‘ରାଜ୍ୟରେ ମହଜୁଦ୍‌ ଅଛି ଅକ୍ସିଜେନ୍, ଏବେ ବି ଖାଲି ରହିଛି ୭୦% ବେଡ୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ରୋଗୀଙ୍କୁ ବେଡ୍, ଅକ୍ସିଜେନ୍ ଏବଂ ଆନୁସଙ୍ଗିକ ଔଷଧ ପହଞ୍ଚାଇବାକୁ ସବୁ ବନ୍ଦୋବସ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଦୁଇ ତିନି ଜିଲ୍ଲାକୁ ମିଶାଇ ଗୋଟିଏ କଷ୍ଟର ଗଠନ ହୋଇଛି । ଯେଉଁ ହସ୍ପିଟାଲରେ ବେଡ୍ ଫୁଲ୍‌ ରହିଛି ସେଠୁ ଅନ୍ୟ ଜିଲ୍ଲାଙ୍କୁ କରୋନା ଆକ୍ରାନ୍ତଙ୍କୁ ପଠାଯାଉଛି। ରାଜ୍ୟରେ ଏବେ ବି ପ୍ରାୟ ୭୦ […]

Niranjan-Mishra

Madhupriya Mistry
  • Published: Monday, 26 April 2021
  • , Updated: 26 April 2021, 12:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ରୋଗୀଙ୍କୁ ବେଡ୍, ଅକ୍ସିଜେନ୍ ଏବଂ ଆନୁସଙ୍ଗିକ ଔଷଧ ପହଞ୍ଚାଇବାକୁ ସବୁ ବନ୍ଦୋବସ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସେ କହିଛନ୍ତି, ଦୁଇ ତିନି ଜିଲ୍ଲାକୁ ମିଶାଇ ଗୋଟିଏ କଷ୍ଟର ଗଠନ ହୋଇଛି । ଯେଉଁ ହସ୍ପିଟାଲରେ ବେଡ୍ ଫୁଲ୍‌ ରହିଛି ସେଠୁ ଅନ୍ୟ ଜିଲ୍ଲାଙ୍କୁ କରୋନା ଆକ୍ରାନ୍ତଙ୍କୁ ପଠାଯାଉଛି। ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶ୍ରତ ବେଡ୍‌ ଖାଲି ରହିଛି। ତା’ସହ ରାଜ୍ୟରେ ୨୫ରୁ ୩୦ ପ୍ରତିଶତ ଅକ୍ସିଜେନ୍ ମଧ୍ୟ ମହଜୁଦ ରହିଛି । ଅକ୍ସିଜେନ୍‌କୁ ଆବଶ୍ୟକ ଥିବା ବିଭିନ୍ନ ହସ୍ପିଟାଲକୁ କିପରି ପଠାଯିବ, ପ୍ରତିଦିନ କିପରି ଏହାର ମାତ୍ରାକୁ ଯାଞ୍ଚ ହେବ ସେ ନେଇ ବ୍ୟବସ୍ଥା ହୋଇଛି।

ଏଥିପାଇଁ ପ୍ରତିଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି।  ପ୍ରତି ଜିଲ୍ଲାରେ ଏକ ଡେଡିକେଟେଡ ଗାଡି ମଧ୍ୟ ରହିବ। ସବୁଦିନ କିପରି ଭାବରେ ସବୁ ଅକ୍ସିଜେନ୍ ସିଲିଣ୍ଡର ରିଫିଲ୍ ହେବ ସେ ନେଇ ମଧ୍ୟ ବନ୍ଦୋବସ୍ତ କରାଯାଇଛି। ବଡ ବଡ ହସ୍ପିଟାଲଗୁଡିକରେ ଗୋଟିଏ ବି ଅକ୍ସିଜେନ୍ ସିଲିଣ୍ଡର ଖାଲି ରହିବ ନାହିଁ ପ୍ରତିଦିନ ରିଫିଲ୍ ହୋଇ ଆସିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟରେ ଯେପରି ଅକ୍ସିଜେନ୍ର ଅଭାବ ରହିବ ନାହିଁ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଯଦି ଅକ୍ସିଜେନ ଅଭାବ ପଡେ ତେବେ ବାହାରୁ କିଣା ହୋଇ ଆସିବ। ସେହିପରି ରାଜ୍ୟରେ ହସ୍ପିଟାଲ ଗୁଡିକରେ ବେଡ୍ ପର୍ଯ୍ୟାପ୍ତ ପରିମାଣରେ ଖାଲି ଅଛି। ଯଦି ଦରକାର ପଡେ ତେବେ ଏହାକୁ ମଧ୍ୟ ବୃଦ୍ଧି କରାଯିବ।

ଡିଷ୍ଟ୍ରିକ୍ଟର ମନଟରିଂ ସେଲ୍ କରାଯାଇଛି। ପ୍ରତି ବ୍ଲକର୍ ଆର୍‌ଆଇଟି ଟିମ୍ ଗଠନ କରାଯାଇଛି। ସେମାନେ ଯେତିକି ଲୋକ ହୋମ୍‌ ଆଇସୋଲେସନରେ ରହିବେ, ସେମାନଙ୍କୁ ପାଖକୁ ଯାଇ ନିୟମିତ ଯାଂଚ କରିବେ। ଯାହାକୁ ଆବଶ୍ୟକ ତାଙ୍କୁ ଡେଡିକେଟେଡ୍ କୋଭିଡ ହସ୍ପିଟାଲକୁ ସିଫ୍ଟ କରିବେ। ଏଥିପାଇଁ ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଏଥିସହ ଘରୋଇ ହସ୍ପିଟାଲ ଗୁଡିକୁ ମଧ୍ୟ ସେମାନଙ୍କର ନିଜର ଏକ କଲୋ ସେଣ୍ଟର ‌ଖୋଲିବା ପାଇଁ କୁହାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Related story