅମଜାଦ୍ ଜୟ ପ୍ରକାଶ ହସ୍ପିଟାଲର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର ମୃତ୍ୟୁ କରୋନା ଯୋଗୁ ହୋଇଛି ନାହିଁ ତାହା ଦୁଇରୁ ତିନିଦିନ ମଧ୍ୟରେ ଜଣା ପଡିବ। […]

bmk

Tapas Behera
  • Published: Sunday, 25 April 2021
  • , Updated: 25 April 2021, 07:35 PM IST

ରାଉରକେଲା(ପୱନ ତିୱାରୀ): କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ବରିଷ୍ଠ ସାମ୍ବାଦିକ ଅମଜାଦ୍ ବାଦସାଙ୍କ କରୋନାରେ ମୃତ୍ୟୁ ହୋଇଥିବା ନିର୍ଭର ସୂତ୍ରରୁ ଖବର ଆସିଛି।  ତେବେ ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷ୍ୟରୁ ସୂଚନା ଦିଆଯାଇ ନାହିଁ। ରାଉରକେଲା ADM ଅବୋଲୀ ସୁନୀଲ ନର୍ବଣେ କହିଛନ୍ତି ଅମଜାଦ୍ ଜୟ ପ୍ରକାଶ ହସ୍ପିଟାଲର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର ମୃତ୍ୟୁ କରୋନା ଯୋଗୁ ହୋଇଛି ନାହିଁ ତାହା ଦୁଇରୁ ତିନିଦିନ ମଧ୍ୟରେ ଜଣା ପଡିବ।

ଏନେଇ ଡାକ୍ତରୀ ରିପୋର୍ଟ ଦେବା ପରେ ସ୍ପଷ୍ଟ ହେବ। ଅମଜାଦ୍  ଝାରସୁଗୁଡ଼ା ଓ ବଲାଙ୍ଗୀର ଭଳି ଜିଲ୍ଲାରେ ପ୍ରାୟ ଏକ ଦଶନ୍ଧିରୁ ଅଧିକ ହେବ ସକ୍ରିୟ ସାମ୍ବାଦିକ ଭାବେ କାମ କରି ଆସୁଥିଲେ। ଭାରତୀୟ ଜନ ସଂଚାର ସଂସ୍ଥାନ(ଢ଼େଙ୍କାନାଳ)ରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ କ୍ୟାରିଅର ଆରମ୍ଭ କରିଥିଲେ ସେ ।  ଉଭୟ ପ୍ରିଣ୍ଟ ଓ ଟେଲିଭିଜନ ସାମ୍ବାଦିକତାରେ ଅଭିଜ୍ଞତା ସାଉଁଟି ଥିବା ଅମଜାଦ୍  ନିଜ ପେଶାଗତ ଜୀବନରେ ବେଶ ସୁନାମ ଅର୍ଜନ କରିଥିଲେ।

ତେବେ ଗତ ଏପ୍ରିଲ ୭ରେ ତାଙ୍କୁ କରୋନା ହୋଇଥିବା ନେଇ ସେ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ ଆଇସୋଲେସନରେ ଥିବା ଉଲ୍ଲେଖ କରିଥିଲେ। ଏଥିସହ ମୋର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଚଳିତ ମାସ ୧୬ ତାରିଖରେ ରାଉରକେଲା ସ୍ଥିତ JP ହସ୍ପିଟାଲରେ ତାଙ୍କୁ ଭର୍ତି କରା ଯାଇଥିଲା I ଆଜି ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ଘଟିଛି l ତାଙ୍କ ମୃତ୍ୟୁରେ ଆଇଆଇଏମସି ଆଲୁମିନି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Related story