ବିଚିତ୍ର ଚିତ୍ର? ସିଟିରେ ୮୫% ନମ୍ୱର ରଖିଥିବା ଛାତ୍ରୀ ଏବେ ଦିନ ମଜୁରିଆ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ବିଚିତ୍ର ଏ ଚିତ୍ର? ଜଣେ ଯୁବତୀ, ଦୁଇଟି ଫଟୋ। ଗୋଟିଏ ଫଟୋରେଖୁସି ଓ ଆନନ୍ଦର ମୁହୂର୍ତ୍ତ… ସିଟି ସ୍କୁଲରେ ଆଇକାର୍ଡ ଧରି ଛିଡ଼ା ହୋଇଛନ୍ତି ଲନ୍ଦେଇ ମୁଦୁଲି। ଅନ୍ୟ ଫଟୋରେ ଜୀବନ ଜିଇଁବା ପାଇଁ ସଂଘର୍ଷ… ବେଲ୍‌ଚା ଧରି ବାଲି ଉଠାଉଛନ୍ତି ସିଟି ପାସ୍‌ କରିଥିବା ଲନ୍ଦେଇ। ସେ ସିଟି ସ୍କୁଲରୁ ୮୫ % ମାର୍କ ରଖି ପାସ୍‌ କରିଥିଲେ ମଧ୍ୟ ଚାକିରି ମିଳିନି। ଏବେ ସେ ଦିନ ମଜୁରିଆ ଭାବେ […]

Koraput

Koraput

Manoranjan Sial
  • Published: Saturday, 16 July 2022
  • Updated: 16 July 2022, 07:43 PM IST

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ବିଚିତ୍ର ଏ ଚିତ୍ର? ଜଣେ ଯୁବତୀ, ଦୁଇଟି ଫଟୋ। ଗୋଟିଏ ଫଟୋରେଖୁସି ଓ ଆନନ୍ଦର ମୁହୂର୍ତ୍ତ... ସିଟି ସ୍କୁଲରେ ଆଇକାର୍ଡ ଧରି ଛିଡ଼ା ହୋଇଛନ୍ତି ଲନ୍ଦେଇ ମୁଦୁଲି। ଅନ୍ୟ ଫଟୋରେ ଜୀବନ ଜିଇଁବା ପାଇଁ ସଂଘର୍ଷ... ବେଲ୍‌ଚା ଧରି ବାଲି ଉଠାଉଛନ୍ତି ସିଟି ପାସ୍‌ କରିଥିବା ଲନ୍ଦେଇ। ସେ ସିଟି ସ୍କୁଲରୁ ୮୫ % ମାର୍କ ରଖି ପାସ୍‌ କରିଥିଲେ ମଧ୍ୟ ଚାକିରି ମିଳିନି। ଏବେ ସେ ଦିନ ମଜୁରିଆ ଭାବେ କାମ କରୁଛନ୍ତି।

କୋରାପୁଟ ବ୍ଲକ୍‌ ବଗେଇପଦର ଗାଁର ରାମଚନ୍ଦ୍ର ମୁଦୁଲି। ସେ ଗରିବ ଆଦିବାସୀ ଶ୍ରେଣୀର ବ୍ୟକ୍ତି। ଜଙ୍ଗଲରୁ କାଠ ସଂଗ୍ରହ କରି ପରିବାର ଭରଣ ପୋଷଣ କରନ୍ତି। ରାମଚନ୍ଦ୍ରଙ୍କ ପରିବାର କହିଲେ ପତ୍ନୀ ବଲା ଓ ୫ ଝିଅ। ଲନ୍ଦେଇ ମୁଦୁଲି ହେଉଛନ୍ତି ରାମଚନ୍ଦ୍ରଙ୍କ ପଞ୍ଚମ ଝିଅ। ପିଲାଟି ଦିନରୁ ଭଲ ପାଠ ପଢ଼ୁଥିବାରୁ ଲନ୍ଦେଇକୁ ସବୁପ୍ରକାର ସହଯୋଗ କରୁଥିଲେ ରାମଚନ୍ଦ୍ର। ସେପଟେ ବାପା-ମାଆଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ଲନ୍ଦେଇ ମନଦେଇ ପାଠ ପଢ଼ୁଥିଲେ। ଯଦି କେବେ ଅର୍ଥ ଅଭାବ ହେଉଥିଲା, ସେଥିପାଇଁ ମନ ଦୁଃଖ କରୁନଥିଲେ। ନିଜେ ଲାଗି ଯାଉଥିଲେ କୁଲି କାମରେ। ଯହା ମଜୁରୀ ମିଳୁଥିଲା, ସେଥିରେ ପାଠ ପଢ଼ୁଥିଲେ। ସେ ମାଟ୍ରିକ୍‌ରେ ୫୭% ନମ୍ୱର ରଖି ପାସ୍‌ କରିଥିଲେ।

ମାଟ୍ରିକ୍‌ ପାସ୍‌ କରିବା ପରେ ଲନ୍ଦେଇ ଚାଲି ଆସିଥିଲେ କୋରାପୁଟ। ସେ କୋରାପୁଟ୍‌ ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିଥିଲେ। ଯୁକ୍ତ ଦୁଇରେ ସେ ୬୨ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହେବା ପରେ ଜୟପୁର ଡିଆଇଟି (ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ)ରେ ପାଠ ପଢ଼ିଥିଲେ। ସେ ସିଟିରେ ୮୫ ପ୍ରତିଶତ ମାର୍କ ରଖି ପାସ୍‌ କରିଥିଲେ।

ସିଟି ପାସ୍‌ କରିବା ପରେ ବିଏରେ ପଢ଼ିବା ପାଇଁ ଆଡମିସନ୍‌ ହୋଇଥିଲେ ଲନ୍ଦେଇ। ହେଲେ ଅର୍ଥ ଅଭାବରୁ ପାଠ ପଢ଼ିବାକୁ ଯାଇପାରିନଥିଲେ। ଏପରିକି ଓଟିଇଟି ଏନ୍‌ଟ୍ରାନ୍ସ ଦେଇପାରିଲେ ନାହିଁ। ଭବିଷ୍ୟତ ଗଢ଼ିବା ପାଇଁ ଏବେ ସେ କୁଲି କାମ କରୁଛନ୍ତି। ପ୍ରତିଦିନ ଘରଠାରୁ ୧୧ କିମି ଦୂର କୋରାପୁଟ ଯାଉଛନ୍ତି। ସେଠାରେ ଠିକାଦାରଙ୍କ ପାଖରେ ଶ୍ରମିକ ଭାବେ କାମ କରୁଛନ୍ତି। କଲମ ଧରିବା ବଦଳରେ ଧରୁଛନ୍ତି ବେଲ୍‌ଚା ଓ ଫାଓଡା। ଆଉ ଜଣେ ପେଶାଦାର ଶ୍ରମିକଙ୍କ ଭଳି କାମ କରି ଚାଲିଛନ୍ତି। ସେଥିରୁ ତାଙ୍କୁ ପ୍ରତିଦିନ ମିଳୁଛି ୨୦୦ ଟଙ୍କା। ସେହି ଟଙ୍କାରେ ଏବେ ଘର ଚଳାଇବାରେ ବାପାଙ୍କୁ ସେ ସହଯୋଗ କରୁଛନ୍ତି।

ପାଠ ପଢ଼ାକୁ ଅଧାରେ ଛାଡ଼ିବାକୁ ନେଇ ଲନ୍ଦେଇ କହିଛନ୍ତି, କର୍ମ ହିଁ ଭଗବାନ। ପାଠ ପାଇଁ ଶ୍ରମିକ ସାଜିବାରେ ଲାଜ ନାହିଁ। ଜୀବନ ଯୁଦ୍ଧରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିବା ଅପେକ୍ଷା ସଂଘର୍ଷ କରିବା ଉଚିତ। ବାପା, ମା’ ସବୁବେଳେ ସାହାଯ୍ୟ କରିପାରିବେନି। ସେମାନଙ୍କ ଉପରେ ବୋଝ ହେବା ଅପେକ୍ଷା ଆତ୍ମନିର୍ଭରଶୀଳ ହୋଇ ଆଗକୁ ବଢ଼ିବା ଉଚିତ। ପାଠ ପଢ଼ି ଚାକିରି କରିବା ମୂଳଲକ୍ଷ୍ୟ ନୁହେଁ, ଭଲ ମଣିଷ ହେବା ଉଚିତ ବୋଲି ଲନ୍ଦେଇ କହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story