ଚିଲିକାରେ ଆରମ୍ଭ ହେବ କ୍ରୁଜ ବ୍ୟବସ୍ଥା

ଖୋର୍ଦ୍ଧା: ଚିଲିକାର ବିଭିନ୍ନ ସ୍ଥାନକୁ ଯିବାକୁ ଆରମ୍ଭ ହେବ କ୍ରୁଜ ବ୍ୟବସ୍ଥା। ଏହାସହ ମଙ୍ଗଳାଯୋଡ଼ିରେ କଟେଜ ଓ ବରବରାରେ ଜଙ୍ଗଲ ଲଜ୍‌ ହେବ। ରମ୍ଭାରେ ୱାଟର ସ୍ପୋର୍ଟସ୍‌ ଓ କନ୍‌ଭେନ୍‌ସନ ସେଣ୍ଟର ଓ ସାତପଡ଼ାରେ ପର୍ଯ୍ୟଟକଙ୍କ ରହିବା ପାଇଁ ବ୍ୟବସ୍ଥା ହେବ। ଏଭଳି ୧୦ଟି କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ଏକ ମାଷ୍ଟର ପ୍ଲାନ ପ୍ରଦାନ କରିଛି ଆଇପି ଗ୍ଲୋବାଲ କନ୍‌ସଲଟାନ୍ସି। ଚିଲିକାକୁ ପରିବେଶ ପର୍ଯ୍ୟଟନ୍‌ କ୍ଷେତ୍ରରେ ଅଧିକ ଉନ୍ନତି କରି ବିଶ୍ୱସ୍ତରୀୟ କରିବା […]

chilika

Rakesh Mallick
  • Published: Wednesday, 29 March 2017
  • , Updated: 29 March 2017, 03:21 PM IST

ଖୋର୍ଦ୍ଧା: ଚିଲିକାର ବିଭିନ୍ନ ସ୍ଥାନକୁ ଯିବାକୁ ଆରମ୍ଭ ହେବ କ୍ରୁଜ ବ୍ୟବସ୍ଥା। ଏହାସହ ମଙ୍ଗଳାଯୋଡ଼ିରେ କଟେଜ ଓ ବରବରାରେ ଜଙ୍ଗଲ ଲଜ୍‌ ହେବ। ରମ୍ଭାରେ ୱାଟର ସ୍ପୋର୍ଟସ୍‌ ଓ କନ୍‌ଭେନ୍‌ସନ ସେଣ୍ଟର ଓ ସାତପଡ଼ାରେ ପର୍ଯ୍ୟଟକଙ୍କ ରହିବା ପାଇଁ ବ୍ୟବସ୍ଥା ହେବ। ଏଭଳି ୧୦ଟି କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ଏକ ମାଷ୍ଟର ପ୍ଲାନ ପ୍ରଦାନ କରିଛି ଆଇପି ଗ୍ଲୋବାଲ କନ୍‌ସଲଟାନ୍ସି।

ଚିଲିକାକୁ ପରିବେଶ ପର୍ଯ୍ୟଟନ୍‌ କ୍ଷେତ୍ରରେ ଅଧିକ ଉନ୍ନତି କରି ବିଶ୍ୱସ୍ତରୀୟ କରିବା ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଇଷ୍ଟିଗ୍ରେଟେଡ କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ପକ୍ଷରୁ ଏହି କନ୍‌ସଲ୍‌ଟାନ୍ସିକୁ ଦାୟିତ୍ୱ ଦିଆଯାଇଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ମାଷ୍ଟର ପ୍ଲାନ ନେଇ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର।

Related story