ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ବଲାଙ୍ଗିର (ସସ୍ମିତା ସାହୁ): “ଜନେକେ କର୍ସ ଧନୀ, ଆଉ ଜନେକେ କର୍ସ ଗରୀବ” ସଙ୍ଗୀତରୁ ଆରମ୍ଭ ହୋଇଥିଲା ବଲାଙ୍ଗିର ଲୋକକଳା ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। ଗରମକୁ ଖାତିର ନକରି ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋରମ ଉପଭୋଗ କରିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ପଶ୍ଚିମବଙ୍ଗ କଳାକାରଙ୍କ ଝୁମେର ନୃତ୍ୟରେ ଝୁମିଯାଇଥିଲେ ଦର୍ଶକ। ଏହା ସହିତ ଆସାମ କଳାକାରଙ୍କ ବିହୁ, ମିଜୋରାମ କଳାକାରଙ୍କ ମାର୍ସଲ ଆର୍ଟସ ସହିତ ସମ୍ବଲପୁରର କଳାକାର ପରିବେଷଣ କରିଥିଲେ ସମ୍ବଲପୁରୀ ନୂଆଖାଇ ଗୀତ ଦର୍ଶନଙ୍କ ମନ କିଣି […]

Loka Kala Utsav 1

Rakesh Mallick
  • Published: Tuesday, 17 April 2018
  • , Updated: 17 April 2018, 07:23 PM IST

ବଲାଙ୍ଗିର (ସସ୍ମିତା ସାହୁ): “ଜନେକେ କର୍ସ ଧନୀ, ଆଉ ଜନେକେ କର୍ସ ଗରୀବ” ସଙ୍ଗୀତରୁ ଆରମ୍ଭ ହୋଇଥିଲା ବଲାଙ୍ଗିର ଲୋକକଳା ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। ଗରମକୁ ଖାତିର ନକରି ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋରମ ଉପଭୋଗ କରିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ପଶ୍ଚିମବଙ୍ଗ କଳାକାରଙ୍କ ଝୁମେର ନୃତ୍ୟରେ ଝୁମିଯାଇଥିଲେ ଦର୍ଶକ। ଏହା ସହିତ ଆସାମ କଳାକାରଙ୍କ ବିହୁ, ମିଜୋରାମ କଳାକାରଙ୍କ ମାର୍ସଲ ଆର୍ଟସ ସହିତ ସମ୍ବଲପୁରର କଳାକାର ପରିବେଷଣ କରିଥିଲେ ସମ୍ବଲପୁରୀ ନୂଆଖାଇ ଗୀତ ଦର୍ଶନଙ୍କ ମନ କିଣି ନେଇଥିଲା।

କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଏହା ଏକ ଭିନ୍ନ ପ୍ରୟାସ। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ସହାୟତାରେ ଦୁଲିଦୁଲି କଳାପରିଷଦ ଦ୍ୱାରା ଚାଲିଛି ଲୋକ କଳା ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ ଦିବ୍ୟାଙ୍ଗ ବାଦ୍ୟକାର ସଂପଦ ମେହେରଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପ.ଡି. ଡିଆରଡିଏ ମହେଶ୍ୱର ସ୍ୱାଇଁ ଓ ଡିଏସ୍‌ପି ଏଚଆର୍‌ପିସି କିଶୋର ପାଣିଗ୍ରାହୀ ଯୋଗଦେଇଥିଲେ।

Related story