ଖାଇଲା ବାଲାଙ୍କ ପାଟି ଓ ନାକରୁ ବାହାରୁଛି ଭସ୍ ଭସ୍ ଧୂଆଁ, ବାଲିଯାତ୍ରାରେ ଖାଦ୍ୟ ପ୍ରେମୀଙ୍କ ଇଲାକା

କଟକ(ଓଡ଼ିଶା ରିପୋର୍ଟର): କଟକ ବାଲିଯାତ୍ରାରେ ଦେଖିବାକୁ ମିଳିଛି ଖାଦ୍ୟ ପ୍ରେମୀଙ୍କ ଇଲାକା। ଏହି ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା ତ, ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣୁଛି ଖାଦ୍ୟର ପସରା ଆଡ଼କୁ। ଏବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡ଼ିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ସ୍ମୋକ୍ ବିସ୍କୁଟ୍ ଓ ପତ୍ରପୋଡ଼ା ମାଉଁସ ଭଳି […]

food

  • Published: Saturday, 12 November 2022
  • , Updated: 12 November 2022, 09:13 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ବାଲିଯାତ୍ରାରେ ଦେଖିବାକୁ ମିଳିଛି ଖାଦ୍ୟ ପ୍ରେମୀଙ୍କ ଇଲାକା। ଏହି ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା ତ, ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣୁଛି ଖାଦ୍ୟର ପସରା ଆଡ଼କୁ। ଏବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡ଼ିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ।

ସ୍ମୋକ୍ ବିସ୍କୁଟ୍ ଓ ପତ୍ରପୋଡ଼ା ମାଉଁସ ଭଳି କିଛି ନୂଆ ଖାଦ୍ୟ ବି ଆସିଛି। ଖାଦ୍ୟପ୍ରେମୀଙ୍କ ପେଟ କଥା ବୁଝିବା ପାଇଁ ଦହିବରା ଓ ଠୁଙ୍କାପୁରୀର ବି କ୍ରେଜ୍ କମିନି।

ସୁଆଦିଆ ଦହିବରା ଆଳୁଦମକୁ, ଚଟ୍‌ପଟା ଚାଟ୍ ଓ ଗୁପ୍‌ଚୁପ୍। ଗର୍ମା ଗରମ୍ ଠୁଙ୍କାପୁରୀ ସାଙ୍ଗରେ ଛେନା ତରକାରି। ତା’ ସାଙ୍ଗକୁ ଦୋସା, ଚକୁଳି, ଚାଉମିନ୍, ପନିର ଚପ୍, ଲଙ୍କା ଚପ୍, ମଥୁରା କେକ୍, ଆହୁରି କେତେ କ’ଣ ଖାଦ୍ୟର ପସରା ଜମିଛି ବାଲିଯାତ୍ରା ପଡ଼ିଆରେ। ତାହା ସାଙ୍ଗକୁ ବୁଲାବୁଲି, କିଣାକିଣି ଆଉ ଦୋଳିଖେଳ। ୨ ବର୍ଷ ପରେ ପୁଣି ମିଳିଛି ଗୋଟିଏ ଜାଗାରେ ଏସବୁ ଜିନିଷ। ତେଣୁ କେହିବି ଏ ସବୁ ହାତଛଡ଼ା କରିବାକୁ ଅରାଜି। ସଭିଙ୍କ ମନ ଏବେ ସନ୍ଧ୍ୟାରେ ଜମୁଥିବା ବାଲିଯାତ୍ରା ପଡ଼ିଆ ଉତ୍ସବରେ।

[caption id="attachment_781038" align="aligncenter" width="650"] କଟକ ବାଲିଯାତ୍ରା ପଡ଼ିଆରେ ଭିଡ଼।[/caption]

ପ୍ରତିବର୍ଷ ଭଳି ଏଥର ବି ବାଲିଯାତ୍ରାରେ ଦେଖିବାକୁ ମିଳିଥିଲା କିଛି ନୂଆ ଖାଇବା ଜିନିଷ। ଗୋଟିଏ ଷ୍ଟଲରେ ଖାଇଲା ବାଲାଙ୍କ ପାଟିରୁ ଆଉ ନାକରୁ ବାହାରୁଛି ଭସ୍ ଭସ୍ ଧୂଆଁ। ବୁଝିବାରୁ ଜଣାପଡ଼ିଥିଲା, ଇଏ ସ୍ମୋକ୍ ବିସ୍କୁଟ। ଛୋଟ ପିଲାଙ୍କଠୁ ସେମାନଙ୍କ ବାପା-ମାଆମାନେ, ସମସ୍ତେ ଟ୍ରାଏ କରୁଛନ୍ତି ଏଇ କୌତୁକିଆ ଖାଦ୍ୟ।

ଏବର୍ଷ ବାଲିଯାତ୍ରାରେ ସ୍ମୋକି ଫ୍ଲେଭର୍ର ଭାରି ଚାହିଦା। ଭିଡ଼ ଜମୁଛି ପୋଡ଼ାପୋଡ଼ି ଖାଇବାକୁ। ମାନେ କେଉଁଠି ପତ୍ର ପୋଡ଼ା, ତ ଆଉ କେଉଁଠି ବାଉଁଶ ପୋଡ଼ା। ଶାଳ ପତ୍ର ଭିତରେ ଚିକେନ୍, ମଟନ୍, ଚିଙ୍ଗୁଡ଼ି ଓ ଚୂନା ମାଛକୁ ବାନ୍ଧି ତାଓ୍ୱାରେ ପୋଡ଼ା ଯାଉଛି। ବାମ୍ୱେ ଚିକେନ୍ ଓ ମଟନ୍ ଖାଇବାକୁ ବି ଦେଖିବାକୁ ମିଳୁଛି ପ୍ରବଳ ଆଗ୍ରହ।

ଅନେକଙ୍କର ଅଲ୍-ଟାଇମ୍-ଫେଭରିଟ୍ ବାରିପଦା ମାଂସ ମୁଢ଼ି, ଆଉ କିଛି ଜଣଙ୍କର ମଟନ ଚକୁଳି ପାଖରେ ଜମୁଛି ଭିଡ଼। ଏଥର ବାଲିଯାତ୍ରାରେ ଜଣେ ଦୁବାଇ ରୋଷେୟାଙ୍କ ହାତ ତିଆରି ବିରିୟାନୀର ବାସ୍ନା, ତନ୍ଦୁରୀ ଓ କବାବ୍‌ର ଲୁକ୍ ବି ଆକର୍ଷିତ କରୁଛି ଆମିଷ ପ୍ରେମୀଙ୍କୁ।

[caption id="attachment_781041" align="aligncenter" width="650"] କଟକ ବାଲିଯାତ୍ରା ପଡ଼ିଆର ଦୃଶ୍ୟ।[/caption]

ସବୁ ଖାନାପିନା ପରେ ସବାଶେଷରେ ଯାହାର ପାଳି ପଡ଼େ, ତା ନାଁ ମିଠା ପାନ। ତାକୁ ପାଟିରେ ଜାକି ବାଲିଯାତ୍ରାରୁ ଫେରୁଛନ୍ତି ଲୋକେ।

Related story